Saif Ali Khan: ସୈଫ୍ ଅଲ୍ଲୀ ଖାନ୍ଙ୍କ ଉପରେ ଆକ୍ରମଣ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୟୁଜର୍ସମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏଭଳି ସିକ୍ୟୁରିଟି ହାଉସରେ ଚୋର ପଶିପାରେ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି ନାହିଁ। ଏହା ଏକ ପାରିବାରିକ କଳହ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି। ଏହି ଘଟଣା ସନ୍ଦେହଜନକ।
- ସୈଫ୍ ଅଲ୍ଲୀ ଖାନ୍ ଙ୍କ ଘରେ ପଶି ଛୁରିରେ ଆକ୍ରମଣ କଲା ଚୋର
- ସୈଫ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି
- ଏହାକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି
ସୁପରଷ୍ଟାର ସୈଫ୍ ଅଲ୍ଲି ଖାନଙ୍କ ଉପରେ ଆକ୍ରମଣ। ରାତି ଅଧରେ ଘରେ ପଶି ସୈଫ୍ଙ୍କୁ ଛୁରାମାଡ଼ କରିଛି ଆକ୍ରମଣକାରୀ। ଆକ୍ରମଣକାରୀ ଚୋରି କରିବାକୁ ଆସି ଏମିତି କାଣ୍ଡ କରିଥିବା କୁହାଯାଉଛି। ମୁମ୍ବାଇ ପୋଲିସ ପାଖରେ ଆକ୍ରମଣ ଖବର ରାତି ୩ଟାରେ ପହଞ୍ଚିଥିଲା। ତାଙ୍କ ଉପରେ ୬ଥର ଛୁରୀରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ସୈଫ୍ଙ୍କ ହାତ, ପିଠି ଏବଂ ବେକରେ ଆଘାତ ଲାଗିଛି। ଯାହା ମଧ୍ୟରୁ ମେରୁଦଣ୍ଡ ନିକଟରେ ୨ଟି ଗଭୀର ଆଘାତ ଲାଗିଛି। ଆହାତ ଅବସ୍ଥାରେ ତାଙ୍କୁ ମୁମ୍ୱାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୈଫ୍ଙ୍କୁ ଦେଖିବାକୁ ତାଙ୍କ ପୁଅ ଇବ୍ରାହିମ୍ ଓ ଝିଅ ସାରା ଅଲ୍ଲୀ ଖାନ ହସ୍ପିଟାଲରେ ପହଞ୍ଚିଛନ୍ତି। ସୈଫ୍ଙ୍କ ସର୍ଜରୀ ସରିଛି ଓ ସେ ସୁରକ୍ଷିତ ଥିବା ଜଣାପଡ଼ିଛି। କିନ୍ତୁ ଏହାରି ଭିତରେ ସୈଫ୍ଙ୍କ ଘରେ ଚୋର ପଶିଥିବା ଖବରକୁ ନେଇ ସୋସିଆଲ ମଡିଆରେ ପ୍ରଶ୍ନର ଝଡ଼ ଦେଖିବାକୁ ମିଳିଛି। ଏବଂ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି। ଚୋରି ଥିଓରୀକୁ ଅନେକ ବିଶ୍ୱାସ କରୁନାହାନ୍ତି। କେହି କେହି ଏହି ଆକ୍ରମଣ ପଛି କିଛି ଅନ୍ୟ କାରଣ ଥିବା ସନ୍ଦେହ କରୁଛନ୍ତି।
