କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ୨୨,୯୦୦ କୋଟି ଟଙ୍କା ରାଜସ୍ୱ ପୂରଣ | ଏହାର ବଡ ମାଧ୍ୟମ ବନିବାକୁ ଯାଉଛି ଇଣ୍ଟେର୍ନେଟ ଓ ଶିକାର ହେବାକୁ ଯାଉଛନ୍ତି ଇଣ୍ଟେର୍ନେଟ ଉପୋଭୋକ୍ତା | ଏଣିକି ଭାରତ ସରକାର ପ୍ରତି ୧ ଜିବି ଡାଟା ବ୍ୟବହାର ପାଇଁ ଉପଭୋକ୍ତାଙ୍କ ଠାରୁ ଆଦାୟ କରିବେ ୧ଟଙ୍କା | ଏହି ପ୍ରସ୍ତାବ କେବଳ ରାଜସ୍ୱ ବୃଦ୍ଧି କରିବା ପାଇଁ ନୁହେଁ ବରଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବହାରକୁ ବୃଦ୍ଧି କରିବା ଏବଂ ଅତ୍ୟଧିକ ସ୍କ୍ରିନ୍ ସମୟକୁ ହ୍ରାସ କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ। ତେବେ ଏପରି ସମ୍ଭାବନା ଅସମ୍ଭବ ନୁହେଁ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ, ପ୍ରସ୍ତାବଟି ଏପର୍ଯ୍ୟନ୍ତ ପ୍ରାଥମିକ ପର୍ଯ୍ୟାୟରେ ଅଛି ଏବଂ ଟେଲିକମ୍ୟୁନିକେସନ୍ ବିଭାଗ (DoT) ଦ୍ୱାରା ଏହାକୁ ଅଧ୍ୟୟନ କରାଯାଉଛି।
ଟେଲିକମ୍ କ୍ଷେତ୍ରର ଏକ ସମୀକ୍ଷା ବୈଠକ ସମୟରେ ଏହି ଧାରଣା ପ୍ରକାଶ ପାଇଥିଲା । ବୈଠକ ସମୟରେ, ଅଧିକାରୀମାନଙ୍କୁ ଡାଟା ବ୍ୟବହାର ଶୁଳ୍କ କାର୍ଯ୍ୟକାରୀ କରାଯାଇପାରିବ କି ନାହିଁ ଏବଂ ଏହା ଗ୍ରାହକ ଓ ଟେଲିକମ୍ ଶିଳ୍ପ ଉପରେ କ’ଣ ପ୍ରଭାବ ପକାଇପାରେ ତା ନେଇ ଯାଞ୍ଚ କରିବାକୁ କୁହାଯାଇଥିଲା |
୨୨୯ ବିଲିୟନ ଜିବି ଡାଟା ବ୍ୟବହାର ହୋଇଛି

ସରକାରୀ ଆକଳନ ଅନୁଯାୟୀ, ଭାରତ ୨୦୨୫ ଆର୍ଥିକ ବର୍ଷରେ ପ୍ରାୟ ୨୨୯ ବିଲିୟନ ଗିଗାବାଇଟ୍ (ଜିବି)/୧୯ଲକ୍ଷ୨୦ହଜାର କୋଟି ମୋବାଇଲ୍ ଡାଟା ବ୍ୟବହାର କରାଯାଇଛି । ଯଦି ସରକାର ପ୍ରତି ଜିବି ପାଇଁ ୧ ଟଙ୍କା ଟିକସ ଲାଗୁ କରନ୍ତି , ତେବେ ଏହା ପ୍ରତିବର୍ଷ ପ୍ରାୟ ୨୨,୯୦୦ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ସୃଷ୍ଟି କରିପାରିବ। ସୂତ୍ରରୁ ଜଣାପଡିଛି ଯେ ଏହି ପ୍ରସ୍ତାବ କେବଳ ରାଜସ୍ୱ ବୃଦ୍ଧି କରିବା ପାଇଁ ନୁହେଁ ବରଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବହାରକୁ ଉତ୍ସାହିତ କରିବା ଏବଂ ଅତ୍ୟଧିକ ସ୍କ୍ରିନ୍ ସମୟକୁ ହ୍ରାସ କରିବା ପାଇଁ ମଧ୍ୟ ଲାଗୁକରିବା ନେଇ କରାଯାଇପାରେ ନିଷ୍ପତ୍ତି , ବିଶେଷକରି ପିଲାମାନଙ୍କ ଫୋନ୍ ଧରିବା ସମୟକୁ ହ୍ରାସ କରିବା ପାଇଁ ମଧ୍ୟ ସଠିକ୍ ବାଟ |
ଭାରତର ଡିଜିଟାଲ୍ ଅର୍ଥନୀତିର ଅଭିବୃଦ୍ଧି
ବର୍ତ୍ତମାନ, ସରକାର ମୁଖ୍ୟତଃ ସ୍ପେକଟ୍ରମ୍ ନିଲାମ, ଟେଲିକମ୍ ଅପରେଟର୍ସ ଦ୍ୱାରା ଦେୟିତ ଲାଇସେନ୍ସ ଫି ଏବଂ ମୋବାଇଲ୍ ରିଚାର୍ଜ ଉପରେ ଲାଗୁ ହୋଇଥିବା 18% GST ମାଧ୍ୟମରେ ଟେଲିକମ୍ କ୍ଷେତ୍ରରୁ ରାଜସ୍ୱ ଆଦାୟ କରୁଛନ୍ତି । ପ୍ରସ୍ତାବିତ ଡାଟା ଲେଭିକୁ ଆୟର ଏକ ଅତିରିକ୍ତ ଉତ୍ସ ଭାବେ ସଠିକ କି ନାହିଁ ତାହା ପରୀକ୍ଷା କରାଯାଉଛି। ତଥାପି, ଏହି ପ୍ରସ୍ତାବ ଶିଳ୍ପ ବିଶେଷଜ୍ଞଙ୍କ ମଧ୍ୟରେ ବିତର୍କ ସୃଷ୍ଟି କରିଛି । କିଛି ବିଶ୍ଳେଷକ ଚେତାବନୀ ଦେଇଛନ୍ତି ଯେ ଡାଟା ଟ୍ୟାକ୍ସ ପ୍ରଚଳନ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଇଣ୍ଟରନେଟ୍ ଖର୍ଚ୍ଚ ବୃଦ୍ଧି କରିପାରେ | ଏଥି ସହିତ ଭାରତର ଡିଜିଟାଲ୍ ଅର୍ଥନୀତିର ଅଭିବୃଦ୍ଧିକୁ ସମ୍ଭାବ୍ୟ ଭାବରେ ମନ୍ଥର କରିପାରେ । ସେମାନେ ଏହା ମଧ୍ୟ କହିଛନ୍ତି ଯେ ଏପରି ଟ୍ୟାକ୍ସ କାର୍ଯ୍ୟକାରୀ କରିବା ବୈଷୟିକ ଭାବରେ ଜଟିଳ ହୋଇପାରେ। ତେବେ ବର୍ତ୍ତମାନ ପାଇଁ, ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ପ୍ରତି GB ପାଇଁ ୧ଟଙ୍କା ଲେଭି କେବଳ ବିଚାରାଧୀନ ଅଛି ଏବଂ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।
also read : https://purvapaksa.com/triple-murdered-simultaneously-in-deogarh/
ଦେବଗଡ଼ରେ ଏକାବେଳକେ ପତ୍ନୀ, ବୋହୂ ଏବଂ ନାତୁଣୀଙ୍କୁ ହତ୍ୟା | Triple murdered simultaneously in Deogarh

