Ramakanta Ratha: ଖାରବେଳନଗର ବାସଭବନରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପୁରୀରେ ଶେଷକୃତ୍ୟ
ବିଶିଷ୍ଟ କବି, ଅବସରପ୍ରାପ୍ତ ପ୍ରଶାସକ ରମାକାନ୍ତ ରଥ ଆଉ ଇହଜଗତରେ ନାହାନ୍ତି। ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କର ୯୧ ବର୍ଷ ବୟସରେ ରବିବାର ସକାଳେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡ଼ିଶା ସମେତ ସମଗ୍ର ଦେଶର ସାରସ୍ୱତ ଜଗତରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ରଥଙ୍କ ପରଲୋକ ଖବର ପାଇ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ରାଜନେତା, ପ୍ରଶାସକ, ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ରାଜନୀତି ଓ ସାରସ୍ୱତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଆଜି ତାଙ୍କ ଖାରବେଳନଗରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଗତ ପାଞ୍ଚମାସ ହେଲା ସ୍ୱର୍ଗତ ରଥଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ରହିଥିଲା।
ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଥିଲେ। ଶରୀର ଅସୁସ୍ଥ ହେଉଥିବାରୁ ତାଙ୍କୁ ବାରମ୍ବାର ମେଡିକାଲରେ ଭର୍ତ୍ତି କରାଯାଉଥିଲା। ରବିବାର ଭୋର୍ ସାଢ଼େ ୪ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଏକମାତ୍ର ପୁଅ ସିଙ୍ଗାପୁରରେ ରହୁଥିବା ବେଳେ ସୋମବାର ସକାଳେ ସେ ପହଞ୍ଚିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ପାଇଁ କବିଙ୍କ ମରଶରୀର ପୁରୀ ଅଭିମୁଖେ ଯାତ୍ରା କରିଛି। ସେଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ହେବ ବୋଲି ସରକାର ଘୋଷଣା କରିଛନ୍ତି। ଏହାପୂର୍ବରୁ ଆଜି ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
‘ଶ୍ରୀରାଧା’ର କବି ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ୱର୍ଗତ ରଥ ପାଠକଙ୍କ ମହଲରେ ବେଶ୍ ଲୋକପ୍ରିୟ ଥିଲେ। ତାଙ୍କର ପ୍ରତ୍ୟେକଟି ସୃଷ୍ଟି ଓଡ଼ିଶାର କାବ୍ୟ ଜଗତକୁ ଋଦ୍ଧିମନ୍ତ କରିଛି। ‘କେତେ ଦିନର’, ‘ଅନେକ କୋଠରୀ’, ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’, ‘ଶ୍ରୀରାଧା’, ‘ଶ୍ରୀପଳାତକ’, ‘ସୀମାନ୍ତବାସ’, ‘ଫେରି ଚାହିଁଲେ’ ଆଦି କବିତା ଗ୍ରନ୍ଥ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛି। ତାଙ୍କର ଗଳ୍ପ ସଂକଳନ ‘ମେଘ ଓ ଅନ୍ୟାନ୍ୟ ଗଳ୍ପ’ ମଧ୍ୟ ପାଠକୀୟ ଆଦୃତି ହାସଲ କରିଥିଲା। ସେ ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ସଭାପତି ଦାୟିତ୍ୱ ତୁଲାଇଥିଲେ। ୧୯୭୭ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ, ୧୯୮୪ରେ ସାରଳା ପୁରସ୍କାର, ୧୯୯୨ରେ ସରସ୍ୱତୀ ସମ୍ମାନ, ୧୯୯୪ରେ କବୀର ସମ୍ମାନ, ପ୍ରଜାତନ୍ତ୍ର ବିଷୁବ ସମ୍ମାନ, ୨୦୧୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ବିଭୂଷିତ ହୋଇଥିଲେ।
ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ସମ୍ମାନଜନକ ମହତ୍ତର ସଦସ୍ୟତା ପ୍ରଦାନ କରାଯାଇଥିଲା। ୨୦୦୬ରେ ରାଷ୍ଟ୍ରପତିଙ୍କ ନିକଟରୁ ସେ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ ଗ୍ରହଣ କରିଥିଲେ। ସର୍ବଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଭାବେ ସ୍ୱର୍ଗତ ରଥ ରାଜ୍ୟ ଓ କେନ୍ଦ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ରାଜ୍ୟର ବିଭିନ୍ନ ବିଭାଗର ସଚିବ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ୧୯୯୧ ଅଗଷ୍ଟ ମାସରୁ ୧୯୯୨ ନଭେମ୍ବର ମାସ ଯାଏଁ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରି ସରକାରୀ ଚାକିରିରୁ ଅବସର ନେଇଥିଲେ।
ସ୍ୱର୍ଗତ ରଥ ୧୯୩୪ ମସିହା ଡିସେମ୍ବର ୩୦ତାରିଖରେ କଟକର ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାଆ ପାର୍ବତୀ ଦେବୀ ଓ ପିତା ଲୋକନାଥ ମହାପାତ୍ରଙ୍କ ଔରସରୁ ସେ ଜନ୍ମଗ୍ରହଣ କରିଥିଲେ। ତେବେ ଅଜା ସଂସ୍କୃତ ପଣ୍ଡିତ ବିଶ୍ୱନାଥ ରଥ ତାଙ୍କୁ ପୁଅ କରିବାରୁ ସେ ‘ରମାକାନ୍ତ ମହାପାତ୍ର’ରୁ ‘ରମାକାନ୍ତ ରଥ’ ଭାବେ ପରିଚିତ ହୋଇଥିଲେ। ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ଦାମୋଦରପୁର ଶାସନରେ ତାଙ୍କର ପିଲାବେଳ କଟିଥିଲା। ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ସେ ପୁରୀ ଜିଲ୍ଲାରେ ପାଠ ପଢ଼ିବା ପରେ ଜନ୍ମଦାତା ପିତାଙ୍କର କଳାହାଣ୍ଡି ଜିଲ୍ଲାକୁ ବଦଳି ହୋଇଯିବାରୁ ସେଠାରେ ସେ ଉଚ୍ଚ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ।
ମାତ୍ର ପିତା ବଲାଙ୍ଗୀର କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗ ଦେବା ପରେ ସେଠାରେ ସେ ମାଟ୍ରିକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ପୁରୀ କଲେଜରେ ଯୁକ୍ତ ଦୁଇ ପରେ ରେଭେନ୍ସାରେ ଯୁକ୍ତ ତିନି ପଢ଼ିଥିଲେ। ୧୯୫୬ ମସିହାରେ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ଚାକିରିରେ ଯୋଗ ଦେଇଥିଲେ। ଶେଷଶଯ୍ୟା ନିକଟରେ ପତ୍ନୀ ଶାନ୍ତି ଦେବୀଙ୍କ ସମେତ ତିନି କନ୍ୟା ଶିବାନୀ, ଶତାକ୍ଷୀ ଓ ଶ୍ୟାମା ଉପସ୍ଥିତ ରହିଥିଲେ।
