ଆନ୍ତଃରାଜ୍ୟ ନଦୀ ସଂଯୋଗକରଣ ଯୋଜନାରେ ସରକାରଙ୍କ ଦ୍ଵାରା ୬ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ହେଲେ ମୟୂରଭଞ୍ଜ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀକୁ ଯୋଜନାଭୁକ୍ତ କରାଯାଇ ନାହିଁ। ଏହାକୁ ନେଇ ଚାଷୀ ଓ ପରିବେଶବିତ୍ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୨୨-୨୫ରୁ ୨୦୨୯-୩୦ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃରାଜ୍ୟ ନଦୀ ସଂଜୀକରଣ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ୧,୨୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି ବନ୍ୟା ନିୟନ୍ତ୍ରଣ ଏବଂ ଜଳସେଚନ । ଏହା ମଧ୍ୟରେ ରହିଛି କାଟ୍ରା ଲିଙ୍କ୍ ପ୍ରୋଜେକ୍ଟ (କଂସପାଳ ଆଇଏସ୍ଏସ୍ରୁ ଫିଡର୍ ଚ୍ୟାନେଲ୍), ବଂଶଧାରା-ଋଷିକୁଲ୍ୟା (ନନ୍ଦିନୀ ନାଳ) ଇଣ୍ଟର୍ଲିଙ୍କ, ହୀରାଧରବତୀ ଫ୍ଲଡ୍ ଫ୍ଲୋ ଚ୍ୟାନେଲ୍, ବାହୁଡା ତାମ୍ପରା ଲିଙ୍କ୍, ଏବଂ ସୁକତେଲ ଗାର୍ଲଣ୍ଡ କେନାଲ ଓ ତେଲେଙ୍ଗିରି ଉପର କୋଲାବ୍ ପିଏସ୍ପି ।
ହେଲେ ପ୍ରତିବର୍ଷ ଏକାଧିକ ଥର ବନ୍ୟା ଆସି ମୟୂରଭଞ୍ଜ ଓ ବାଲେଶ୍ଵରର ଲୋକଙ୍କ ଜୀବନଜୀବିକାକୁ ଗଭୀର ଭାବେ ପ୍ରଭାବିତ କରୁଥିବା ଦୁଇ ନଦୀ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଯୋଜନାଭୁକ୍ତ କରାଯାଇନି। ଉଲ୍ଲେଖ ଥାଉକି ସୁବର୍ଷରେଖା ବୁଢ଼ାବଳଙ୍ଗରେ ବନ୍ୟା ଆସିଲେ ମୟୂରଭଞ୍ଜ ୫୦,୦୦୦ରୁ ଅଧିକ ପରିବାର ନାହିଁ ନଥିବା ବାଲେଶ୍ଵର ଜିଲ୍ଲାର ୧୦ରୁ ଅଧିକ ବୁକ ସମସ୍ୟା ଭୋଗନ୍ତି। ସେହିପରି ମୟୂରଭଞ୍ଜର ୨୦ ପ୍ରତିଶତ ଚାଷ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ବେଳେ ଜିଲ୍ଲାର ମାତ୍ର ୨୫ରୁ ୩୦ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଅଛି।
ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ନେଇ ୨୫ ବର୍ଷ ତଳେ ନୀଳନ ପ୍ରସ୍ତୁତ ହୋଇଥିଲା। ସେତେବେଳ ଜାତୀୟ ଜଳ ଉନ୍ନୟନ ସଂସ୍ଥା (ଏନ୍ଡବ୍ଲ୍ୟୁଡିଏ) ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଯୋଜନାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରାଥମିକ ପର୍ଯ୍ୟାୟରେ ତାହା କାଟ୍ ଖାଇଯାଛି। ତେବେ ଏହା ପଛରେ କିଛି କାରଣ ଥିବା କୁହାଯାଉଛି । ଦକ୍ଷିଣ ଓ ମଧ୍ୟ ଓଡ଼ିଶାର ନଦୀକୁ ଅଗ୍ରାଧିକାର ଦେବା, ସୁବର୍ଣ୍ଣରେଖା ଭଳି ନଦୀକୁ ନେଇ କିଛି ଯୋଜନା କରିବା ପାଇଁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ସହମତିର ଆବଶ୍ୟକତା ଥିବା ଏବଂ ପରିବେଶଗତ ଅନୁମତି କାରଣ ହୋଇପାରେ ।
ତେବେ ଏହାକୁ ନେଇ ବାରିପଦା ଓ ବାଲେଶ୍ଵରର ଚାଷୀ ସଂଘ ଓ ପରିବେଶବିତ୍ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଆବଶ୍ୟକତା ଦୃଷ୍ଟିରୁ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାରେ ତୁରନ୍ତ ସାମିଲ କରିବା ନିହାତି କରୁରି ବୋଲି ବାରିପଦାର କୃଷକ ନେତା ଦାବି କରିଛନ୍ତି। ଜଳ ସମ୍ପଦ ଅଧିକାରୀମାନଙ୍କ କହିବା କଥା ହେଲା, ଏହାଏକ କ୍ରମାଗତ ପ୍ରକ୍ରିୟା। ଏଥିରେ ବିଭିନ୍ନ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ନଦୀ ପର୍ଯ୍ୟାୟକ୍ରମେ ସାମିଲ ହେବ। ଏନେଇ ନଦୀଗୁଡ଼ିକୁ ନେଇ ରିପୋର୍ଟ ଓ ପ୍ରସ୍ତାବ ରହିଛି।
also read https://purvapaksa.com/995-naxals-killed-in-one-year/