ଅନ୍ୟପଟେ ସୂଚନା ମୁତାବକ, ମୁମ୍ୱାଇ ପୋଲିସ ନିଜ ବୟାନରେ କହିଛି ଯେ, ବିଳମ୍ୱିତ ରାତିରେ ଜଣେ ଅଜଣା ବ୍ୟକ୍ତି ଅଭିନେତା ସୈଫ୍ ଅଲ୍ଲି ଖାନଙ୍କ ଘରେ ପଶି ଯାଇଥିଲା। ଏବଂ ଚାକରାଣୀ ସହ ଯୁକ୍ତି ତର୍କ କରୁଥିଲା। ଏହି ସମୟରେ ସୈଫ୍ ଘଟଣାରେ ହସ୍ତକ୍ଷେପ କରିବା ଏବଂ ବୁଝାସୁଝା କରିବାକୁ ଚେଷ୍ଟା କରିବାବେଳେ ଦୁର୍ବୃତ୍ତ ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ବର୍ତ୍ତମାନ ମାମଲାର ଯାଞ୍ଚ କରୁଛି ପୋଲିସ। ପୋଲିସ ଅନୁସାରେ ଅଜ୍ଞାତ ବ୍ୟକ୍ତିଜଣକ ଏକ ପାଇପ୍ ଲାଇନ୍ ଦେଇ ସୈଫ୍ଙ୍କ ଦୁଇ ପୁଅଙ୍କ ରୁମକୁ ପ୍ରବେଶ କରିଥିଲା। ପୋଲିସ ୨ ଘଣ୍ଟାର ସିସିଟିଭି ଫୁଟେଜ୍ ଅଣ୍ଡାଳିବା ପରେ ମଧ୍ୟ ସେଥିରେ ବାହାରୁ କେହି ଘରକୁ ପ୍ରବେଶ କରୁଥିବା ଦେଖା ଯାଇନାହିଁ। ସୂଚନାଯୋଗ୍ୟ ଯେ, ସୈଫ୍ଙ୍କ ଘର ଆପାର୍ଟମେଣ୍ଟ ବିଲ୍ଡିଂର ସପ୍ତମ ମହଲାରେ ରହିଛି।
ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା ପରେ ସବୁଠି ଚାଞ୍ଚଲ୍ୟ ଖେଳିଯାଇଥିଲା। ସୋସିଆଲ ମିଡିଆରେ ଲୋକେ କମେଣ୍ଟ କରିଛନ୍ତି। ଟ୍ୱିଟରରେ ଏବେ #SaifAliKhan ଟ୍ରଣ୍ଡ କରୁଛି। ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି ଯେ, ଏହା ଚୋରି ମାମଲା ପରି ଲାଗୁନାହିଁ, ମୁମ୍ୱାଇରେ କୌଣସି ସେଲିବ୍ରେଟି ଘରେ ପଶିବା ଏତେ ବି ସହଜ ନୁହେଁ।’ ସେହିଭଳି ଆଉଜଣେ ୟୁଜର୍ସ ଲେଖିଛନ୍ତି , ଏଭଳି ଘଟଣାକୁ ନେଇ ଆନେକ ପ୍ରଶ୍ନ ସୃଷ୍ଟି ହେଉଛି। ୨୪/୭ ଘଣ୍ଟା କଡ଼ା ସୁରକ୍ଷା ବଳୟରେ ରହୁଥିବା ଘରେ କିପରି ଚୋର ପଶି ପାରିବ? ସାଧାରଣ ଲୋକଙ୍କ କଲୋନୀରେ ତ ୨୪ ଘଣ୍ଟା ଜଗୁଆଳି ଥାଏ। ତେବେ ଏଭଳି ସେଲିବ୍ରେଟିଙ୍କ ଘରେ ପଶିବା ପାଇଁ ତ ଅନେକ ସୁରକ୍ଷା କବଚ ଥିବ। ଏହାକୁ ଭେଦ କରି ଜଣେ ଦୁର୍ବୃତ୍ତ କିଭଳି ପଶିବ?
ସେପଟେ କରୀନା କପୁର ଖାନ ଏବଂ ସୈଫ୍ଙ୍କ ଟିମ୍ ତରଫରୁ ପ୍ରତିକ୍ରିୟା ରହିଛି ଯେ, ସୈଫ୍ଙ୍କ ହାତ, ପିଠି ଆଦିରେ ଗଭୀର ଆଘାତ ଲାଗିଛି। ସେଥିପାଇଁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିବାରର ଅନ୍ୟ ସଦସ୍ୟ ସୁରକ୍ଷିତ ଅଛନ୍ତି। ଏହା ପୋଲିସର ମାମଲା ଅଟେ ଏଥିପାଇଁ ଧୈର୍ଯ୍ୟ ରଖନ୍ତୁ।
