Subhadra: ଡିସେମ୍ବର ୩୦ ଯାଏ ହିତାଧିକାରୀଙ୍କ ତଥ୍ୟ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି। ୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା।
ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଆବେଦନକାରୀଙ୍କ ନାଁରେ ଜମି ୫ ଏକର ଅଛି କି ନାହିଁ ସେ ସର୍ଭେ ଜାନୁଆରୀ ୧୫ରେ ସରିବା ପରେ ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତା’ସହ ଆସନ୍ତା ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ୨ଟି ଯାକ କିସ୍ତି ମିଳିଯିବ ବୋଲି କହିଛନ୍ତି ପ୍ରଭାତୀ। ସେପଟେ ଯୋଗ୍ୟତା ଥାଇ ତାଲିକାରୁ ବାଦ୍ ପଡ଼ିଥିବା ଅନେକ ଆବେଦନକାରୀ ଚତୁର୍ଥ ପର୍ଯ୍ୟାୟରେ ପ୍ରଥମ କିସ୍ତି ପାଇବା ଆଶା ରଖିଛନ୍ତି।
ସୁଭଦ୍ରାକୁ ନେଇ ପୁଣି ଏକ ବଡ଼ ଅପଡେଟ୍। ପୂର୍ବ ସ୍ଥିରୀକୃତ ମାର୍ଚ୍ଚ ୮ ମହିଳା ଦିବସ ନୁହେଁ ବରଂ ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ମିଳିଯିବ ୨ଟି ଯାକ କିସ୍ତିର ଟଙ୍କା। ତାସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନ୍ୟ ଏକ ବଡ଼ ସୂଚନା ଦେଇ କହିଛନ୍ତି-ଜାନୁଆରୀ ୧୫ ପରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଏଥିପାଇଁ ସର୍ଭେ ଅବଧି ଡିସେମ୍ବର ୩୦ ପରିବର୍ତ୍ତେ ଜାନୁଆରୀ ୧୫କୁ ବଢ଼ିଛି।
ଆଗରୁ ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା, ହେଲେ ମାର୍ଚ୍ଚ ୩୦ ପରେ ବି ଆବେଦନ କଲେ ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ । ତେବେ ଆବେଦନ କରି ସହାୟତା ପାଇନଥିବା ହିତାଧିକାରୀଙ୍କ ତ୍ରୁଟି ସୁଧାରିବା ପାଇଁ ବ୍ୟାଙ୍କଗୁଡ଼ିକ ସହ ବୈଠକ ସରିଛି। ଏବେ ଅଙ୍ଗନବାଡ଼ି ଦିଦି ଘରକୁ ଘର ବୁଲୁଛନ୍ତି। କାହାର ୫ଏକର ଜମି ଅଛି କି ନାହିଁ ସେ ଦ୍ୱନ୍ଦ୍ୱ ଦୂର ପାଇଁ ଡିସେମ୍ବର ୩୦ ଯାଏଁ ଅନୁଧ୍ୟାନ ଚାଲିବ। ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ କଲା ଯାଏଁ ପଞ୍ଜୀକରଣ ଜାରି ରହିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
Also readhttps://purvapaksa.com/utkarsh-odisha-conclave-to-be-held-for-4-days-modi-to-come-on-28th/
