ମାର୍ଚ୍ଚ ମାସର ଆରମ୍ଭରୁ ବଢ଼ିଲାଣି ତାତି | ଝାଞ୍ଜି , ଖରାରେ ଫୁଟିଲାଣି ଓଡ଼ିଶା | ପ୍ରଥମ ଉଷ୍ମ ଜିଲ୍ଲାରେ ନିଜ ନାଁ ଲେଖିଛି ଝାରସୁଗୁଡ଼ା |weather forecast today ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଗକୁ ପ୍ରବଳ ଗରମ ଜାରି ରହିବାର ସମ୍ଭାବନା ଥିଲେ ମଧ୍ୟ, ଆଗାମୀ ପାଞ୍ଚ ଦିନ ମଧ୍ୟରେ ରାଜ୍ୟ ସାରାର ତାପମାତ୍ରାରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଶା କରାଯାଉନାହିଁ।
ରାଜ୍ୟ ସାରା ତାପମାତ୍ରା ଧାରା

ମାର୍ଚ୍ଚ ମାସ ଆରମ୍ଭରୁ ଦିନର ତାପମାତ୍ରା ବୃଦ୍ଧି ରାଜ୍ୟର ଅଧିକ ଗରମ ରେକର୍ଡ ସ୍ଥାନ ଗୁଡିକ ପାଇଁ ଚିନ୍ତା ବଢେଇଛି | ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଧୀରେ ଧୀରେ ଏହା ବଢିବାକୁ ଲାଗିଥିବା ସୂଚିତ କରିଛି ପାଣିପାଗ ବିଭାଗ | ଆଗାମୀ ଦିନ ମାନଙ୍କରେ ସାମଗ୍ରିକ ତାପମାତ୍ରା ପ୍ରାୟତଃ ସ୍ଥିର ରହିବ ବୋଲି ଆଶା କରାଯାଉଛି। ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ନ ହେବା ସତ୍ତ୍ୱେ, ସାରା ଓଡ଼ିଶାରେ ପ୍ରଚଳିତ ଉଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ଅଛି।
ଆଗାମୀ ଦିନ ପାଇଁ ପୂର୍ବାନୁମାନ

ଆଂଚଳିକ ପାଣିପାଗ କେନ୍ଦ୍ର କହିଛି ଯେ ଆଗାମୀ ପାଞ୍ଚ ଦିନ ମଧ୍ୟରେ ସାରା ରାଜ୍ୟରେ ତାପମାତ୍ରାରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଶେଷ ପରିବର୍ତ୍ତନ ହେବ ନାହିଁ । ଫଳସ୍ୱରୂପ, ଏହି ସମୟରେ ହେଉଥିବା ଗରମ ପରିସ୍ଥିତି ପୁରା ସପ୍ତାହ ଜାରି ରହିବ। ତଥାପି ସପ୍ତାହ ଶେଷ ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ପାଗରେ ପରିବର୍ତ୍ତିତ ଦେଖାଦେଇପାରେ |
ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା

ପୂର୍ବାନୁମାନଯାୟୀ, ମାର୍ଚ୍ଚ ୮ ସୁଦ୍ଧା ଉତ୍ତର ଓଡ଼ିଶାରେ ପାଗ ପରିସ୍ଥିତି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହି ଅଞ୍ଚଳ ମାନଙ୍କରେ ବିଜୁଳି , ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ନେଇ ଚାଲିଛି କଳ୍ପନାଜଳ୍ପନା । ସାରା ଭାରତରେ ଏକାଧିକ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ବେଳେ ଉତ୍ତର-ପୂର୍ବରେ ବର୍ଷା, ହିମାଳୟରେ ତୁଷାରପାତ, ଉତ୍ତର-ପଶ୍ଚିମରେ ତାପ ବୃଦ୍ଧି ଦେଖା ଦେଇଛି |
ତେବେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ତାପମାତ୍ରା ପାଇଁ ହାଲ୍କା ବର୍ଷା ହିଁ ସାମାନ୍ୟ ଆସ୍ୱସ୍ତି ଆଣିପାରେ ବୋଲି କୁହାଯାଉଛି |
also read : https://purvapaksa.com/horoscope-3/
ସରିଲା ଚନ୍ଦ୍ରଗ୍ରହଣ ଏହି ରାଶିର ଲୋକମାନେ ହେବେ ଲାଭବାନ || Horoscope


