ଓଡ଼ିଶାର ରାୟଗଡ଼ା ଡିଭିଜନର ଡିଆରଏମ ଅମିତାଭ ସିଂଘଲ ରବିବାର ଏକ ଗସ୍ତ ସମୟରେ ରେଳ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ଗତ ଜାନୁଆରି ୧୦ ତାରିଖରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଡିଭିଜନ ଗସ୍ତରେ ଆସିଥିବା ସିଂଘଲ କୋରାପୁଟ ଷ୍ଟେସନରେ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଷ୍ଟେସନ କନସଲଟେଟିଭ୍ କମିଟିର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।
ସେ କୋରାପୁଟ-ଆରାକୁ-କୋଟାଭାଲାସା ସେକ୍ସନ ପରିଦର୍ଶନ କରିବା ସହ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।
କୋରାପୁଟରେ ଗଣମାଧ୍ୟମକୁ ସୂଚନା ଦେଇ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ) କହିଛନ୍ତି ଯେ ଭିତ୍ତିଭୂମି ବିକାଶ, ନିରାପତ୍ତା ଉନ୍ନତି ଏବଂ ଯୋଗାଯୋଗ ବୃଦ୍ଧିକୁ ପ୍ରାଥମିକତା ଦିଆଯିବ। ନୂଆ ଡିଭିଜନ ଘୋଷଣା ପରେ ଏହି ଅଞ୍ଚଳର ପ୍ରାଥମିକତା ଉପରେ ଗୁରୁତ୍ବ ଦିଆଯିବ ଏବଂ ଉଭୟ ବ୍ୟବସାୟ ଓ ପର୍ଯ୍ୟଟନ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଛନ୍ତି।
ପରେ ସେ କୋରାପୁଟରୁ କୋଟାଭାଲାସା ପର୍ଯ୍ୟନ୍ତ ୱିଣ୍ଡୋ ଟ୍ରେଲିଂ ଯାଞ୍ଚ କରି ପଏଣ୍ଟ ଓ କ୍ରସିଂ, ସିଗନାଲିଂ ସିଷ୍ଟମ, ଟନେଲ, ଚାଲିଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟ ଏବଂ ସେକ୍ସନରେ ସୁବିଧାର ଅଗ୍ରଗତି ର ଆକଳନ କରିଥିଲେ।
ଧନୁଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ବରଗଡ଼ରେ ୧୨ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେବ ରାଜମହଲ ନିର୍ମାଣ ଘୋଷଣା