Tossing Coin In River: ନଦୀରେ ପଇସା ବା ମୁଦ୍ରା ପକେଇବାର ପ୍ରଚଳନ ବହୁତ ସମୟରୁ ଚାଲି ଆସିଛି । ଲୋକେ ଏହାକୁ ଶୁଭ ମାନିଥାନ୍ତି ଏବଂ ସେମାନଙ୍କର ମନୋକାମନା ସଂପୂର୍ଣ୍ଣ ହେବ ବୋଲି ଆଶା କରିଥାନ୍ତି ।
ଲୋକଙ୍କର ଧାର୍ମିକ ମାନ୍ୟତା ରହିଛି ଯେ, ପବିତ୍ର ନଦୀରେ ପଇସା ବା ମୁଦ୍ରା ଦେଇ ପୂଜା କରିଲେ ଦେବୀ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହି ପାରମ୍ପରିକା ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ଅଛି, ଯାହାକୁ ସମୟ ସହ ସ୍ମୃତିରୁ ଲିଭି ଯାଇଛି ଏବଂ ଧାର୍ମିକ ଦୃଷ୍ଟିରୁ କେବଳ ଏହାକୁ ଦେଖିଯାଉଛି।
TOIଙ୍କର ରିପୋର୍ଟ ଅନୁସାରେ, ଏବେ ଏହାର ପଛର ଗବେଷଣାତ୍ମକ ଇତିହାସକୁ ଦେଖିଲେ, ପ୍ରାଚୀନ କାଳରେ ଯେଉଁ ମୁଦ୍ରାର ପ୍ରଚଳନ ଥିଲା ତାହା ସାଧାରଣତଃ ତମ୍ବାରେ ତିଆରି ହୋଇଥିଲା । ତମ୍ବା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାକାରି ହୋଇଥାଏ । ଏହା ପାଣିକୁ ଶୁଦ୍ଧ କରିବା ପାଇଁ ବ୍ୟବହାର କରାଯାଉଥିଲା। ଆୟୁର୍ବେଦରେ ମଧ୍ୟ ଏହାର ସୂଚନା ମିଳୁଛି ଯେ, ତମ୍ବାର ବ୍ୟବହାର ଦ୍ୱାରା ପାଣି ଶୁଦ୍ଧ ହୋଇଯାଏ ଏବଂ ଏହା ସହିତ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ । ଅମେରିକୀୟ ପରିବେଶ ସୁରକ୍ଷା ଏଜେନ୍ସୀ (EPA) ଅନୁସାରେ, ତମ୍ବା ଏବଂ ପୀତଳ ପାଣିରେ ରଖିବା ଦ୍ୱାରା ୯୯.୯% କୀଟାଣୁ ନଷ୍ଟ ହୋଇଯାନ୍ତି ।
ସେହି କାରଣରୁ ଆମର ପୂର୍ବପୁରୁଷମାନେ ନଦୀରେ ତମ୍ବାର ମୁଦ୍ରା ପକାଉଥିଲେ, ଯାହାକି ଜଳର ଶୁଦ୍ଧତା ବଜାୟ ରଖିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଥିଲା । ସେହି ସମୟରେ ଏହି ପରମ୍ପରା ପାଣିକୁ ସଫା ଏବଂ ବୈକ୍ଟେରିଆ ବିହୀନ ରଖିବା ପାଇଁ ଏକ ଉପାୟ ଥିଲା । କିନ୍ତୁ ସମୟ ସହ ଏହି ପରମ୍ପରାର ବାସ୍ତବିକ ଉଦ୍ଦେଶ୍ୟ ହଜି ଯାଇଥିଲା ଏବଂ ଏହାକୁ ଧାର୍ମିକ ମାନ୍ୟତା ସହିତ ଯୋଡି ଦିଆଗଲା । ଆଜି ଯେତେବେଳେ ସେହି ତମ୍ବାର ମୁଦ୍ରା ବ୍ୟବହାର ନାହିଁ ଏବଂ ସେମାନଙ୍କ ସ୍ଥାନରେ ଷ୍ଟେନଲେସ୍ ଷ୍ଟିଲ ଏବଂ ଏଲ୍ୟୁମିନିୟମର ମୁଦ୍ରା ବ୍ୟବହାର କରାଯାଉଛି, ତେବେ ଏହି ପରମ୍ପରାର ବୈଜ୍ଞାନିକ ଲାଭ ସମାପ୍ତ ହୋଇଗଲା।
ବର୍ତ୍ତମାନ ଲୋକେ ଏହାକୁ କେବଳ ଆସ୍ଥାର ରୂପରେ ଦେଖନ୍ତି ଓ ମାନନ୍ତି ଯେ ନଦୀରେ ମୁଦ୍ରା ପକେଇବା ଦ୍ୱାରା ତାଙ୍କର ଭାଗ୍ୟ ଚମକିବ କିମ୍ବା ତାଙ୍କର ଇଚ୍ଛା ପୂରଣ ହେବ। କିନ୍ତୁ ସତ୍ୟ ହେଉଛି ଯେ ଆଧୁନିକ ମୁଦ୍ରା ଗୁଡିକ ଜଳର ଶୁଦ୍ଧତା ଉପରେ କେନ୍ଦ୍ରିତ ନୁହେଁ, ବରଙ୍ଗ ଏହା ଜଳ ପ୍ରଦୂଷଣର କାରଣ ହୋଇପାରେ। ତେଣୁ, ଏହି ପ୍ରଥାର ପଛରେ ଥିବା ବୈଜ୍ଞାନିକ ଉଦ୍ଦେଶ୍ୟକୁ ବୁଝିବା ଓ ନଦୀମାନଙ୍କୁ ସଫା ରଖିବାର ଚେଷ୍ଟା କରିବା ଦରକାର ।