ରଥଙ୍କ ପ୍ରଥମ କବିତା ସଂକଳନ କେତେ ଦିନାରା (ଅନେକ ବାଇଗୋନ ଡେଜ୍ ର) ୧୯୬୨ ମସିହାରେ ପ୍ରକାଶପାଇଥିଲା । କୋମଳ ରୋମାଣ୍ଟିକ୍ ଭାବନା ଓ ଚିନ୍ତନଶୀଳ ଧ୍ୟାନମୟ ସ୍ୱରରେ ପରିପୂର୍ଣ୍ଣ ଏହି ସଂକଳନ ଓଡ଼ିଆ ସାହିତ୍ୟରେ ଏକ ନୂତନ କବିତା ଆନ୍ଦୋଳନର ଶୁଭାରମ୍ଭ କରି ଏକ ନୂତନ ଶବ୍ଦ ଓ ଗଠନର ପରିଚୟ ଦେଇଥିଲା । ତେବେ ଖୁବ୍ ଶୀଘ୍ର ସେ ରୋମାଣ୍ଟିକ୍ ବିଷୟବସ୍ତୁଠାରୁ ଦୂରେଇ ଯାଇ କବିତା ମାଧ୍ୟମରେ ମାନବ ଭାଗ୍ୟର ଗଭୀର ଦିଗକୁ ଅନୁସନ୍ଧାନ କରିବା ଆରମ୍ଭ କରିଥିଲେ।
ପରବର୍ତ୍ତୀ ସମୟରେ ସେ ଅନେକ ସଂକଳନ ପ୍ରକାଶ କରିଥିଲେ, ଯେଉଁଥିରେ ଅନେକା କୋଠାରୀ (ଅନେକ କୋଠରୀ), ସାଣ୍ଡିଘା ମୃଗୟା (ଡିୟର ହଣ୍ଟ ଇନ୍ ଆ ମୁଡ୍ ଅଫ୍ ଇନଡିକସନ୍), ସପ୍ତମା ରିତୁ (ସପ୍ତମ ଋତୁ) ଏବଂ ସଚିତ୍ର ଅନ୍ଧାର (ଇଲଷ୍ଟ୍ରେଟେଡ୍ ଡାର୍କନେସ୍) ଅନ୍ତର୍ଭୁକ୍ତ । ଏହି କୃତିଗୁଡ଼ିକ ଗଦ୍ୟ ଏବଂ ଗୀତବାଦକୁ ଅନନ୍ୟ ଭାବରେ ମିଶ୍ରିତ କରିଛନ୍ତି । ତାଙ୍କର ୧୯୭୭ ମସିହାର ସଂକଳନ ସପ୍ତମ ରିତୁ ଓଡ଼ିଆ ସାହିତ୍ୟରେ ଏକ କ୍ଲାସିକ୍ ଭାବରେ ବିବେଚନା କରାଯାଏ ଏବଂ ୧୯୭୮ ମସିହାରେ ତାଙ୍କୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।
୧୯୮୫ ମସିହାରେ ତାଙ୍କର ସବୁଠାରୁ ପ୍ରସିଦ୍ଧ ପୁସ୍ତକ ଶ୍ରୀ ରାଧା ପ୍ରକାଶିତ ହୋଇଥିଲା । ଏହି ଲମ୍ବା କବିତାରେ ରାଧା ଓ କୃଷ୍ଣଙ୍କୁ ପ୍ରେମ ଓ ମାନବ ଚେତନାର ରୂପକ ଭାବରେ ବ୍ୟବହାର କରାଯାଇଥିଲା । ଏହି କାର୍ଯ୍ୟ ତାଙ୍କୁ ସରସ୍ୱତୀ ସମ୍ମାନ ପ୍ରଦାନ କରିଥିଲା ଏବଂ ଭାରତୀୟ ସାହିତ୍ୟରେ ଜଣେ ଅଗ୍ରଣୀ କବି ଭାବରେ ତାଙ୍କର ଖ୍ୟାତି କୁ ସୁଦୃଢ଼ କରିଥିଲା ।
ସାହିତ୍ୟ ବ୍ୟତୀତ ପ୍ରଶାସକ ଭାବେ ରଥଙ୍କର ଏକ ଉଲ୍ଲେଖନୀୟ କ୍ୟାରିୟର ଥିଲା। ୧୯୯୨ ମସିହାରେ ଅବସର ନେବା ପୂର୍ବରୁ ସେ ଭାରତ ସରକାରଙ୍କ ସଚିବ ଓ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ଗୁୟାନାରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ । ଏହାବ୍ୟତୀତ ସେ କେନ୍ଦ୍ରସାହିତ୍ୟ ଏକାଡେମୀର ଉପାଧ୍ୟକ୍ଷ ଏବଂ ଓଡ଼ିଶା ସାମୁଦ୍ରିକ ଏକାଡେମୀର ସମ୍ମାନଜନକ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ତାଙ୍କ ବିୟୋଗ ପରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ରଥଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଓଡ଼ିଆ ସାହିତ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ତାଙ୍କର ପ୍ରୟାସ ଅତୁଳନୀୟ। ତାଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସୋମବାର ପୁରୀ ସ୍ୱର୍ଗଦ୍ୱାରରେ ଏହି କିମ୍ବଦନ୍ତୀ କବିଙ୍କ ଅନ୍ତିମ ସଂସ୍କାର କରାଯିବ।
Previous article:https://purvapaksa.com/railway-departments-discussion-in-lok-sabha-today/
