Supreme Court:ପରୀକ୍ଷାରେ ବିଫଳ ହେବ ପରେ ବି ଜୀବନ ଅଛି ବୋଲି ପିଲାଙ୍କ ମନରେ ଧାରଣ ସୃଷ୍ଟି କରିବା ଉଚିତ୍; ଶିକ୍ଷାନୁଷ୍ଠାନ ମାନେ ସେମାନଙ୍କ ଛାତ୍ର କଲ୍ୟାଣରେ ଅଧିକ ପାଣ୍ଠି ନିବେଶ କରିବା ଆବଶ୍ୟକ ଏବଂ ଏଥି ପାଇଁ ପାଇଁ ପ୍ରଶିକ୍ଷିତ କର୍ମଚାରୀ ଦରକାର ।
ଦେଶରେ ଛାତ୍ର ଆତ୍ମହତ୍ୟାର ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ଏକ ଟାସ୍କଫୋର୍ସ ଗଠନ କରିବାକୁ ଚଳିତ ସପ୍ତାହରେ ସୁପ୍ରିମ୍ କୋର୍ଟ ଦେଇଥିବା ନିଷ୍ପତ୍ତି ଏକ ସଙ୍କଟର ସ୍ୱୀକୃତି ବୋଲି କୁହାଯାଇପାରେ । ପରିସଂଖ୍ୟାନ କହୁଛି ଯେ ଛାତ୍ରଛାତ୍ରୀ ସବୁଠାରୁ ଅସୁରକ୍ଷିତ ଅବସ୍ଥା ଦେଇ ଗତି କରୁଛନ୍ତି । ସଦ୍ୟତମ ଏନସିଆରବି ତଥ୍ୟ ଅନୁଯାୟୀ, ୨୦୨୨ ବର୍ଷରେ ୧୩,୦୦୦ରୁ ଅଧିକ ଛାତ୍ର ଆତ୍ମହତ୍ୟା କରିଛନ୍ତି।
ସର୍ବୋଚ୍ଚ ଅଦାଲତଙ୍କ କହିବା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବାରେ ବର୍ତମାନର ଢାଞ୍ଚା ପର୍ଯ୍ୟାପ୍ତ ନୁହେଁ ଏବଂ ଏହା କୌଣସି ପ୍ରଭାବ ପକାଇ ପାରୁନାହିଁ । ଛାତ୍ରଛାତ୍ରୀମାନଙ୍କ ଆତ୍ମହତ୍ୟା ଭଳି ପଦକ୍ଷେପ ନେବା ପଛରେ ବିଭିନ୍ନ କାରଣଗୁଡ଼ିକର ସମାଧାନ ପାଇଁ ଏକ ଅଧିକ “ଦୃଢ଼, ବ୍ୟାପକ ଏବଂ ଉତ୍ତରଦାୟୀ ବ୍ୟବସ୍ଥାର ଆବଶ୍ୟକତା” ରହିଛି।
ଗତ ଦଶନ୍ଧିରେ ୭୦ ପ୍ରତିଶତ ବୃଦ୍ଧି ଘଟିଥିବା ଏକ ଗମ୍ଭୀର ସମସ୍ୟାକୁ ଅଦାଲତ ହାତକୁ ନେଇଥିବା ସ୍ୱାଗତଯୋଗ୍ୟ। ତେବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରବୀନ୍ଦ୍ର ଭଟ୍ଟଙ୍କ ନେତୃତ୍ୱରେ ଗଠିତ ଟାସ୍କଫୋର୍ସ ଏହାର ସମାଧାନ ନୁହେଁ; ଆହ୍ୱାନର ମୁକାବିଲା ଦିଗରେ ଏହା କେବଳ ଗୋଟିଏ ପଦକ୍ଷେପ । ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କୁ ନେଇ ଏହାର କାର୍ଯ୍ୟରେ ଥିବା ସମସ୍ୟା ଉପରେ ଆଲୋକପାତ କରାଯାଇପାରିବ। ଶିକ୍ଷାଗତ ଚାପ, ରାଗିଂ, ଯୌନ ନିର୍ଯାତନା, ଆର୍ଥିକ ବୋଝ, ମାନସିକ ସ୍ୱାସ୍ଥ୍ୟ, ଜାତି କଳଙ୍କ ଏବଂଲିଙ୍ଗ ଆଧାରରେ ଭେଦଭାବ ସମେତ ଛାତ୍ର ଆତ୍ମହତ୍ୟାର କାରଣ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଟାସ୍କଫୋର୍ସକୁ କୁହାଯାଇଛି।
