ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମଣ୍ଡାନା ଏବଂ ହ୍ୟାଣ୍ଡସମ୍ ହଙ୍କ୍ ଅଭିନେତା ବିଜୟ ଦେବରକୋଣ୍ଡା ଗତକାଲି ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି। ଏହି ଖବର ପ୍ରକାଶ ପାଇବା ସହିତ ସୋସିଆଲ ମିଡିଆରେ ଚର୍ଚ୍ଚାର ଝଡ଼ ବହିଯାଇଛି। ନବଦମ୍ପତିଙ୍କ ବିବାହ ଫଟୋ ଓ ଭିଡିଓ ଭାଇରାଲ ହେଉଥିବାବେଳେ ସେଲିବ୍ରିଟିମାନେ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଚର୍ଚ୍ଚିତ ବିବାହ ଆନ୍ଧ୍ର ଓ କୋଡାଭା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା। ବିବାହ ଅବସରରେ ବିଜୟ ପାରମ୍ପରିକ ମୁଣ୍ଡୁ ଓ ଅଙ୍ଗବସ୍ତ୍ରମ୍ ପିନ୍ଧି ରାଜସିକ ଲୁକରେ ଦେଖାଯାଇଥିଲେ। ତାଙ୍କ କପାଳରେ ତିଳକ ଓ କାନ୍ଧରେ ଲାଲ ଅଙ୍ଗବସ୍ତ୍ରମ୍ ସହିତ ସେ ଜଣେ ଚଳଚ୍ଚିତ୍ର ନାୟକ ଅପେକ୍ଷା ରାଜକୀୟ ବର ପରି ଲାଗୁଥିଲେ। ଅନ୍ୟପଟେ ରଶ୍ମିକା ଲାଲ ଶାଢ଼ୀ ଓ ମହନୀୟ ସୁନାର ଅଳଙ୍କାର ପିନ୍ଧି ଦେବୀ ଲକ୍ଷ୍ମୀଙ୍କ ପରି ଦେଖାଯାଉଥିଲେ। ସରଳ କିନ୍ତୁ ଆକର୍ଷଣୀୟ ମେକଅପ୍ ଓ ପାରମ୍ପରିକ ଶୃଙ୍ଗାର ସେମାନଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥିଲା।
ବିବାହର ପ୍ରତ୍ୟେକ ଲୁକ୍ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଦମ୍ପତିଙ୍କ ଗାଲରେ ଲଗାଇଥିବା କଳା ଟିକା ମଧ୍ୟ ବିଶେଷ ଆକର୍ଷଣ କରିଛି। ଫଟୋରେ ଉଭୟଙ୍କ ମୁହଁରେ ଏହି କଳା ତିଳକ ସ୍ପଷ୍ଟ ଦେଖାଯାଉଥିଲା। ଭାରତୀୟ ସଂସ୍କୃତିରେ ଖରାପ ନଜରରୁ ରକ୍ଷା ପାଇବା ପାଇଁ କଳା ଟିକା ଲଗାଯାଏ। ବିଶେଷ କରି ବିବାହ ଭଳି ଶୁଭ ଅବସରରେ ଏହି ପରମ୍ପରାକୁ ପାଳନ କରାଯାଇଥାଏ, ଯାହା ଦମ୍ପତିଙ୍କ ସୁଖୀ ଜୀବନ ପାଇଁ ଶୁଭ ମନାଯାଏ।

ଏହି ବିବାହ ଆୟୋଜନରେ ପରିବାରସଦସ୍ୟ ଓ ନିକଟତମ ବନ୍ଧୁମାନେ ଉପସ୍ଥିତ ଥିଲେ। ଆଡମ୍ବର ଠାରୁ ଦୂରେ ରହି ପାରମ୍ପରିକ ଭାବରେ ଆୟୋଜିତ ଏହି ବିବାହ ଅନେକଙ୍କୁ ପ୍ରଭାବିତ କରିଛି। ଗ୍ଲାମର ଜଗତରେ ଥିଲେ ମଧ୍ୟ ଦୁହେଁ ନିଜ ମୂଳ ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ୱ ଦେଇଥିବାରୁ ଭକ୍ତମାନେ ସେମାନଙ୍କୁ ପ୍ରଶଂସା କରୁଛନ୍ତି।
ସୋସିଆଲ ମିଡିଆରେ ବିବାହ ଫଟୋ ଶେୟାର କରିଛନ୍ତି। ଫ୍ୟାନମାନେ କମେଣ୍ଟ ମାଧ୍ୟମରେ ଅନେକ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ନୂତନ ଜୀବନ ପାଇଁ ଆଶୀର୍ବାଦ ଦେଇଛନ୍ତି। ଚଳଚ୍ଚିତ୍ର ଜଗତର ଅନେକ ନାମୀ ତାରକାମାନେ ମଧ୍ୟ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରଶ୍ମିକା ଓ ବିଜୟଙ୍କ ବିବାହ କେବଳ ଏକ ଗ୍ଲାମରସ୍ ଘଟଣା ନୁହେଁ, ବରଂ ସଂସ୍କୃତି, ପରମ୍ପରା ଓ ଆଧୁନିକତାର ସୁନ୍ଦର ସମନ୍ୱୟର ଏକ ଉଦାହରଣ ହେବାରୁ ଚର୍ଚ୍ଚାରେ ରହିଛି। ନବଦମ୍ପତିଙ୍କ ଆଗାମୀ ଜୀବନ ସୁଖମୟ ହେଉ ବୋଲି ସମସ୍ତଙ୍କ ଆଶା।
also read https://purvapaksa.com/do-not-doubt-the-judges/
“ବିଚାରପତିମାନଙ୍କୁ ସନ୍ଦେହ କରନ୍ତୁ ନାହିଁ” || “Do not doubt the judges”


