Subhadra yojana: ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ଘୋଷଣା । ଏହି ଦିନ ମିଳିବ ସୁଭଦ୍ରା ୨ୟ କିସ୍ତି ଟଙ୍କା। ଯେଉଁମାନେ ପ୍ରଥମ କିସ୍ତି ଟଙ୍କା ପାଇଁ ନାହାନ୍ତି ସେମାନଙ୍କୁ ଦୁଇଟି କିସ୍ତି ଟଙ୍କା ଅର୍ଥାତ ୧୦ ହଜାର ଟଙ୍କା ମିଳିବ ।
ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିସାରିଛି । ଏହି ୪ର୍ଥ ପର୍ଯ୍ୟାୟରେ ୧୮ ଲକ୍ଷରୁ ଉର୍ଦ୍ଧ ମହିଳାଙ୍କୁ ମିଳିଛି ୫୦୦୦ ଟଙ୍କା । ତେବେ ଏ ପର୍ଯ୍ୟନ୍ତ ଯେଉଁ ହିତାଧିକାରୀଙ୍କୁ ଟଙ୍କା ମିଳି ନାହିଁ ସେମାନଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିବା ନେଇ ସୂଚନା ଦେଇସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ସୁଚ ଅନୁଯାୟୀ, ଯେଉଁମାନେ ଆଦୌ ଆବେଦନ କରିନାହାନ୍ତି ସେମାନେ ଯଦି ଏବେ ବି ଆବେଦନ କରନ୍ତି ତେବେ ମାର୍ଚ୍ଚ ୮ ତାରିଖରେ ଦୁଇଟି କିସ୍ତି ଟଙ୍କା ଅର୍ଥାତ ୧୦ ହଜାର ଟଙ୍କା ପାଇବେ । ତେବେ ୨ୟ କିସ୍ତି ଆସିବା ପୂର୍ବରୁ ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା ମିଳିପାରେ । ଆଉ ମାତ୍ର ୨ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତର ଶେଷ ପର୍ଯ୍ୟାୟ ଟଙ୍କା ମିଳିବ । ୨ ଲକ୍ଷ ମହିଳାଙ୍କୁ ମାର୍ଚ୍ଚ ୮ ତାରିଖ ପୂର୍ବରୁ ହିଁ ସୁଭଦ୍ରା ପ୍ରଥମ କିସ୍ତି ମିଳିବା ନେଇ ସୂଚନା ଦେଇସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ବାକିଥିବା ଇ-କେୱାଇସି ଆଉ NPCIରୁ ପାଖାପାଖି ୨୫ ପ୍ରତିଶତ କ୍ଳିଅର ହୋଇଛି । ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେୱାଇସି କରିବାକୁ ବାକି ଅଛି । ସେମାନେ କରିବା ପରେ ତାଙ୍କୁ ମଧ୍ୟ ୨ୟ ପର୍ଯ୍ୟାୟରେ ଏକାବେଳେ ଦୁଇଟି କିସ୍ତି ଟଙ୍କା ମିଳିବ ବୋଲି ପ୍ରଭାତୀ ପରିଡା କହିଛନ୍ତି ।

