Sikandar: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସିକନ୍ଦର’ର ଟିଜର ୨୭ ଡିସେମ୍ବରରେ ସଲମାନ ଖାନଙ୍କ ୫୯ ତମ ଜନ୍ମଦିନ ଅବସରରେ ମୁକ୍ତିଲାଭ କରିବାର ଥିଲା ।
ହେଲେ ଏହାକୁ ସ୍ଥଗିତ ରଖାଯାଇଛି। ଡିସେମ୍ବର ୨୬ (ଗୁରୁବାର) ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହେତୁ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ନିର୍ମାତାମାନେ ମନମୋହନ ସିଂଙ୍କ ବିଯୋଗରେ ଶୋକ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି । ଏଥିସହ ‘ସିକନ୍ଦର‘ର ଟିଜରର ନୂଆ ରିଲିଜ୍ ତାରିଖ ଘୋଷଣା କରିଥିଲେ ।
ରିଲିଜ ହେଲା ‘ସିକନ୍ଦର’ ଟିଜର
ଏହି ଟିଜରରେ ସଲମାନ ଖାନ ଭାଇଜାନଙ୍କ ଅବତାରରେ ଅଲଗା ହିଁ ସ୍ୱାଗର ସହ ଦେଖା ଯାଇଛନ୍ତି ।
ଏହା ପରେ କେବଳ ଗୋଟିଏ ସଂଳାପ ଶୁଣାଯାଏ, “ମୁଁ ଶୁଣିଛି ଯେ ଅନେକ ଲୋକ ମୋ ପଛରେ ଅଛନ୍ତି।” ମୋ ପାଖକୁ ଯିବାର ସମୟ ଆସିଛି। ” ଏହା ଶୁଣିବା ପରେ ନିଶ୍ଚିତ ଭାବରେ ହ୍ୱିସିଲ ମାରିବା ଭଳି ଅନୁଭବ କରିବେ । ଏହି ସର୍ଟ ଟିଜରରେ ସଲମାନ ଆକ୍ସନ ମୋଡ଼ରେ ନଜର ଆସିଛନ୍ତି ।
‘ସିକନ୍ଦର’ କେବେ ରିଲିଜ ହେବ?
କହିରଖୁଛୁ କି, ସଲମାନ ଖାନଙ୍କ ଜନ୍ମଦିନରେ ‘ସିକନ୍ଦର’ ଫିଲ୍ମର ଟିଜର ରିଲିଜ ପାଇଁ ଏକ ଯୋଜନା କରାଯାଇଥିଲା । ଏଭଳି ପରିସ୍ଥିତିରେ ନିର୍ମାତାମାନେ ଡିସେମ୍ବର ୨୬ ତାରିଖ ସନ୍ଧ୍ୟାରେ ସିକନ୍ଦର ଫିଲ୍ମରୁ ସଲମାନ ଖାନଙ୍କ ପ୍ରଥମ ଲୁକ୍ ସେୟାର କରି ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବାବେଳେ ସିକନ୍ଦର ନିର୍ମାତା ଏହାକୁ ସ୍ଥଗିତ ରଖିଛନ୍ତି । ତେବେ ‘ସିକନ୍ଦର’ ଫିଲ୍ମ ଆସନ୍ତାବର୍ଷ ମାର୍ଚ୍ଚ ୨୦୨୫ ରେ ଇଦ୍ ଅବସରରେ ରିଲିଜ ହେବ ।
ସିକନ୍ଦର’ର ନିର୍ଦ୍ଦେଶନା ଦେବେ ଆର୍ ମୁରୁଗାଦୋସ । ସଲମାନଙ୍କ ସହ ପ୍ରଥମ ଥର ପାଇଁ କାମ କରିବେ ଏହି ନିର୍ଦ୍ଦେଶକ । ଏଥିସହ ଏହି ଫିଲ୍ମର ନିର୍ମାତା ଅଟନ୍ତି ସାଜିଦ ନାଦିଆଡୱାଲା । ବର୍ତ୍ତମାନ ୧୦ବର୍ଷ ପରେ ସଲମାନ ଖାନ ଏବଂ ସାଜିଦ ନାଦିଆଡୱାଲା ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି ।
ALSO READ: https://purvapaksa.com/want-a-body-like-hrithik-roshan-include-these-things-in-your-diet/
ହ୍ରିତିକ ରୋଶନଙ୍କ ପରି ଏକ ଶରୀର ଚାହୁଁଛନ୍ତି କି ? ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