Raj Kapoor: ବଲିଉଡ଼ର ପ୍ରସିଦ୍ଧ ପରିବାର କପୁର ପରିବାର ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ କପୁର ପରିବାରକୁ ରାଜ କପୁର ୧୦୦ ଚଳଚ୍ଚିତ୍ର ମହୋତ୍ସବ ପାଇଁ ନିମନ୍ତ୍ରଣ କରିଥିଲେ । କପୁର ପରିବାର ସୋସିଆଲ ମିଡ଼ିଆରେ ପିଏମ ମୋଦୀଙ୍କ ସହ ବିତାଇଥିବା ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ସେୟାର କରିଛନ୍ତି । ଫଟୋଗୁଡ଼ିକରେ ମୋଦିଙ୍କ ସହ କରୀନା କପୁର, ଆଲିଆ ଭଟ୍ଟ, ନୀତୁ କପୁର, ରଣବୀର କପୁର, କରିସ୍ମା କପୁର, ସୈଫ ଅଲ୍ଲି କାନ, ରିଦ୍ଧିମା କପୁର ଏବଂ ଅରମାନ ଜୈନଙ୍କ ଅନ୍ୟାନ୍ୟ ସଦସ୍ୟ ମଧ୍ୟ ନଜର ଆସିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ବିଶେଷ ଉପହାର ଦେଉଥିବାର ନଜର ଆସିଛନ୍ତି।
ତେବେ ଏହାକୁ ନେଇ କୁହାଯାଇଛି ଯେ, ଆମେ ଭାରତୀୟ ସିନେମାରେ ଦାଦା ରାଜା କପୁରଙ୍କର ଅବଦାନର ୧୦୦ ଗୌରବମୟ ବର୍ଷ ପାଳନ କରୁଛୁ, ଆମେ ତାଙ୍କର ଉତ୍ତରାଧିକାରୀଙ୍କୁ ସମ୍ମାନିତ କରୁଛୁ, ଯାହା ଆମକୁ ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ । ତାଙ୍କର ସର୍ବୋତ୍ତମ ଚଳଚ୍ଚିତ୍ର ପ୍ରଦର୍ଶନ କରିବାକୁ ଏବଂ ‘ରାଜ କପୁର 100 ଚଳଚ୍ଚିତ୍ର ମହୋତ୍ସବ’ ସହିତ ଭାରତୀୟ ସିନେମା ଉପରେ ତାଙ୍କର ପ୍ରଭାବ ମନେ ରଖିବାକୁ ଆମେ ଗର୍ବିତ । ୧୩-୧୫ ଡିସେମ୍ବର,୨୦୨୪ ରୁ ୪ ଟି ସହର ଏବଂ ୧୩୫ ପ୍ରେକ୍ଷାଳୟରେ ତାଙ୍କର ମହାନ ଚଳଚ୍ଚିତ୍ର ସ୍କ୍ରିନିଂର ଏକ ନଷ୍ଟାଲଜିକ୍ ଯାତ୍ରାରେ ଆମ ସହିତ ଯୋଗ ଦିଅନ୍ତୁ।
୧୩ ରୁ ୧୫ ଡିସେମ୍ବର ମଧ୍ୟରେ ଭେଟେରାନ ଅଭିନେତା ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କପୁର ପରିବାର ଏହି ବିଶେଷ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଥିଲେ । ଡିସେମ୍ବର ୧୩ ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚଳଚ୍ଚିତ୍ର ମହୋତ୍ସବ ଅଭିନେତା-ନିର୍ମାତା ରାଜ କପୁରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ।
ହିନ୍ଦୀ ସିନେମାର ‘ଶୋମ୍ୟାନ୍’ ରାଜ କପୁର ୧୯୩୫ ମସିହାରେ ‘ଇନକିଲାବ’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ମଧୁବାଲା, ସୁନେହେରେ ଦିଲ, କିସମତ, ହମାରି ବାତ, ଗୌରୀ,, ନୀଲ କମଲ, ଜେଲ ଯାତ୍ରା ଭଳି ଅନେକ ଫିଲ୍ମରେ ଜଣେ ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ନିର୍ଦ୍ଦେଶକ ଭାବରେ ତାଙ୍କର ଯାତ୍ରା ‘ଆଗ’ ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିଲା ଯେଉଁଥିରେ ସେ ଜଣେ ଅଭିନେତା ଏବଂ ନର୍ଗିସ୍ ଜଣେ ଅଭିନେତ୍ରୀ ଥିଲେ । ତାଙ୍କ ଚଳଚ୍ଚିତ୍ର ଏକ ସୁପରହିଟ୍ ହୋଇଥିଲା । ଆଜି ବି ବଡ଼ ନିର୍ମାତାମାନେ ରାଜ କପୁରଙ୍କ ଫିଲ୍ମର ଉଦାହରଣ ଦେଇଥାନ୍ତି । ଚଳିତ ବର୍ଷ ରାଜ ସାହେବଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ । ଯାହାକୁ କପୁର ପରିବାର ବହୁତ ଗ୍ରାଣ୍ଡ ଲେବେଲରେ ପାଳନ କରିବାକୁ ଯାଉଛନ୍ତି ।
ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀରେ ଆର କେ ଫିଲ୍ମ, ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଏବଂ NFDC- ନ୍ୟାସନାଲ୍ ଫିଲ୍ମ ଆର୍କାଇଭ୍ ଅଫ୍ ଇଣ୍ଡିଆ ଭାରତୀୟ ସିନେମାର ‘ଦି ଗ୍ରେଟ୍ ଶୋମ୍ୟାନ୍’ର ୧୦ଟି ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଛନ୍ତି । ଏହା ଡିସେମ୍ବର ୧୩ରୁ ଡିସେମ୍ବର ୧୫, ୨୦୨୪ ମଧ୍ୟରେ, PVR-Inox ଏବଂ ସିନେପୋଲିସ୍ ପ୍ରେକ୍ଷାଳୟରେ ୪୦ଟି ସହର ଏବଂ ଭାରତର ୧୩୫ଟି ସ୍ଥାନରେ ହେବ । ଏହି ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଟିକେଟର ମୂଲ୍ୟ ମାତ୍ର ୧୦୦ ଟଙ୍କା ରଖାଯାଇଛି ।
ALSO READ: https://purvapaksa.com/karthik-aryan-has-to-struggle-in-the-industry-even-after-the-superhero-film/