୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ଭତ୍ତା ରାଶି । ସରକାରଙ୍କ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ଅନେକ ସୁବିଧା କରାଯାଉଛି । କିନ୍ତୁ କିଛି କିଛି ସ୍ଥାନରେ ଦିବ୍ୟାଙ୍ଗମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାହିଁକି ନା ସେମାନଙ୍କ ପାଖରେ ନାହିଁ ଦିବ୍ୟାଙ୍ଗ ପ୍ରମାଣପତ୍ର । ତେବେ କିଛି ଦିବ୍ୟାଙ୍ଗମାନଙ୍କୁ ପ୍ରକୃତ ପ୍ରମାଣ ପତ୍ର ମିଳିନଥିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ଦିବ୍ୟାଙ୍ଗ ।
କିଛିଦିନ ତଳେ ନୟାଗଡ ଜିଲ୍ଲାରେ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଜାଲିଆତି ଧରାପଡ଼ିଥିଲା । ମିଛ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ମିଳୁଛି । କିନ୍ତୁ ପ୍ରକୃତ ଦିବ୍ୟାଙ୍ଗଙ୍କୁ ସଠିକ ପ୍ରମାଣ ପତ୍ର ମିଳୁନାହିଁ । ଏନେଇ ୨୦ ରୁ ୩୦ ଜଣ ଦିବ୍ୟାଙ୍ଗ ନୟାଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ନ୍ୟାୟ ପାଇଁ ନଖାଇ ନପିଇ ସେମିତି କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିଥିଲେ ଦିବ୍ୟାଙ୍ଗ । ତେବେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ନୟାଗଡ ଟାଉନ ଥାନା ଅଧିକାରୀ ଦିବ୍ୟାଙ୍ଗଙ୍କୁ ବହୁ ସମୟ ଧରି ବୁଝାଇଥିଲେ । ଦିବ୍ୟାଙ୍ଗ ପ୍ରମାଣ ପତ୍ର ପୂର୍ଣ୍ଣବାର ଯାଞ୍ଚ କରାଯିବ ବୋଲି କହିଥିଲେ । ପ୍ରତିଶୃତି ପାଇବା ପରେ ଦିବ୍ୟାଙ୍ଗମାନେ ଧାରଣା ପ୍ରତ୍ୟାହୃତ କରିଥିଲେ ।
ଦିବ୍ୟାଙ୍ଗ ପାଇଁ ପ୍ରମାଣପତ୍ର ନିହାତି ଜରୁରୀ । ବିନା ପ୍ରମାଣ ପତ୍ରରେ ସରକାରୀ ସୁବିଧା ପାଇବା ମୁସ୍କିଲ । କିନ୍ତୁ ଏମାନଙ୍କୁ ପ୍ରକୃତ ପ୍ରମାଣ ପତ୍ର ମିଳିନାହିଁ । ଯେଉଁଥିପାଇଁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଏମାନେ । ଦିବ୍ୟାଙ୍ଗମାନେ କେମିତି ଭଲରେ ରହିବେ ଭଲରେ ଖାଇବେ ସେନେଇ ସରକାର ଅନେକ ସୁବିଧା କରିଛନ୍ତି ସତ କିନ୍ତୁ ସେହି ସୁବିଧାରୁ ବାଦ ପଡ଼ି ଯାଉଛନ୍ତି କିଛି ଦିବ୍ୟାଙ୍ଗ ।
Also read https://purvapaksa.com/500-bed-trauma-centre-to-be-set-up-at-scbmch-in-odishas-cuttack/
କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେରେ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର ପ୍ରତିଷ୍ଠା କରାଯିବ