Ranabir singh: ଏହା ସ୍କୋଡା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ
ସ୍କୋଡା ଅଟୋ ଇଣ୍ଡିଆ ଭାରତରେ ନିଜର ସର୍ବପ୍ରଥମ ବ୍ରାଣ୍ଡ ସୁପରଷ୍ଟାର୍ ଭାବେ ରଣବୀର ସିଂହଙ୍କୁ ନିଯୁକ୍ତ କରିଛି । ଭାରତରେ ନିଜର ପ୍ରଥମ ସବ୍ ଫୋର୍ ମିଟର୍ ଏସୟୁଭି ପ୍ରଚଳନ କରିବା ପରେ ଏହା ସ୍କୋଡା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ସହଭାଗିତା ସହିତ ରଣବୀର ସିଂହ ସ୍କୋଡା ଅଟୋ ଇଣ୍ଡିଆର ପ୍ରଶଂସକ ଓ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର, ସ୍କୋଡା ଶୈଳୀର, ଜନ-କେନ୍ଦ୍ରିତ ଅଭିଯାନକୁ ଅଧିକ ପ୍ରଚାରପ୍ରସାର କରିବେ ।
ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସାଡର ପିଟର ଜେନେଭା ଏହି ସହଭାଗିତା ଉପରେ ମତବ୍ୟକ୍ତ କରି କହିଛନ୍ତି, ‘‘କାଇଲାକର ପ୍ରିମିୟର ହେବା ସମୟରେ, ‘ପିକଚର୍ ଅଭି ବାକି ହୈ’ ବୋଲି ମୁଁ ପ୍ରତିଶ୍ରୁତି ଦେଇଥିଲି । ଭାରତରେ ୨୫ ବର୍ଷ ପୂରଣ ହେବା ଅବସରରେ ଆମେ ଏଠାରେ ଗୋଟିଏ ନୂଆ ଯୁଗ ଶୁଭାରମ୍ଭର ପ୍ରତିବଦ୍ଧତା ବ୍ୟକ୍ତ କରିଛୁ, ଯାହା ବିଶ୍ୱସ୍ତରୀୟ ଉତ୍ପାଦ ଉନ୍ମୋଚନ କରିବା ଠାରୁ ଊର୍ଦ୍ଧ୍ୱରେ । ଏହା ବ୍ୟବସାୟର ପ୍ରତ୍ୟେକ ଦିଗକୁ ଏକ ନୂଆ ରୂପ ଦେବା ଉପରେ ଆଧାରିତ । ଏଥିରେ ଆମ ଗ୍ରାହକ ଓ ପ୍ରଶଂସକଙ୍କ ସହ ଯୋଡ଼ି ହେବାର ପଦ୍ଧତି ମଧ୍ୟ ସାମିଲ ରହିଛି
ସାରା ଦୁନିଆରେ ଏବଂ ବିଶେଷ କରି ଭାରତରେ, କାର ଓ ଚଳଚ୍ଚିତ୍ର ସମ୍ପର୍କର ଭାବନା ସୃଷ୍ଟି କରିଥାଏ ଏବଂ ଲୋକମାନଙ୍କୁ ପରସ୍ପର ସହ ଯୋଡ଼ିଥାଏ । ସେଥିପାଇଁ ଭାରତରେ ଆମ ଇତିହାସରେ ପ୍ରଥମ ଥର ରଣବୀର ସିଂହଙ୍କୁ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ସୁପରଷ୍ଟାର ରୂପେ ଘୋଷଣା କରି ମୋତେ ଗର୍ବ ଅନୁଭୂତ ହେଉଛି । ପ୍ରତିଭା ଏବଂ ଊର୍ଜାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇଥିବାରୁ, ପରଦା ଆଗରେ ଏବଂ ବାସ୍ତବ ଦୁନିଆରେ ରଣବୀରଙ୍କ ବ୍ୟକ୍ତିଗତ ସ୍ୱଭାବ ଆମର ଅଭିଳାଷା ଏବଂ ପରମ୍ପରାର ଦୃଢ଼ତାକୁ ପ୍ରଦର୍ଶିତ କରିଥାଏ ।
