Saif Ali Khan: ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଛୁରାମାଡ ହୋଇଥିଲା।
ସୈଫଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ୨.୩୦ରେ ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରିଥିଲେ। ପ୍ରଥମେ ସେ ତାଙ୍କ ଘରୋଇ ସହାୟିକା ସହ ଯୁକ୍ତିତର୍କ କରିଥିଲେ। ସୈଫ ଆସି ଯୁବକଙ୍କୁ ବୁଝାଇବାକୁ ପ୍ରୟାସ କରିଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଛୁରାମାଡ କରିଥିଲେ। ସୈଫଙ୍କୁ ୬ ଥର ଛୁରାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଦୁର୍ବୁର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।
ଦୁବୃର୍ତ୍ତ କରିଥିଲା ୧ କୋଟି ଡିମାଣ୍ଡ
ମୁମ୍ବାଇ ପୋଲିସକୁ ଦିଆଯାଇଥିବା ଏକ ବୟାନରେ ସୈଫ ଅଲି ଖାନଙ୍କ ଘରୋଇ କର୍ମଚାରୀ କହିଛନ୍ତି ଯେ ରାତି ପ୍ରାୟ ୨ଟା ସମୟରେ ଚୋରି କରିବା ଉଦ୍ଦେଶ୍ୟରେ ଦୁବୃର୍ତ୍ତ ସୈଫଙ୍କ ସାନପୁଅ ଜାହାଙ୍ଗୀର ରୁମ୍ ଦେଇ ଘରେ ପଶିଥିଲା । ଏହି ସମୟରେ କୋଠରୀରେ ବାଥରୁମ ଭିତରେ ଏକ ଛାଇ ଦେଖିଥିଲେ ତାଙ୍କ ଘରୋଇ କର୍ମଚାରୀ । ଯାହା ପରେ ଘରୋଇ କର୍ମଚାରୀଙ୍କ ଚିତ୍କାର କରିବାରୁ ତାଙ୍କ ସ୍ୱର ଶୁଣି ସୈଫ ଘଟଣାସ୍ଥଳରେ ପହଞ୍ଚିଥିଲେ ସୈଫ । ଏହି ସମୟରେ ଚୋର ଘରୋଇ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା, ଯାହା ଫଳରେ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା । ଏହା ପରେ ଘରୋଇ କର୍ମଚାରୀଙ୍କୁ ବନ୍ଦକ ରଖି ସୈଫଙ୍କୁ ୧ କୋଟି ଡିମାଣ୍ଡ କରିଥିଲା ଚୋର । ଯାହାକୁ ବିରୋଧ କରିବା ପରେ ଚୋର ତାଙ୍କୁ ସୈଫଙ୍କ ଉପରେ ୬ ଥର ଛୁରାମାଡ଼ କରି ଫେରାରେ ହୋଇଥିଲା ।
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଚୋରର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ପ୍ରକୃତରେ, ଚୋର ନିଶ୍ଚିତ ଭାବରେ ସିଡ଼ି ଦେଇ ସୈଫଙ୍କ ଘରେ ପ୍ରବେଶ କରିଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ସିସିଟିଭିରେ କଏଦ ହୋଇଥିବା ଫଟୋରେ ସେ ସିଡ଼ିରେ ଯାଉଥିବାର ଦେଖିବାକୁ ମିଳିଛି । ସେ ଏକ ଟି-ସାର୍ଟ ପିନ୍ଧିଛି ଏବଂ ତା’ ବେକରେ ଏକ ଲାଲ କପଡା ବନ୍ଧା ହୋଇଛି । ତେବେ ଅଭିଯୁକ୍ତ ଏବେ ବି ଫେରାର୍ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୈଫଙ୍କୁ ଅଟୋରେ ହସ୍ପିଟାଲ ନେଇଥିଲେ ଇବ୍ରାହିମ
ଛୁରାମାଡ଼ ପରେ ସୈଫଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ବଡ଼ ପୁଅ ଇବ୍ରାହିମ ତାଙ୍କ ବାପାଙ୍କୁ ଲୀଳାବତୀ ହସ୍ପିଟାଲକୁ ନେଇଥିଲେ। କୌଣସି କାର୍ ନତିବାରୁ ସେ ବାପାଙ୍କୁ ଏକ ଅଟୋ-ରିକ୍ସାରେ ବାପାଙ୍କୁ ହସ୍ପିଟାଲକୁ ନେଇଥିଲେ । ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ସୈଫ ଅଲି ଖାନଙ୍କ ଅସ୍ତ୍ରୋପଚାର ସମୟରେ ମେରୁଦଣ୍ଡ ପାଖରୁ ୨.୫ ଇଞ୍ଚ ଲମ୍ବା ଛୁରୀ ବାହାର କରାଯାଇଥିଲା ଏବଂ ତାଙ୍କ ଲିକ୍ ହେଉଥିବା ମେରୁଦଣ୍ଡର ତରଳ ପଦାର୍ଥକୁ ବନ୍ଦ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅଭିନେତା ଏବେ ବିପଦମୁକ୍ତ । ସୈଫ୍ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ICUରେ ପର୍ଯ୍ୟବେକ୍ଷଣରେ ରହିବେ ଏବଂ ଦୁଇରୁ ତିନି ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ ।
ALSO READ: https://purvapaksa.com/saif-ali-khan-attacked-police-investigating-case/
ଅଭିନେତା ସୈଫ ଅଲି ଖାନଙ୍କୁ ଛୁରୀରେ ଆକ୍ରମଣ: ଘରେ ପଶି 6ଥର ଆକ୍ରମଣ କରିଛି ଦୁବୃର୍ତ୍ତ