Smruti Irani: ଇରାନି ସଭାପତି ହେବା ପଛରେ ଅନେକ ଯୁକ୍ତି ରହିଛି। ପ୍ରଥମ, ସେ ଜଣେ ମହିଳା ଓ ଏ ପର୍ଯ୍ୟନ୍ତ ବିଜେପିର ସଭାପତି ଦାୟିତ୍ଵ କୌଣସି ମହିଳାଙ୍କୁ ମିଳିନାହିଁ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି ଭାରତୀୟ ଜନତା ପାର୍ଟିର ପରବର୍ତ୍ତୀ ସଭାପତି ହେବେ? ଏଭଳି ଏକ ଚର୍ଚ୍ଚା ଏବେ ଦିଲ୍ଲୀରେ ଜୋର୍ ଧରିଛି। ଜେପି ନଡ୍ଡାଙ୍କ ପରେ ଦଳର ମୁଖ୍ୟ କିଏ ହେବେ ସେ ନେଇ କଳ୍ପନା ଜଳ୍ପନା ଚାଲିଥିବାବେଳେ ଇରାନିଙ୍କ କଥା ହଠାତ୍ ଚର୍ଚ୍ଚାକୁ ଆସିଛି। ଉଲ୍ଲେଖଯୋଗ୍ୟ ଯେ, ଇରାନି ବର୍ତ୍ତମାନ ଦଳର କୌଣସି ପଦ ପଦବୀରେ ନାହାଁନ୍ତି।
୨୦୨୪ ଲୋକସଭା ନିର୍ବାଚନରେ ଆମେଥି ନିର୍ବାଚନମଣ୍ଡଳୀରେ ରାହୁଲ ଗାନ୍ଧୀଙ୍କଠାରୁ ହାରିଯିବା ପରେ ଇରାନି ଏପର୍ଯ୍ୟନ୍ତ ଦଳ କି ସରକାରରେ ଥଇଥାନ ହୋଇ ନାହାଁନ୍ତି। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନିକଟ ବ୍ୟକ୍ତି ହିସାବରେ ଇରାନିଙ୍କ ପରିଚୟ ରହିଛି।
ଇରାନି ସଭାପତି ହେବା ପଛରେ ଅନେକ ଯୁକ୍ତି ରହିଛି।
- ପ୍ରଥମ, ସେ ଜଣେ ମହିଳା ଓ ଏ ପର୍ଯ୍ୟନ୍ତ ବିଜେପିର ସଭାପତି ଦାୟିତ୍ଵ କୌଣସି ମହିଳାଙ୍କୁ ମିଳିନାହିଁ।
- ଦ୍ଵିତୀୟ, ଇରାନିଙ୍କ ଟିଭି ଚେହେରା ସମସ୍ତଙ୍କୁ ଆକୃଷ୍ଟ କରିବ।
- ତୃତୀୟ,ସେ ଜଣେ ଦକ୍ଷ ଓ କୁହାଳିଆ ନେତାଭାବେ ଜଣାଶୁଣା।
ଏସବୁ ଯୋଗ୍ୟତା ଇରାନିଙ୍କ ପାଇଁ ସୁବିଧାଜନକ ହେବ ବୋଲି ଆକଳନ କରାଯାଉଛି। ଆସନ୍ତା କେଇ ଦିନ ମଧ୍ୟରେ କେହି ଜଣେ ବିଜେପି ସଭାପତିଭାବେ ନିର୍ବାଚିତ ହେବାକୁ ବାଧ୍ୟ କାରଣ ଆଗକୁ ଗୁଡ଼ାଏ ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
Also readhttps://purvapaksa.com/convicted-politician-party-self-control-is-a-must/