Royal Enfield sale: ଭାରତରେ ୩୫୦ ସିସିରୁ ୪୫୦ ସିସି ମୋଟରସାଇକେଲ ସେଗମେଣ୍ଟ ଡିସେମ୍ବର ୨୦୨୪ରେ ବାର୍ଷିକ ତୁଳନାରେ ୧୫.୫୫% ଅଭିବୃଦ୍ଧି ହାସଲ କରିଛି, ମୋଟ ବିକ୍ରି ୭୪,୯୬୮ ୟୁନିଟରେ ପହଞ୍ଚିଛି, ଯାହା କି ଡିସେମ୍ବର ୨୦୨୩ରେ ବିକ୍ରି ହୋଇଥିବା ୬୪,୮୮୨ ୟୁନିଟ୍ ତୁଳନାରେ ୧୦,୦୮୬ ୟୁନିଟ୍ ଅଧିକ। ରୟାଲ ଏନଫିଲ୍ଡ ଏକାଧିକ ମଡେଲ ସହ ଏହି ଏହି ତାଲିକାରେ ଆଧିପତ୍ୟ ବଜାୟ ରଖିଥିବା ବେଳେ ଟ୍ରାୟମ୍ଫ ୪୦୦, ହାର୍ଲେ-ଡେଭିଡସନ ଏକ୍ସ୪୪୦ ଏବଂ ଏପ୍ରିଲିଆ ଆରଏସ ୪୫୭ ଭଳି ନୂଆ ବାଇକ୍ଗୁଡ଼ିକର ବିକ୍ରିରେ ମଧ୍ୟ ବୃଦ୍ଧି ଘଟିଛି।
ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ ଆଧିପତ୍ୟ ଜାରି ରଖିଛି। ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ସର୍ବାଧିକ ବିକ୍ରି ହୋଇଛି। ଗତ ଡିସେମ୍ବରରେ ମୋଟ ୨୯,୬୩୭ଟି କ୍ଲାସିକ-୩୫୦ ବିକ୍ରି ହୋଇଛି। ଡିସେମ୍ବର ୨୦୨୩ରେ ବିକ୍ରି ହୋଇଥିବା ୨୧,୨୩୪ ୟୁନିଟ୍ ତୁଳନାରେ ଏଥର ୩୯.୫୭% ବୃଦ୍ଧି ପାଇଛି। ନିକଟରେ ନବୀକରଣ କରାଯାଇଥିବ ବୁଲେଟ୍-୩୫୦ ୧୪,୦୪୯ ୟୁନିଟ୍ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛି, ଯାହା ଗତବର୍ଷ ବିକ୍ରି ହୋଇଥିବା ୧୨,୬୦୭ ୟୁନିଟ୍ ତୁଳନାରେ ବାର୍ଷିକ ୧୧.୪୪% ବୃଦ୍ଧି ପାଇଛି। ଯୁବ ପିଢୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ରୟାଲ ଏନଫିଲ୍ଡ ହଣ୍ଟର-୩୫୦ର ବିକ୍ରି ୧୩,୭୪୪ ୟୁନିଟ୍ ରହିଛି, ଯାହା ଡିସେମ୍ବର ୨୦୨୩ରେ ୧୧,୭୦୫ ୟୁନିଟ୍ ତୁଳନାରେ ୧୭.୪୨% ବୃଦ୍ଧି ପାଇଛି। ମେଟିଓର-୩୫୦ରେ ମଧ୍ୟ ସ୍ଥିର ବିକ୍ରି ହୋଇଛି, ଯାହା କି ୬,୩୬୬ ୟୁନିଟ୍ ରେକର୍ଡ କରିଛି, ଯାହା ଗତ ବର୍ଷ ସମାନ ମାସରେ ବିକ୍ରି ହୋଇଥିବା ୬,୦୭୧ ୟୁନିଟ୍ ତୁଳନାରେ ବାର୍ଷିକ ୪.୮୬% ବୃଦ୍ଧି ପାଇଛି।
