ପ୍ରଧାନ ଜାତିର ପୁରୁଷମାନେ ନିଜର ପ୍ରାଧାନ୍ୟ ଜାହିର କରିବାକୁ ଯୌନ ହିଂସାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ | ଯାହାକୁ ନେଇ ଅଶାନ୍ତି ପରେ ଏହା ସହ ଜଡିତ ଥିବା ଏକ ହ୍ୟାଣ୍ଡବୁକ୍ କୁ ସମୀକ୍ଷା କଲେ ସୁପ୍ରିମକୋର୍ଟ | ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ସମ୍ପର୍କରେ ହୋଇଥିବା ପୂର୍ବ ପ୍ରୟାସକୁ ନେଇ କୋର୍ଟ ମଧ୍ୟରେ ଅଶାନ୍ତି ପରେ, ସୁପ୍ରିମକୋର୍ଟ ଗତ ମାସରେ ବିଚାରପତିମାନଙ୍କ ମଧ୍ୟରେ ବସିଛି ବୈଠକ | ଏଭଳି ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିଆଯାଇଛି ପଦକ୍ଷେପ | ବିଶେଷକରି ଯୌନ ଅପରାଧ ଏବଂ ଅନ୍ୟାନ୍ୟ ଦୁର୍ବଳ ପୀଡିତଙ୍କ ମାମଲା ଉପରେ ଏହା ଅଧିକ ଧ୍ୟାନ କେନ୍ଦ୍ରିତ କରିଥିବା ଦେଖାଦେଇଛି ।
ଫେବୃଆରୀ 10 ତାରିଖରେ ଏକ ଆଦେଶରେ, ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଏନ୍.ଭି.ଅଞ୍ଜାରିଆଙ୍କ ଭିତରେ ବସିଥିଲା ଏକ ତିନି ଜଣିଆ ଖଣ୍ଡପୀଠ | ଯେଉଁଥିରେ ସେମାନେ ଭୋପାଳ ଜାତୀୟ ନ୍ୟାୟିକ ଏକାଡେମୀର ନିର୍ଦ୍ଦେଶକ ତଥା ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ଏହି ନିର୍ଦ୍ଦେଶାବଳୀକୁ ବିକଶିତ କରିବା ପାଇଁ ଏବଂ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ଏକ ବିଶେଷଜ୍ଞଙ୍କ କମିଟି ଗଠନ କରିବାକୁ ଅନୁରୋଧ କରିଥିଲେ। ଏହି ଦିଗରେ ପୂର୍ବ ପ୍ରୟାସ ୨୦୨୩ରେ ତତ୍କାଳୀନ ଭାରତର ମୁଖ୍ୟ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ଉଦ୍ୟମରେ “ହ୍ୟାଣ୍ଡବୁକ୍ ଅନ୍ କମ୍ବେଟିଂ ଜେଣ୍ଡର ଷ୍ଟେରିଓଟାଇପ୍ସ” ପ୍ରକାଶନ ହୋଇଥିଲା।
ଏହି ହ୍ୟାଣ୍ଡବୁକ୍ ରେ କୁହାଯାଇଛି ଯେ ଏହା “ମହିଳାମାନଙ୍କ ବିଷୟରେ ଥିବା ଷ୍ଟେରିଓଟାଇପ୍ସକୁ ଚିହ୍ନଟ କରିବା, ବୁଝିବା ଏବଂ ମୁକାବିଲା କରିବାରେ ବିଚାରପତି ଏବଂ ଆଇନଗତ ସମ୍ପ୍ରଦାୟକୁ ସହାୟତା କରିବା”। ଏଥିରେ “ଲିଙ୍ଗ-ଅନ୍ୟାୟ ଶବ୍ଦଗୁଡ଼ିକର ଏକ ଶବ୍ଦକୋଷ ରହିଛି ଏବଂ ବିକଳ୍ପ ଶବ୍ଦ କିମ୍ବା ବାକ୍ୟାଂଶର ପରାମର୍ଶ ଦିଆଯାଇଛି, ଯାହା ଏହାକୁ ନେଇ କୌଣସି ଆବେଦନ , ଆଦେଶ ଏବଂ ରାୟକୁ ପ୍ରସ୍ତୁତ କରିବା ସମୟରେ ବ୍ୟବହାର କରାଯାଇପାରିବ”।
ଏହି ତାଲିକା ଅନୁଯାୟୀ, ଏକ ଷ୍ଟେରିଓଟାଇପ୍ ଅଛି ଯେ “ପ୍ରଭାବଶାଳୀ ଜାତିର ପୁରୁଷମାନେ ଦଳିତ ଜାତିର ମହିଳାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ଚାହାଁନ୍ତି ନାହିଁ” ଏବଂ “ତେଣୁ, ଏକ ପ୍ରଭାବଶାଳୀ ଜାତିର ପୁରୁଷଙ୍କ ବିରୁଦ୍ଧରେ ଦଳିତ ଜାତିର ମହିଳା ଦ୍ୱାରା ଯୌନ ନିର୍ଯାତନା କିମ୍ବା ବଳାତ୍କାରର ଯେକୌଣସି ଅଭିଯୋଗ ମିଥ୍ୟା”।
