Subhadra Yojana: ଆକାଉଣ୍ଟକୁ ଆସିଲା ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା । ମହିଳା ଦିବସରେ ସମସ୍ତଙ୍କ ମା’ ମାନଙ୍କୁ ବଡ଼ ଭେଟି ।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନଙ୍କ ଆକାଉଣ୍ଟକୁ ୨ୟ କିସ୍ତି ତାଙ୍କ ପଠାଇଛନ୍ତି । ବ୍ରହ୍ମପୁର ସମାବେଶରେ ସୁଭଦ୍ରାର ୨ୟ କିସ୍ତି ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ, ପ୍ରଭାତୀ ପରିଡ଼ାଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ରହିଥିଲେ। ଆଜିର ଦିନରେ କୋଟିଏ ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଗଲା ୫ ହଜାର କୋଟିରୁ ଅଧିକ ଟଙ୍କା ପଠାଯାଇଛି । ତେବେ ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି।
ସୁଭଦ୍ରା ଯୋଜନାରେ ଅନେକ ମହିଳା ଆପ୍ଲାଏ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ । ପଞ୍ଚମ ପର୍ଯ୍ୟାୟରେ ଏହି ଟଙ୍କା ମିଳିପାରେ ବୋଲି ସେମାନେ ଆଶା ରଖିଥିଲେ । ଯଦି କୌଣସି ତ୍ରୁଟି କାରଣରୁ ମଧ୍ୟ ଏହି ପର୍ଯ୍ୟାୟରେ ସେମାନଙ୍କୁ ଟଙ୍କା ନ ମିଳିଛି ତେବେ ଦ୍ୱିତୀୟ କିସ୍ତିରେ ଏକାଥରେ ୧୦ ଟଙ୍କା ମିଳିବ । ସେଥିପାଇଁ ଅନେକ ଜଣଙ୍କ ଆକାଉଣ୍ଟକୁ ସିଧା ୧୦ ହଜାର ଟଙ୍କା ପଠାଇଛନ୍ତି ମୋହନ ସରକାର ।
ALSO READ: https://purvapaksa.com/protect-munda-tribes-legal-rights-over-sacred-groves/
ପବିତ୍ର ଉପବନ ଓ ମୁଣ୍ଡା ଜନଜାତିର ଆଇନଗତ ଅଧିକାରକୁ ସରକାର ସୁରକ୍ଷା ଦିଅନ୍ତୁ