ବିଜେଡିକୁ ଲାଗିଛି ବଡ଼ ଝଟକା। ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ୱାଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବୁଧବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଚିଠି ଲେଖି ସୁନୀତା ଜଣାଇଛନ୍ତି। ତାଙ୍କ ଇସ୍ତଫା ପତ୍ରରେ ସୁନୀତା କହିଛନ୍ତି, “ମୁଁ ଆପଣଙ୍କୁ ଜଣାଇବାକୁ ଚିଠିରେ ଜଣାଇବାକୁ ଚାହୁଁ ଛି ଯେ, ବ୍ୟକ୍ତିଗତ କାରଣରୁ, ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଛଅ ବର୍ଷରୁ ଅଧିକ ସମୟ ଧରି ଏହି ସମ୍ମାନଜନକ ସଂଗଠନର ଅଂଶ ହେବା ଏକ ସମ୍ମାନ ଏବଂ ସୌଭାଗ୍ୟର କଥା, ଏବଂ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମୋତେ ମିଳିଥିବା ସୁଯୋଗ ପାଇଁ ମୁଁ କୃତଜ୍ଞ।” “ମୋ କାର୍ଯ୍ୟକାଳ ମଧ୍ୟରେ, ମୁଁ ଦଳର ଆଦର୍ଶକୁ ବଜାୟ ରଖିବା ଏବଂ ଆମ ରାଜ୍ୟର କଲ୍ୟାଣରେ ଯୋଗଦାନ ଦେବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛି। ଦଳୀୟ ନେତୃତ୍ୱ ଏବଂ ସହଯୋଗୀ ସଦସ୍ୟମାନଙ୍କ ଦ୍ୱାରା ମୋ ପ୍ରତି ମୋ ଉପରେ କରାଯାଇଥିବା ବିଶ୍ୱାସ ଏବଂ ସମର୍ଥନକୁ ମୁଁ ପ୍ରଶଂସା କରୁଛି। ଓଡ଼ିଶା ଲୋକଙ୍କ ସେବା କରିବା ପାଇଁ ମୋତେ ଏପରି ଏକ ମଞ୍ଚ ପ୍ରଦାନ କରିଥିବାରୁ ମୁଁ ଆପଣଙ୍କୁ ଏବଂ ସମଗ୍ର ଦଳୀୟ ସଂଗଠନକୁ ମୋର ହୃଦୟରୁ କୃତଜ୍ଞତା ଜଣାଇବାକୁ ଚାହୁଁଛି”।
ତେବେ ବିଜେଡି ଛାଡିବାର ଗୋଟିଏ ଦିନ ପରେ କଂଗ୍ରେସରେ ଯୋଗଦେଇଛନ୍ତି ସୁନୀତା ବିଶ୍ବାଳ। ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି। ତେବେ ସୁନୀତାଙ୍କ କଂଗ୍ରେସର ଯୋଗଦାନ ନେଇ ତାଙ୍କ ଭଉଣୀ ଅମିତା ବିଶ୍ୱାଳ ସ୍ପଷ୍ଟ କରିଥିଲେ । ଅମିତା କହିଥିଲେ, “ମୋ ଭଉଣୀ ନିଜ ଘରକୁ ଫେରିଛନ୍ତି । ବିଜେଡିରେ ସେ ଅଣଦେଖା ହେଉଥିଲେ । ଯାହାକୁ ନେଇ ସେ ବିଜେଡି ଛାଡିଛନ୍ତି । ମୁଁ କଂଗ୍ରେସରୁ ପ୍ରାର୍ଥୀ, ମୋ ଭଉଣୀ ବିଜେଡିରେ ଥିଲେ । ଯାହାକୁ ନେଇ ଲୋକେ ଅନେକ ପ୍ରଶ୍ନ କରୁଥିଲେ । ଏବେ ତାହାର ଅବସାନ ହୋଇଛି।” ଉଲ୍ଲେଖଯୋଗ୍ୟ ଯେ, ସୁନୀତା ବିଶ୍ୱାଳ ୨୦୧୯ ସାଧାରଣ ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହାପରେ ୨୦୧୯ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । କିନ୍ତୁ ବିଜେପିର ଜୁଏଲ୍ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ ।
Also Readhttps://purvapaksa.com/donkeys-screaming-when-duryodhans-was-born/
Donkeys screaming when Duryodhan’s was born? ।। ଦୁର୍ଯ୍ୟୋଧନଙ୍କ ଜନ୍ମକାଳରେ ଗଧ ଚିତ୍କାର କରିଥିଲେ ?