ବର୍ତମାନର ଢାଞ୍ଚା ଏବଂ ପଦକ୍ଷେପଗୁଡ଼ିକର ଟାସ୍କଫୋର୍ସ ଆକଳନ କରିବ ଏବଂ ସେ ଅନୁଯାୟୀ ସୁପାରିସ କରିବ।କିନ୍ତୁ ଛାତ୍ରଛାତ୍ରୀଙ୍କ କଲ୍ୟାଣ ନିର୍ଭର କରେ ସମସ୍ତ ଅଂଶୀଦାରଙ୍କ ଉପରେ: ପିତାମାତା ଏବଂ ଶିକ୍ଷକମାନେ ଯେଉଁମାନେ ସତର୍କତା ଏବଂ ଅନୁକମ୍ପର ସହିତ ଜୀବନର କଠିନ ପର୍ଯ୍ୟାୟ ଦେଇ ଯାଉଥିବା ଯୁବକମାନଙ୍କୁ ବଞ୍ଚାଇବା ଉଚିତ୍ । ପରୀକ୍ଷାରେ ବିଫଳ ହେବ ପରେ ବି ଜୀବନ ଅଛି ବୋଲି ପିଲାଙ୍କ ମନରେ ଧାରଣ ସୃଷ୍ଟି କରିବା ଉଚିତ୍; ଶିକ୍ଷାନୁଷ୍ଠାନ ମାନେ ସେମାନଙ୍କ ଛାତ୍ର କଲ୍ୟାଣରେ ଅଧିକ ପାଣ୍ଠି ନିବେଶ କରିବା ଆବଶ୍ୟକ ଏବଂ ଏଥି ପାଇଁ ପାଇଁ ପ୍ରଶିକ୍ଷିତ କର୍ମଚାରୀ ଦରକାର ।
ସରକାର ମଧ୍ୟ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଯେଉଁ ସବୁ କଥା ରହିଛି ସେହି ସବୁ ପ୍ରତିଶ୍ରୁତି ପୂରଣ କରିବା ଉଚିତ, ଯେଉଁଥିରେ ଛାତ୍ରଛାତ୍ରୀଙ୍କ କଲ୍ୟାଣ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ସଂସ୍କାରକୁ ପ୍ରାଥମିକତା ଦେବା ଉଚିତ, ଯେଉଁଥିରେ ସମସ୍ତଙ୍କ ପାଇଁ ଗୋଟିଏ ମଡେଲ ପରିବର୍ତ୍ତେ ବ୍ୟକ୍ତିଗତ ସମ୍ଭାବନାକୁ ପୋଷଣ କରିବା ଉପରେ ଗୁରୁତ୍ୱ ଦିଆଯିବା ଦରକାର ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଛାତ୍ର ଜୀବନରେ ପ୍ରକୃତ ଜ୍ଞାନ ପ୍ରତି ଭଲପାଇବା ,ଅତ୍ୟଧିକ ପ୍ରତିଦ୍ୱନ୍ଦ୍ୱିତାକୁ ବଦଳାଇବା ପାଇଁ ଏକ ସମନ୍ୱିତ ପ୍ରୟାସ ହେବା ଆବଶ୍ୟକ, ଯେଉଁଠାରେ ପାଠପଢ଼ା ପରିବର୍ତ୍ତେ ଉତ୍ସୁକତାକୁ ପୁରସ୍କୃତ କରାଯିବ । ସର୍ବୋଚ୍ଚ ନ୍ୟାୟାଳୟର ପଦକ୍ଷେପ ଏକ ଆରମ୍ଭ ମାତ୍ର, କିନ୍ତୁ ଫଳାଫଳ ସମସ୍ତ ଅଂଶୀଦାରଙ୍କ ନିରନ୍ତର ସହଯୋଗ ଉପରେ ନିର୍ଭର କରିବ।
Previous article:https://purvapaksa.com/why-this-region-is-vulnerable-to-deadly-seismic-events/
ମିଆଁମାର: ଧ୍ୱଂସାତ୍ମକ ଭୂମିକମ୍ପ ପାଇଁ କାହିଁକି ସମ୍ବେଦନଶୀଳ ଏହି ଅଞ୍ଚଳ