ଭାରତୀୟ ଟେଷ୍ଟ ତଥା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଘରେ ଖୁସି ଆସିଛି। ସେ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ରିତିକା ସାଜଦେହ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ରୋହିତ ଶର୍ମାଙ୍କର ମଧ୍ୟ ଏକ ଝିଅ ଅଛି, ଯାହାର ନାମ ସମାଇରା । ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ ଅଧିନାୟକଙ୍କ ତାଙ୍କ ଫ୍ୟାନ୍ସ ମାନଙ୍କୁ ଖୁସି ଖବର ଦେଇଛନ୍ତି । ଏହାପରେ ସୋସିଆଲ ମିଡିଆରେ ଛୁଟିଲା ଶୁଭେଚ୍ଛାର ସୁଅ ।
ସୂଚନାଯୋଗ୍ୟ ଯେ, ଭାରତୀୟ ଟେଷ୍ଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ଯେଉଁଠାରେ ଗାଭାସ୍କର ଟ୍ରଫି ଅଧୀନରେ ୫ଟି ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ । ପ୍ରଥମ ମ୍ୟାଚ୍ ୨୨ ନଭେମ୍ବରରୁ ପର୍ଥରେ ଖେଳାଯିବ । ଏହା ପୂର୍ବରୁ କୁହାଯାଇଥିଲା ଯେ ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଖେଳିପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ସେ ଜଣେ ପିତା ହୋଇଥିବାରୁ ପର୍ଥ ଟେଷ୍ଟରେ ଖେଳିବା ପାଇଁ ସେ ଉପଲବ୍ଧ ହେବେ ବୋଲି ଆଶା କରାଯାଉଛି।
ଏପର୍ଯ୍ୟନ୍ତ ରୋହିତ ଶର୍ମା ଅଷ୍ଟ୍ରେଲିଆରେ ପହଞ୍ଚି ନାହାଁନ୍ତି। ତାଙ୍କ ବ୍ୟତୀତ ବାକି ଭାରତୀୟ ଦଳ ପହଞ୍ଚି ସାରିଛନ୍ତି ଏବଂ ସମସ୍ତେ ପର୍ଥର ୱାକା ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ଶୁକ୍ରବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସେ ଶୀଘ୍ର ଦଳରେ ଯୋଗ ଦେଇ ପାରିବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଭାରତୀୟ ଦଳର ତାରକା ଖେଳାଳି କେ.ଏଲ୍ ରାହୁଲଙ୍କ ଘରକୁ ମଧ୍ୟ ଖୁସି ଆସିବାକୁ ଯାଉଛି। ସେ ମଧ୍ୟ ପିତା ହେବାକୁ ଯାଉଛନ୍ତି। ନିକଟରେ ରାହୁଲଙ୍କ ପତ୍ନୀ ଏବଂ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ବିଷୟରେ ଘୋଷଣା କରିଛନ୍ତି।
PREVIOUS POST: https://purvapaksa.com/rohit-practice-in-mumbai/