ଆମେ ବିଶ୍ୱସ୍ତରରେ ଉତ୍କୃଷ୍ଟ ସଫଳତାର ୧୩୦ ବର୍ଷ ପାଳନ କରୁଥିବା ସମୟରେ ଏହି ଘୋଷଣା କରାଯାଇଛି । ଏହି ସହଭାଗିତା ଆମ ଉତ୍ପାଦ, ଆମ ନେଟୱର୍କ ଏବଂ ଆମ ଗ୍ରାହକଙ୍କ ପାଇଁ ଅନେକ କିଛି ଆଣିବାକୁ ଯାଉଛି । କାରଣ ଆମେ ୟୁରୋପ ବାହାରେ ସ୍କୋଡା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବଜାର ରୂପେ ଆମର ସ୍ଥିତିକୁ ମଜଭୁତ କରିବାକୁ ଚାହୁଁଛୁ। ସ୍କୋଡା ଅଟୋ ଇଣ୍ଡିଆ ଦ୍ୱାରା ବ୍ରାଣ୍ଡ ସୁପରଷ୍ଟାରଙ୍କୁ ନେଇ ପ୍ରଥମ ବ୍ଲକବଷ୍ଟରକୁ ଖୁବଶୀଘ୍ର ଉପସ୍ଥାପନ କରାଯିବ ଯେଉଁଥିରେ କାଇଲାକ୍ ସହିତ ରଣବୀର ସିଂହଙ୍କୁ ଦେଖିବାକୁ ମିଳିବ ।
ଏହାପରେ ମାର୍ଚ୍ଚ ଶେଷ ଭାଗରେ ଗୋଟିଏ ବ୍ରାଣ୍ଡ କେନ୍ଦ୍ରିତ ଚଳଚ୍ଚିତ୍ର ଯୋଜନା ପ୍ରସ୍ତୁତ କରାଯାଇଛି, ଯାହା ମାଧ୍ୟମରେ ପ୍ରଶଂସକ ଏବଂ ଗ୍ରାହକଙ୍କୁ ବର୍ଷର ଶେଷ ଭାଗାରେ ରଣବୀର ସିଂହ ଏବଂ ସ୍କୋଡା ଅଟୋ ଇଣ୍ଡିଆର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଭେଟିବାର ସୁଯୋଗ ମିଳିବ । ସ୍କୋଡା ଅଟୋ ଇଣ୍ଡିଆର ସର୍ବପ୍ରଥମ ବ୍ରାଣ୍ଡ ସୁପରଷ୍ଟାର ରଣବୀର ସିଂହ କୁହନ୍ତି, ‘‘ମୁଁ ସ୍କୋଡା ଅଟୋ ଇଣ୍ଡିଆର ସର୍ବପ୍ରଥମ ବ୍ରାଣ୍ଡ ସୁପରଷ୍ଟାର ହେବାକୁ ନେଇ ଉତ୍ସାହିତ ।
ଏହି ସହଯୋଗ ଉତ୍କୃଷ୍ଟତା ପ୍ରତି ସହଭାଗୀ ପ୍ରତିବଦ୍ଧତାକୁ ଦର୍ଶାଇଥାଏ ଏବଂ ମୁଁ ଭାରତରେ ସ୍କୋଡା ଅଟୋର ବିକାଶକୁ ନେଇ ତତ୍ପର ରହିଛି । ସ୍କୋଡା ଅଟୋ ନିକଟରେ ଗୋଟିଏ ବିବିଧ ଏବଂ ରୋମାଞ୍ଚକର ଉତ୍ପାଦ ପୋର୍ଟଫୋଲିଓ ରହିଛି ଯାହା ଭାରତର ବର୍ଦ୍ଧିତ ବଜାରରେ ଅଟୋମୋଟିଭ୍ ପ୍ରେମୀ ଏବଂ ବ୍ୟାପକ ଗ୍ରାହକ ଆଧାରର ଆବଶ୍ୟକତାକୁ ପୂରଣ କରିଥାଏ । ଏକ ମଜବୁତ ପରମ୍ପରା ଏବଂ ଉତ୍ପାଦର ପ୍ରତିଷ୍ଠିତ ଶୃଙ୍ଖଳା ସହିତ ଏହି ବ୍ରାଣ୍ଡ ଅଟୋମୋଟିଭ୍ ଉଦ୍ୟୋଗରେ ଉଚ୍ଚ ମାନଦଣ୍ଡ ପ୍ରତିଷ୍ଠା କରିଚାଲିଛି।’’
previous article:https://purvapaksa.com/after-being-shot-man-escapes-unhurt-as-mobile-phone-plays-shield/
