ପିଏମ୍ ଆବାସ ଯୋଜନାରେ ଏବେ ଘର ତିଆରି କରିବା ହେବ ଆହୁରି ସହଜ, ଘର ତିଆରି ପାଇଁ ମାଗଣା ବାଲି ଯୋଗେଇ ଦେବେ ରାଜ୍ୟ ସରକାର। ଘର ତିଆରି ପାଇଁ ୨ ଟ୍ରାକ୍ଟର୍ ବାଲି ଦେବେ ରାଜ୍ୟ ସରକାର ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ‘ଏନେଇ ପରମିଟ୍ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି’ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ନଦୀ ଭିତରୁ ପସି ବାଲି କାଢ଼ିବା ବନ୍ଦ କରାଯିବା ସହ ବାଲି ଉଠାଣ ପାଇଁ ହାଇୱା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ହାଇୱା ବ୍ୟବହାର ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ନଷ୍ଟ ହେଉଛି । କେଉଁ ଗାଡ଼ିରେ ବାଲି ଅଣାଯିବ, କେତେ ଓଜନର ବାଲି ଯିବ ସେସବୁକୁ ନେଇ ନୂଆ ଏସଓପି ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ବାଲି ମାଫିଆଙ୍କୁ ଚେତାବନୀ ଦେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବାଲି ତସ୍କରୀକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି । ହେଲେ ମାଫିଆମାନେ ବିହାର , ବେଙ୍ଗଲ ଭଳି ଓଡ଼ିଶାର ଆଇନ୍କୁ ହାତକୁ ନେଉଛନ୍ତି । ବଡ଼ ବଡ଼ ସରକାରୀ ଅଧିକାରୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହି ଆକ୍ରମଣ କରିବାର ଯେଉଁ ଦୁଃସାହସ ସେମାନେ କରଛନ୍ତି ଏହା ତାଙ୍କର ଶେଷ ଦୁଃସାହସ ହେଉ । ଏବେ ପାତାଳରେ ଥିଲେ ବି ବାନ୍ଧିକି ଦଣ୍ଡ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
୨୦୧୫ ଜୁନ ମାସରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପରିସର ବ୍ୟପାକ କରିବା ସହ ତୃତୀୟ ଥର ସରକାରକୁ ଆସିବା ପରେ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ଏଥିପାଇଁ ମିଳୁଥିବା ସହାୟତା ଅର୍ଥ ରାଶି ବୃଦ୍ଧି କରିଥିଲେ। ଏହି ଯୋଜନାରେ ଉଭୟ ସହର ଓ ଗ୍ରାମଞ୍ଚଳର ଆର୍ଥିକ ଭାବେ ଦୁର୍ବଳ ବ୍ୟକ୍ତିଙ୍କୁ ମାଗଣାରେ କେନ୍ଦ୍ର ସରକାର ଘର ଯୋଗାଇ ଦେଉଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳୁଛି। ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା। ଏହି ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରଯାଇଛି। ପିଏମ୍ ଆବାସକୁ ପାଣି, ଶୌଚାଳୟ, ବିଜୁଳି ଆଦି ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ଵ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଉଭୟ ଅନଲାଇନ ଏବଂ ଅଫଲାଇନ ଆବେଦନ କରି ହେବ।
ପିଏମ ଆବାସ ଯୋଜନା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍
-ଆବେଦନକାରୀ ଏବଂ ପରିବାର ସଦସ୍ୟଙ୍କ ଆଧାର ବିବରଣୀ
-ଆବେଦନକାରୀଙ୍କ ବ୍ୟାଙ୍କ ତଥ୍ୟ
-ଆବେଦନ ସମୟରେ ଆଧାର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇଥିବା ଜରୁରୀ
-ଆୟ ପ୍ରମାଣପତ୍ର
-ଜାତି ପ୍ରମାଣପତ୍ର
-ଜମି ଦସ୍ତାବିଜ
– ଅବେଦନକାରୀଙ୍କ ଫଟୋ
କାହାକୁ ମିଳିବ ପିଏମ ଆବାସ ଯୋଜନା ସୁବିଧା?
ରେଫ୍ରିଜରେଟର, ୨ ଚକିଆ ଯାନ, ଫୋନ୍, ଟିଭି ଥିବା ଲୋକକ ବି ଏହି ସୁବିଧା ପାଇ ପାରିବେ। ମାସିକ ୧୫ ହଜାରରୁ କମ୍ ଆୟ ପରିବାର ଏଥିରେ ସାମିଲ ହୋଇପାରିବେ । ବାପାଙ୍କଠାରୁ ଅଲଗା ହୋଇଥିବା ପୁଅଙ୍କୁ ଅଲଗା ଆବାସ ଯୋଜନା ମିଳିବ । ଜଣେ ଯୋଗ୍ୟ ହିତାଧିକାରୀ ‘ଆବାସ ପ୍ଲସ୍’ (AwaasPlus) ମୋବାଇଲ୍ ଆପ୍ ଜରିଆରେ ଘର ପାଇଁ ଆବେଦନ କରିପାରିବେ। ଏହା ସହିତ ଅଫଲାଇନରେ ମଧ୍ୟ ଆବେଦନ କରିହେବ । ସରକାରଙ୍କ ଦ୍ୱାରା ଦିଆଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୪-୬୭୧୭୭୭୭ରେ ଯୋଗାଯୋଗ କରିପାରିବେ ହିତାଧିକାରୀ ।
Also read https://purvapaksa.com/schools-colleges-may-close-again/
Schools, colleges may close again II ପୁଣି ବନ୍ଦ ହୋଇପାରେ ସ୍କୁଲ , କଲେଜ !
2 Comments
Pingback: Extreme Poverty ଭାରତରେ ୨୭.୧%ରୁ ୫.୩%କୁ ଖସିଲା ଦାରିଦ୍ର୍ୟ ହାର
Pingback: Indore couple ସୁପାରୀ ଦେଲା ସୋନାମ,ରାଜାଙ୍କୁ ମାରିଲା ‘ରାଜା’?