Sanjay Dutt: ସଞ୍ଜୟ ଦତ୍ତ ବଲିଉଡ଼ର ଜଣେ ଜଣାଶୁଣା ସୁପରଷ୍ଟାର ।
ତାଙ୍କ ବୃତ୍ତିଗତ ଜୀବନ ଯେତିକି ସଫଳ ଥିଲା, ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ବିବାଦୀୟ ଥିଲା। ସଞ୍ଜୟ ଦତ୍ତ ନିଜର ଏକ ବୟାନ ଦେଇ ସମତଙ୍କ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଜଣେ ଅଭିନେତ୍ରୀଙ୍କ ସହ ଚତୁର୍ଥ ବିବାହ ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଆସନ୍ତୁ ଜାଣିବା କିଏ ଏହି ଅଭିନେତ୍ରୀ?
ସଞ୍ଜୟ ଦତ୍ତ ଏହି ଅଭିନେତ୍ରୀଙ୍କୁ ତାଙ୍କର ଚତୁର୍ଥ ପତ୍ନୀ କରିବାକୁ ଚାହୁଁଥିଲେ
ଏକ ସାକ୍ଷାତକାରରେ ସଞ୍ଜୟ ଦତ୍ତ କହିଛନ୍ତି ଯେ, ଦୀପିକା ପାଦୁକୋନ ୧୯୯୩ ରେ ଫିଲ୍ମ ”ଖଳନାୟକ”ର ପ୍ରସିଦ୍ଧ ଡ୍ୟାନ୍ସ ନମ୍ବର ‘ଚୋଲି କେ ପିଚେ’ରେ ମାଧୁରୀ ଦୀକ୍ଷିତଙ୍କ ଆଦର୍ଶ ବିକଳ୍ପ ହେବେ। କେଜିଏଫ-୨ ଅଭିନେତା ଏତିକିରେ ଅଟକି ନଥିଲେ, ସେ କଲ୍କି ୨୮୯୮ ଏଡ଼ି ଫିଲ୍ମରେ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ । କେବଳ ସେତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ବୟସରେ ଟିକେ ଛୋଟ ହୋଇଥାନ୍ତେ ତେବେ ସେ ଦୀପିକାଙ୍କୁ ନିଜର ଚତୁର୍ଥ ପତ୍ନୀ କରିଥାନ୍ତେ । ତେବେ ଅଭିନେତା ମଜାଳିଆ ଢଙ୍ଗରେ ଏହା କହିଛନ୍ତି।
ଆପଣଙ୍କୁ କହିରଖୁଛୁ ଯେ ରେଡିଟରେ ଅଗ୍ନିପଥ ଅଭିନେତାଙ୍କ ସାକ୍ଷାତକାରର ଏହି ସୂତ୍ର ଭାଇରାଲ ହୋଇଛି । ଯାହା ପରେ କିଛି ନେଟିଜେନ ମଧ୍ୟ ଅଭିନେତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।
ସଞ୍ଜୟ ଦତ୍ତ ତିନୋଟି ବିବାହ କରିଛନ୍ତି
ସଞ୍ଜୟ ଦତ୍ତଙ୍କ ବିବାହ ବିଷୟରେ କହିବାକୁ ଗଲେ ସେ ପ୍ରଥମେ ଅଭିନେତ୍ରୀ ରିଚା ଶର୍ମାଙ୍କୁ ବିବାହ କରିଥିଲେ । ୧୯୯୬ମସିହାରେ ବ୍ରେନ୍ ଟ୍ୟୁମର କାରଣରୁ ରିଚାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେ ୧୯୯୮ରେ ଏୟାର ହୋଷ୍ଟେସ୍ ମଡ଼େଲ ପାଲଟିଥିବା ରିୟା ପିଲ୍ଲାଇଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୦୮ରେ ଦୁହିଁଙ୍କ ଛାଡ଼ପତ୍ର ହୋଇଯାଇଥିଲା। ୨୦୦୮ରେ ସଞ୍ଜୟ ଦତ୍ତ ମାନ୍ୟତା ଦତ୍ତଙ୍କୁ ବିବାହ କରିଥିଲେ।
ସଞ୍ଜୟ ଦତ୍ତ ୱାର୍କ ଫ୍ରଣ୍ଟ
ସଞ୍ଜୟ ଦତ୍ତଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ତେଲୁଗୁ ଫିଲ୍ମ ଡବଲ ଇସ୍ମାଟରେ ନେଗେଟିଭ ରୋଲରେ ଦେଖିବାକୁ ମିଳିଥିଲା । ହାଉସଫୁଲ-୫ ତାଙ୍କ ଆଗାମୀ ଫିଲ୍ମ ତାଲିକାରେ ରହିଛି। ଫିଲ୍ମଟି ଜୁନ୍ ୬ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ ଓ ଅଭିଷେକ ବଚ୍ଚନ ପ୍ରମୁଖ ନଜର ଆସିବେ । ସେ ଶେରନି ଦି କୋମ୍ ପଞ୍ଜାବୀରେ ମଧ୍ୟ ନଜର ଆସିବେ । ତାଙ୍କର ଏକ କନ୍ନଡ଼ ଚଳଚ୍ଚିତ୍ର କେଡି ଦ ଡେଭିଲ ମଧ୍ୟ ଅଛି ।
ALSO READ: https://purvapaksa.com/shraddha-kapoor-new-hairstyle/