ହ୍ୟାଣ୍ଡବୁକ୍ ବ୍ୟାଖ୍ୟା କରିବାକୁ ଯାଉଛି ଯେ ବାସ୍ତବତା ହେଉଛି “ବଳାତ୍କାର ଏବଂ ଯୌନ ହିଂସାକୁ ଦୀର୍ଘ ସମୟ ଧରି ସାମାଜିକ ନିୟନ୍ତ୍ରଣର ଏକ ଉପକରଣ ଭାବରେ ବ୍ୟବହାର କରାଯାଇଆସୁଛି |ପ୍ରଭାବଶାଳୀ ଜାତିର ପୁରୁଷମାନେ ଐତିହାସିକ ଭାବରେ ଜାତି ପଦାନୁକ୍ରମକୁ ସୁଦୃଢ଼ ଏବଂ ବଜାୟ ରଖିବା ପାଇଁ ଯୌନ ହିଂସାକୁ ଏକ ଉପକରଣ ଭାବରେ ବ୍ୟବହାର କରିଆସିଛନ୍ତି”, ସେମାନେ କହିଛନ୍ତି।
ତେବେ ଏ ନେଇ ବିଚାରପତିମାନଙ୍କ ମଧ୍ୟରେ ଏକ ମତ ଥିଲା ଯେ “ସୁପ୍ରିମ କୋର୍ଟ ଏପରି ସାଧାରଣୀକରଣ ଏବଂ ବ୍ୟାପକ ବୟାନ ଦେବା ଉଚିତ୍ ନୁହେଁ, ଯାହା ସମଗ୍ର ସମ୍ପ୍ରଦାୟ ଉପରେ ଭୁଲ ଚିତ୍ରଣ ଦେଖାଇବ”।
ତତ୍କାଳୀନ CJIଙ୍କ ଦ୍ୱାରା ହ୍ୟାଣ୍ଡବୁକ୍ର ମୁଖବନ୍ଧରେ କୁହାଯାଇଛି ଯେ ଏହାକୁ “COVID-19 ମହାମାରୀ ସମୟରେ କଳ୍ପନା କରାଯାଇଥିଲା ଏବଂ ମୂଳତଃ ଏହାକୁ ଭାରତୀୟ ସୁପ୍ରିମକୋର୍ଟର ଇ-କମିଟିର ଜ୍ଞାନ ଉପାଦାନର ଏକ ଅଂଶ ଭାବରେ କଳ୍ପନା କରାଯାଇଥିଲା”।
ଫେବୃଆରୀ ୧୦ରେ ଆଦେଶରେ କୁହାଯାଇଥିଲା ଯେ “ନ୍ୟାୟପାଳିକାର ସଦସ୍ୟଙ୍କ ଆଭିମୁଖ୍ୟ ଏବଂ ସମ୍ପୃକ୍ତ କୋର୍ଟ ପ୍ରକ୍ରିୟାରେ ଏକ ଅନ୍ତର୍ନିହିତ ସମ୍ବେଦନଶୀଳତା ଏବଂ ବିଚକ୍ଷଣତା ସୃଷ୍ଟି କରିବା ଏବଂ ପୋଷଣ କରିବା ପାଇଁ କିଛି ପଦକ୍ଷେପ ନେବା ଆବଶ୍ୟକ”। ଯାହାର ପରାମର୍ଶ ପାଇଁ ଇ-କମିଟିର ସାମାଜିକ ନ୍ୟାୟ ଉପ-କମିଟି (ବିଚାରପତି ମୌସୁମୀ ଭଟ୍ଟାଚାର୍ଯ୍ୟ, ବିଚାରପତି, କଲିକତା ହାଇକୋର୍ଟ; ବିଚାରପତି ପ୍ରତିବା ସିଂହ, ବିଚାରପତି, ଦିଲ୍ଲୀ ହାଇକୋର୍ଟ; ଏବଂ ପ୍ରଫେସର ଝୁମା ସେନ)ଙ୍କୁ ସେମାନଙ୍କର ଇନପୁଟ୍ ଏବଂ ପରାମର୍ଶ ପାଇଁ ଧନ୍ୟବାଦ ଗ୍ୟାମ୍ପନ କରିଛନ୍ତି । ଏହା ସୁପ୍ରିମକୋର୍ଟର ଗବେଷଣା ଏବଂ ଯୋଜନା କେନ୍ଦ୍ରର ଅନ୍ୟ ଅଧିକାରୀଙ୍କ “ମୂଲ୍ୟବାନ ଇନପୁଟ୍ ଏବଂ ସମ୍ପାଦନା ପାଇଁ, ଏବଂ ହ୍ୟାଣ୍ଡବୁକ୍ କୁ ପ୍ରକାଶନ ପାଇଁ ସହଯୋଗୀଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରେ । ଏନେଇ ପୂର୍ବତନ CJI ଚନ୍ଦ୍ରଚୂଡ଼ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ଦେଇନଥିବା ଜଣାପଡିଛି ।
ସୂତ୍ର ଅନୁଯାୟୀ, ନୂତନ କମିଟିର ରିପୋର୍ଟ ଅନୁଯାୟୀ ପ୍ରସ୍ତୁତ ନୂତନ ନିର୍ଦ୍ଦେଶାବଳୀକୁ ସମ୍ପାଦନ କରିବା ପୂର୍ବରୁ ବିଚାରପତିମାନଙ୍କ ମତାମତ ଗ୍ରହଣ କରିବା ସହ ପୂର୍ଣ୍ଣ ଅଦାଲତ ସମ୍ମୁଖରେ ଏହାକୁ ରଖାଯିବା ନେଇ ହୋଇଛି ନିର୍ଦେଶ |
also read : https://purvapaksa.com/horoscope-6/


