Shani Dev: ନ୍ୟାୟର ଦେବତା ଭଗବାନ ଶନିଙ୍କୁ ଶନିବାର ଦିନ ପୂଜା କରାଯାଏ । କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି ।
ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ଯାହା ଉପରେ ଶନି ଦେବ ପ୍ରସନ୍ନ ହୁଅନ୍ତି, ତାଙ୍କର କୌଣସି କାର୍ଯ୍ୟରେ ବାଧା ହୁଏ ନାହିଁ। ଯଦି ରାଶିଫଳରେ ଶନିଙ୍କ ସ୍ଥିତି ଥାଏ, ତେବେ ବ୍ୟକ୍ତିର କୌଣସି କାର୍ଯ୍ୟ ସହଜରେ ହୋଇପାରିବ ନାହିଁ। ତାଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହ ମଧ୍ୟରେ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ବୋଲି ବିବେଚନା କରାଯାଏ।

ନ୍ୟାୟର ଦେବତା ଶନି ଦେବ ମହାରାଜଙ୍କ ‘S’ ଅକ୍ଷର ସହିତ ଗଭୀର ସମ୍ପର୍କ ରହିଛି। ‘S’ ଅକ୍ଷର କାହିଁକି ଶନି ଦେବଙ୍କ ପାଇଁ ଅତ୍ୟନ୍ତ ପ୍ରିୟ, ଆସନ୍ତୁ ଏହା ପଛର କାରଣ ଜାଣିବା…
ଯେଉଁମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୁଏ, ସେହି ଲୋକମାନଙ୍କର ରାଶି ଚିହ୍ନ ହେଉଛି କୁମ୍ଭ । ସ, ସା, ସୁ, ସେ ଅକ୍ଷରରୁ ଆରମ୍ଭ ହୋଇଥିବା ନାମଗୁଡ଼ିକରେ ଶନି ଦେବଙ୍କ ଆଶୀର୍ବାଦ ରହିଥାଏ । କୁମ୍ଭା ରାଶିର ସ୍ୱାମୀ ହେଉଛନ୍ତି ଶନି ଦେବ । ନ୍ୟାୟର ଦେବତା ଶନି ଦେବ ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟ ଅନୁସାରେ ଫଳାଫଳ ପ୍ରଦାନ କରନ୍ତି । ଶନି ହେଉଛି ଧର୍ଯ୍ୟ, କାର୍ଯ୍ୟ ଏବଂ ଶୃଙ୍ଖଳାର ଗ୍ରହ । ଯେଉଁମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୁଏ ସେମାନଙ୍କର ପ୍ରକୃତି ଶୃଙ୍ଖଳିତ ହୋଇଥାଏ । ଏହିପରି ଲୋକମାନେ ବହୁତ ପରିଶ୍ରମୀ ଏବଂ କର୍ମଠ ହୁଅନ୍ତି । ଏହିପରି ଲୋକମାନେ ଯେକୌଣସି କାର୍ଯ୍ୟ କରିବାକୁ ସ୍ଥିର କରନ୍ତି । ତାହାକୁ ସମାପ୍ତ କରିବା ପରେ ଏହାକୁ ଛାଡ଼ିଥାନ୍ତି । ଯେଉଁମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୁଏ, ସେମାନେ ଶନି ଦେବଙ୍କ ପରି ସତ୍ୟକୁ ଭଲ ପାଆନ୍ତି । ଏହିପରି ଲୋକମାନେ ମିଥ୍ୟାକୁ ସମର୍ଥନ କରନ୍ତି ନାହିଁ କିମ୍ବା ମିଛ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ । ଅକ୍ଷର S ସହିତ ଶନିଙ୍କର ଏକ ଗଭୀର ସଂଯୋଗ ଅଛି । ଏହିପରି ଲୋକମାନେ ବହୁତ ବନ୍ଧୁତ୍ୱପୂର୍ଣ୍ଣ । ସେମାନଙ୍କର ପ୍ରକୃତି ଆନନ୍ଦଦାୟକ ଅଟେ ।

ଶନିବାର ଦିନ ରାଶି, କଳା ବିରି, ତେଲ, ଗୁଡ଼, କଳା ବସ୍ତ୍ର କିମ୍ବା ଲୁହାର ଦାନ କରିବା ଦ୍ୱାରା ଶନିଦେବଙ୍କ କୃପା ସର୍ବଦା ରହିଥାଏ। ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ। ଶନି ଦଶାରୁ ମୁକ୍ତି ପାଇବା ପାଇଁ ଏକ ଚାମଚ ଲାଲ୍ ଚନ୍ଦନକୁ ପାଣିରେ ମିଶାଇ ପ୍ରତିଦିନ ଗାଧାନ୍ତୁ। ଏହି ଉପାୟ କରିବା ଦୂରା ଶନି ପୀଡ଼ା ଦୂର ହୋଇଥାଏ । ଶନି ଦେବଙ୍କ କୃପା ଲାଭ ପାଇଁ ଓସ୍ତ ଗଛ ମୂଳରେ କଳା ତେଲ ଅର୍ପଣ କରନ୍ତୁ। ଏହି ପ୍ରତିକାର କରିବା ଦ୍ୱାରା ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥାଏ ସମସ୍ୟା ଦୂର ହେବା ସହ ଆର୍ଥିକ୍ ସ୍ଥିତି ମଜଭୁତ ହୋଇଥାଏ । ଘରେ ଆର୍ଥିକ ସମସ୍ୟା ଲାଗି ରହୁଥିଲେ, ଅଯଥାରେ ଟଙ୍କା ଖର୍ଚ୍ଚ ହେଉଥିଲେ, ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଦୀପ ଲଗାଇବା ସମୟରେ ଏକ ଲବଙ୍ଗ ସେଥିରେ ପକାନ୍ତୁ । ଏହାଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ । ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଯେଉଁମାନଙ୍କ ଜାତକରେ ଶନି ଦୋଷ ଅଛି, ଶନିବାର ଦିନ ଶନିଙ୍କ ମନ୍ତ୍ର ଜପ କରନ୍ତୁ। ଘରେ କିମ୍ବା ମନ୍ଦିର ଯାଇ ଏହି ମନ୍ତ୍ରର ଜପ କରି ପାରିବେ।

ALSO READ: https://purvapaksa.com/mokshada-ekadashi/

