- ଆଡ୍ଭାନ୍ସ ବୁକିଙ୍ଗ୍ରେ ଭାଙ୍ଗିଲା ରେକର୍ଡ଼
- ୫୦ କୋଟି ଟପିଲା ଆୟ
- ଧୁମ ମଚାଇବେ ପୁଷ୍ପାରାଜ
ଆଉ ମାତ୍ର ୩ ଦିନ ବାକି । ଶେଷ ହେବ ପ୍ରଶଂକଙ୍କ ଅପେକ୍ଷା । ରିଲିଜ୍ ହେବ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨’ । ମାତ୍ର ବଡ ପରଦାରେ ରିଲିଜ୍ ପୂର୍ବରୁ ହିଁ ହଇଚଇ ସୃଷ୍ଟି କଲାଣି ପୁଷ୍ପା-୨ । ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ପୁଷ୍ପା-୨ ଆଗୁଆ ବୁକିଂ କ୍ଷେତ୍ରରେ ବକ୍ସ ଅଫିସରେ ନିଆଁ ଲଗାଇ ଦେଇଛି। ଡିସେମ୍ବର ୫ରେ ରିଲିଜ୍ ହେବାକୁ ଥିବା ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଆଡ୍ଭାନ୍ସ ବୁକିଙ୍ଗ୍ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି । ଆଡ୍ଭାନ୍ସ ବୁକିଙ୍ଗ ଆରମ୍ଭ ଦିନ ହିଁ ୫୦ କୋଟି ଟଙ୍କା ଆୟ କରି ସାରିଛି ଏହି ସିନେମା। ଆଡ୍ଭାନ୍ସ ବୁକିଙ୍ଗକୁ ଦେଖି ଦର୍ଶକ ଉତ୍ସାହ ସହଜରେ ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ ପୁଷ୍ପା-୨ ଏପର୍ଯ୍ୟନ୍ତ ୧୦ ଲକ୍ଷ ଟିକେଟ୍ ବିକ୍ରି କରିସାରିଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ ପୁଷ୍ପା-୨ ଏକାଧିକ ଭାଷା ଓ ଏକାଧିକ ଫର୍ମାଟରେ ପ୍ରେକ୍ଷାଳୟକୁ ଆସିବ। ୨ଡି ତେଲୁଗୁ ସଂସ୍କରଣ ଆଗୁଆ ବୁକିଂରେ ୧୭.୧୬ କୋଟି ଟଙ୍କା ଯୋଗଦାନ କରି ଟେବୁଲର ଶୀର୍ଷରେ ରହିଛି। ତେଲୁଗୁ ସଂସ୍କରଣ ପରେ ହିନ୍ଦୀ ସଂସ୍କରଣ ରହିଛି। ଯେଉଁଥିରେ ପ୍ରି-ସେଲ୍ସରେ ୧୨ କୋଟି ଟଙ୍କା ରହିଛି। ପୁଷ୍ପା-୨ର ତାମିଲ ଓ ମାଲାୟାଲମ ସଂସ୍କରଣ ଯଥାକ୍ରମେ ୮୨.୪ ଲକ୍ଷ ଟଙ୍କା ଏବଂ ୧.୦୨ କୋଟି ଟଙ୍କା ଆୟ କରିଛି। ପୁଷ୍ପା-୨ ଭାରତରେ ପ୍ରି-ସେଲ୍ସରେ ୩୫.୭ କୋଟି ଟଙ୍କା (ନିଟ୍) ଆୟ କରିଛି। ବୁକିଂ ହୋଇଥିବା ସିଟ୍ ସହିତ ଏହି ସଂଖ୍ୟା ୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଜି ସାରା ବିଶ୍ୱରେ ଅଧିକ ସ୍କ୍ରିନ୍ ଖୋଲିବ ବୋଲି ଆଶା କରାଯାଉଛି, ଯାହା ପ୍ରି-ସେଲିଂ ବୃଦ୍ଧିର ଗ୍ୟାରେଣ୍ଟି ଦେବ।
ଇଣ୍ଡିଆ ଟୁଡେ ଡିଜିଟାଲ୍ ସହ ଆଲୋଚନାରେ ଟ୍ରେଡ୍ ଆନାଲିଷ୍ଟ ରମେଶ ବାଲା କହିଛନ୍ତି ଯେ ଫିଲ୍ମ ପ୍ରଥମ ଦିନରେ ସହଜରେ ୨୫୦ରୁ ୨୭୫ କୋଟି ଟଙ୍କା ଆୟ କରିପାରିବ। ତେଲୁଗୁ ରାଜ୍ୟରେ ଟିକେଟ୍ ଓ ପ୍ରିମିୟର ସୋ’ର ବର୍ଦ୍ଧିତ ମୂଲ୍ୟ ସହିତ ଏହାର ସିକ୍ୱେଲ ନିଶ୍ଚିତ ଭାବେ ୧୦୦ କୋଟି ଟଙ୍କା ଅତିକ୍ରମ କରିବ।ସୁକୁମାରଙ୍କ ନିର୍ଦ୍ଦେଶିତ ପୁଷ୍ପା-୨: ଦ ରୁଲ୍ ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହାଦ ଫସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପାଖାପାଖି ୪୦୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ନିର୍ମାଣ ହୋଇଥିବା ଜଣାପଡିଛି । ଶାହାରୁଖ ଖାନଙ୍କ ଯବାନ ଏବଂ ୟଶଙ୍କ କେଜିଏଫ: ଚାପ୍ଟର ୨ର କଲେକ୍ସନକୁ ଅତିକ୍ରମ କରି ପୁଷ୍ପା-୨ ନୂଆ ରେକର୍ଡ଼ ସ୍ଥାପିତ କରିବ ବୋଲି ବିଶ୍ଳେଷକମାନେ ପୂର୍ବାନୁମାନ କରିଛନ୍ତି।
ଏହାପୂର୍ବରୁ ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା -ପାର୍ଟ୧କୁ ଦର୍ଶକଙ୍କ ଖୁବ୍ ଭଲପାଇବା ମିଳିଥିଲା । ପୁଷ୍ପାର ଲୋକପ୍ରିୟତା ଦେଖି ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ପାର୍ଟ ୨କୁ ଅପେକ୍ଷା କରିଛନ୍ତିା ଏହି ଚଳଚ୍ଚିତ୍ରଟି ଅଲୁ ଅର୍ଜୁନଙ୍କୁ ଏକ ପାନ୍ ଇଣ୍ଡିଆ ତାରକା ଭାବରେ ପ୍ରତିଷ୍ଠିତ କରିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।
previous article: https://purvapaksa.com/no-braille-books-for-visually-challenged-students-in-higher-education-in-odisha/