ଟ୍ରାୟମ୍ଫ ସ୍ପିଡ୍-୪୦୦ ଏବଂ ସ୍କ୍ରାମ୍ବଲର-୪୦୦ଏକ୍ସର ମୋଟ ୨,୪୫୩ ଗାଡ଼ି ବିକ୍ରି ହୋଇଛି, ଯାହା ଡିସେମ୍ବର ୨୦୨୩ରେ ବିକ୍ରି ହୋଇଥିବା ୨,୨୭୩ ୟୁନିଟ୍ ତୁଳନାରେ ବାର୍ଷିକ ୭.୯୨% ବୃଦ୍ଧି ଦର୍ଶାଉଛି। ଅନ୍ୟପକ୍ଷରେ ଜାୱା-ୟଜଦି ମୋଟରସାଇକେଲ ବିକ୍ରିରେ ହ୍ରାସ ଘଟିଛି। ଗତ ଡିସେମ୍ବରରେ ମୋଟ ୨,୩୪୧ଟି ଗାଡ଼ି ବିକ୍ରି ହୋଇଛି। ଗତବର୍ଷ ସମାନ ଅବଧିରେ ଏହି କମ୍ପାନୀ ୨,୫୨୪ ଗାଡ଼ି ବିକ୍ରି କରିଥିଲା। ଏଥର ବିକ୍ରିରେ ୭.୨୫% ହ୍ରାସ ପାଇଛି।
ହୋଣ୍ଡା କମ୍ପାନୀର ସିବି-୩୫୦ ଏବଂ ହାଇନେସ୍ ପରଫର୍ମାନ୍ସ ହୋଣ୍ଡାର ଏଚ୍ ନେସ୍ ସିବି-୩୫୦ରେ ଦ୍ରୁତ ହ୍ରାସ ଘଟିଛି, ଯାହା କି ଡିସେମ୍ବର ୨୦୨୪ରେ ୧,୫୬୦ ୟୁନିଟ୍ ବିକ୍ରି ହୋଇଥିବା ବେଳେ ଗତବର୍ଷ ଏହା ୧,୯୫୬ ୟୁନିଟ୍ ତୁଳନାରେ ବାର୍ଷିକ ୨୦.୨୫% ହ୍ରାସ ପାଇଛି। ତେବେ ହୋଣ୍ଡାର ସିବି-୩୫୦ରେ ୧୦୭୫ ୟୁନିଟ୍ ରହିଛି।
ନିକଟରେ ନୂତନ ୪୫୦ ସିସି ତରଳ-କୁଲ୍ଡ ଇଞ୍ଜିନ ସହିତ ଅପଡେଟ୍ ହୋଇଥିବା ରୟାଲ ଏନଫିଲ୍ଡ ହିମାଳୟରେ ୬୨.୨୭% ହ୍ରାସ ଘଟିଛି ଏବଂ ଡିସେମ୍ବର ୨୦୨୪ରେ ୧,୨୮୫ ୟୁନିଟ୍ ବିକ୍ରି ହୋଇଛି, ଯାହା କି ଗତବର୍ଷ ୩,୪୦୬ ୟୁନିଟ୍ ତୁଳନାରେ ହ୍ରାସ ପାଇଛି। ତେବେ ରୟାଲ ଏନଫିଲ୍ଡ ଗେରିଲା-୪୫୦ ନାମକ ଏହି ଲାଇନଅପ୍ ରେ ୮୧୪ ୟୁନିଟ୍ ବିକ୍ରି ରେକର୍ଡ କରାଯାଇଛି।
ହାର୍ଲି-ଡେଭିଡସନ୍ ଏକ୍ସ-୪୪୦ ରେ ଏକ ବିଶାଳ ଡ୍ରପ୍ ହାର୍ଲେ-ଡେଭିଡସନ୍ ଏକ୍ସ-୪୪୦, ଯାହା କି ବର୍ଷର ପ୍ରାରମ୍ଭରେ ଶକ୍ତିଶାଳୀ ଭାବେ ଆରମ୍ଭ ହୋଇଥିଲା, ବାର୍ଷିକ ୮୦.