ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ତାମିଲନାଡୁ ନିବାସି ନିସିପି ରାଧାକୃଷ୍ଣ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପକ୍ଷରୁ ତେଲେଙ୍ଗାନା ରାଜ୍ୟର ନିବାସି ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି । ଦୁଇ ରାଜନୈତିକ ମେଣ୍ଟ ପକ୍ଷରୁ ଦକ୍ଷିଣ ଭାରତରୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ଏହି ଲଢେଇ ରୋଚକ ହେବା ସହିତ ଅଡ଼ୁଆରେ ପଡ଼ିଥିବା ଡିଏମକେ କୁ ବାହାନା କରିବାର ସୁଯୋଗ ମିଳିଯାଇଛି ।
ଏହି ନିର୍ବାଚନରେ ଏନଡିଏ ପାଖରେ ପ୍ରର୍ଯ୍ୟପ୍ତ ଭୋଟ ଥିବାରୁ ତାର ପ୍ରାର୍ଥୀ ସିପି ରାଧାକୃଷ୍ଣଙ୍କର ବିଜୟ ପଥରେ କୈାଣସି ସମସ୍ୟା ନାହିଁ । ତେଣୁ ରାଜ୍ୟସଭାରେ ୭ଜଣ ସଦସ୍ୟ ଥିବା ବିଜୁ ଜନତା ଦଳର ଗୁରୁତ୍ୱ ହ୍ରସ ପାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେଡି ସମାପତି ନବୀନ ପଟ୍ଟନାୟକଙ୍କ ସହିତ ସମର୍ଥନ ପାଇଁ କଥା ହୋଇ ଅନୁରୋଧ କରିଛନ୍ତି । କିନ୍ତୁ ବିଜେଡି ଏର୍ପ୍ୟନ୍ତ କାହାକୁ ସମର୍ଥନ କରିବା ସେ ସର୍ମ୍ପକରେ କିଛି ଘୋଷଣା କରିନାହିଁ ୨୦୨୪ ନିର୍ବାଚନରେ ପରାଜିତ ହେବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପି ଠାରୁ ଦୁରେଇ ଯାଇଛନ୍ତି । ବିରୋଧୀ ଦଳମାନେ ଯେପରି ଜଣେ ଅଣରାଜନୈତିକ ବ୍ୟକ୍ତିଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ସେଥିରେ ବିଜେଡି କଣ କରିବ ସେନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ।
ଏହି ର୍ନିବାଚନରେ ଏନଡିଏର ବିଜୟର ସମ୍ଭାବନା ଅଧିକ ଥିଲେ ମଧ୍ୟ ୟୁପିଏ ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରି ବିରୋଧୀ ଏକତାକୁ ବଜାଇ ରଖିବାକୁ ଚେଷ୍ଟା କରିଛି । ଇଣ୍ଡିଆ ବ୍ଲକ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସୁର୍ଦଶନ ରେଡ୍ଡୀ କୌଣସି ରାଜନୈତିକ ଦଳର ସଦସ୍ୟ ନୁହଁନ୍ତି । ତେଣୁ ଇଣ୍ଡିଆ ବ୍ଲକର ସମସ୍ତ ଦଳମାନେ ତାଙ୍କୁ ସମର୍ଥନ ଦେବାର ସମ୍ଭାବନା ରହିଛି । ଏପରିକି ୨୦୨୨ରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଟିଏମସି ଭୋଟ ଦାନରୁ ବିରତ ରହିଥିଲେ ମଧ୍ୟ ଚଳିତ ନିର୍ବାଚନରେ ସୁର୍ଦଶନ ରେଡ୍ଡୀଙ୍କୁ ସମର୍ଥନ କରିବ ବୋଲି ସୂଚନା ମିଳିଛି ।
ସୁର୍ଦଶନଙ୍କୁ ନେଇ ଆନ୍ଧ୍ର ଓ ତେଲେଙ୍ଗାନାର ରାଜନୈତିକ ଦଳ ଗୁଡ଼ିକ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି । ଏନଡିଏ ପକ୍ଷରୁ ସିପି ରାଧାକୃଷ୍ଣଙ୍କୁ ପ୍ରାର୍ଥୀ କରାଯାଇ ଯେପରି ଡିଏମକେକୁ ବିଜେପି ଅଡ଼ୁଆରେ ପକାଇଛି ସେହିଭଳି ଇଣ୍ଡିମେଣ୍ଟ ପକ୍ଷରୁ ସୁଦର୍ଶନ ରେଡ୍ଡୀ ପକ୍ଷରୁ ପ୍ରାର୍ଥୀ କରାଯାଇ ଜନସେନା , ଟିଡିପି ବିଆରଏସ ଭଳି ଦଳକୁ ଅଡ଼ୁଆକୁ ଠେଲି ଦିଆଯାଇଛି । ଏହି ସବୁ ଦଳଗୁଡ଼ିକ ଯାହାକୁ ବି ସମର୍ଥନ କରିବେ ସମାଲୋଚନାର ଶିକାର ନିଶ୍ଚୟ ହେବେ ।
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଭୋଟ ଦେଇଥାନ୍ତି ।ଏହି ସଦସ୍ୟମାନଙ୍କର ମୋଟ ସଂଖ୍ୟା ଏବେ ୭୮୨ ରହିଛି ।ଏହା ମଧ୍ୟରୁ ଏନଡିଏର ସାସଂଦ ସଂଖ୍ୟା ୪୧୮ ରହିଛି ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୩୯୨ ଭୋଟର ଆବଶ୍ୟକ ଥିବା ବେଳେ ଏନଡିଏ ପକ୍ଷରେ ୨୬ଟି ଅଧିକ ଭୋଟ ରହିଛି ।୨୦୨୨ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ୫୨୮ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମାର୍ଗାରେଟ ଆଲ୍ଭାଙ୍କୁ ୧୮୨ ଭୋଟ ମିଳିଥିଲା ।
ALSO READ https://purvapaksa.com/supreme-court-vs-high-court-judicial-independence/
Supreme Court Vs High Court Judicial Independence ।। ହାଇକୋର୍ଟ ସୁପ୍ରିମକୋର୍ଟଙ୍କ ଅଧୀନରେ ନୁହେଁ !