୯୦% ହ୍ରାସ ପାଇଛି, ଡିସେମ୍ବର ୨୦୨୪ରେ ମାତ୍ର ୪୧୮ ୟୁନିଟ୍ ବିକ୍ରି କରିଛି, ଯାହା ଡିସେମ୍ବର ୨୦୨୩ରେ ୨,୧୮୯ ୟୁନିଟ୍ ତୁଳନାରେ ମାତ୍ର ୪୧୮ ୟୁନିଟ୍ ବିକ୍ରି କରିଛି। ବଜାଜ ପଲସର-୪୦୦ ଏହାର ପ୍ରଥମ ମାସରେ ୩୮୨ ୟୁନିଟ୍ ବିକ୍ରି କରି ବଜାରକୁ ପ୍ରବେଶ କରିଥିବା ବେଳେ ବଜାଜ ଡୋମିନାର-୪୦୦ ୨୨୬ ୟୁନିଟ୍ ରେକର୍ଡ କରିଛି, ଯାହା ଡିସେମ୍ବର ୨୦୨୩ରେ ୩୧୦ ୟୁନିଟ୍ ତୁଳନାରେ ବାର୍ଷିକ ୨୭.୧୦% ହ୍ରାସ ଦେଖାଇଛି। ଡ୍ୟୁକ୍, ଆଡଭେଞ୍ଚର ଏବଂ ଆରସି ମଡେଲ ସମେତ କେଟିଏମ୍-୩୯୦ ସିରିଜ୍ ରେ ବାର୍ଷିକ ୬୫.୪୬% ହ୍ରାସ ଘଟିଛି, ଯାହା ଗତବର୍ଷ ବିକ୍ରି ହୋଇଥିବା ୫୮୨ ୟୁନିଟ୍ ତୁଳନାରେ ମାତ୍ର ୨୦୧ ୟୁନିଟ୍ ରହିଛି। ସେହିପରି ଏପ୍ରିଲିଆ-୪୫୭ ରେ ୨୭୭ ୟୁନିଟ୍ ବିକ୍ରି ହୋଇଛି। ଏହି ସେଗମେଣ୍ଟ ବିକ୍ରି ବଢ଼ାଇବା ପାଇଁ ଏପ୍ରିଲିଆ ଖୁବ୍ ଶୀଘ୍ର ଭାରତରେ ଟୁନୋ-୪୫୭ ଲଞ୍ଚ କରିବ।
ପ୍ରିମିୟମ ମୋଟରସାଇକେଲ ସେଗମେଣ୍ଟରେ ହିରୋର ସଦ୍ୟତମ ପ୍ରବେଶ ହିରୋ, କାୱାସାକି ଏବଂ ହୁସ୍କଭର୍ଣ୍ଣା ହିରୋ ମାଭେରିକ-୪୪୦ ଏହାର ପ୍ରଥମ ମାସରେ ୭୭ ଟି ୟୁନିଟ୍ ବିକ୍ରି ହୋଇଛି । କାୱାସାକିର ନିଞ୍ଜା ସିରିଜ୍, ଏଲିମିନେଟର ଏବଂ କେଏଲ୍ଏକ୍ସ ଲାଇନଅପ୍ ମିଳିତ ଭାବେ ୫୦ ୟୁନିଟ୍ ବିକ୍ରି କରିଛନ୍ତି, ଯାହା କି ଗତବର୍ଷ ୨୫ ୟୁନିଟ୍ ତୁଳନାରେ ୧୦୦% ବୃଦ୍ଧି ପାଇଛି। ହୁସ୍କଭର୍ଣ୍ଣାଙ୍କ ସ୍ୱାର୍ଟପିଲେନ୍ ଏବଂ ଭିଟ୍ପିଲେନ୍ ୪୦୧ ମଧ୍ୟ ୧୩ ୟୁନିଟ୍ ବିକ୍ରି ସହ ନିଜର ଉପସ୍ଥିତି ଜାହିର କରିଥିଲେ।
previous article: https://purvapaksa.com/hydrogen-fuel-run-train-engine-developed-by-indian-railways-has-the-maximum-horsepower-in-the-world/
ଭାରତୀୟ ରେଳବାଇର ବିରାଟ ସଫଳତା । ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ …,