Vedanta Group Chairman Anil Agarwal: ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଯେ, ବିଶ୍ୱସ୍ତରୀୟ ଅଣଲାଭକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କମ୍ପାନୀ ଓଡ଼ିଶାର ପୁରୀ ଜିଲ୍ଲାରେ ଉପଯୁକ୍ତ ଜମି ଖୋଜୁଛି।
ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା ୨୦୨୫’ କନ୍ କ୍ଲେଭ୍ ରେ ଯୋଗଦେବା ପାଇଁ ଭୁବନେଶ୍ୱର ଆସିଥିବା ଅଗ୍ରୱାଲ କହିଛନ୍ତି ଯେ ବେଦାନ୍ତ ଗ୍ରୁପ୍ ଉପକୂଳ ଜିଲ୍ଲାରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଆଗ୍ରହୀ, ଯେଉଁଥିପାଇଁ ୨୦,୦୦୦ କୋଟି ରୁ ଅଧିକ ଟଙ୍କା ବିନିଯୋଗ କରାଯିବ।
ଭାରତରେ କମ୍ପାନିଗୁଡ଼ିକ ପାଇଁ ଓଡ଼ିଶା ସବୁଠାରୁ ପସନ୍ଦର ଭାରତୀୟ ରାଜ୍ୟ ବୋଲି ବର୍ଣ୍ଣନା କରି ସେ କହିଥିଲେ ଯେ ନିବେଶକମାନଙ୍କ ପାଇଁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରାଜ୍ୟ ପୃଥିବୀରେ ସ୍ୱର୍ଗ।
ଓଡ଼ିଶାରେ ଡାଉନଷ୍ଟ୍ରିମ୍ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ କମ୍ପାନୀ ରାଜ୍ୟରେ ୩୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛି। ଏଠାରେ କଞ୍ଚାମାଲର ପ୍ରକ୍ରିୟା କରାଯିବ, ଯାହା ଆନୁଷଙ୍ଗିକ ଶିଳ୍ପକୁ ପ୍ରୋତ୍ସାହନ ଦେବ ଏବଂ ଯୁବକମାନଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଓଡ଼ିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ତୁଳନା କରି ଶ୍ରୀ ଅଗ୍ରଓ୍ଵାଲ ରାଜ୍ୟବାସୀଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ କାର୍ଯ୍ୟ ସଂସ୍କୃତିକୁ ପ୍ରଶଂସା କରିଛନ୍ତି।
ଝାରସୁଗୁଡ଼ା ଆଲୁମିନିୟମ କମ୍ପ୍ଲେକ୍ସ ବିଶ୍ୱର ସର୍ବବୃହତ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଲାଞ୍ଜିଗଡ଼ ମଧ୍ୟ ଏକ ମହାନ କମ୍ପ୍ଲେକ୍ସ ଏବଂ କଳାହାଣ୍ଡି ଜିଲ୍ଲା ଏବେ ସମ୍ପୂର୍ଣ୍ଣ ବିକଶିତ ହୋଇଛି।
ଓଡ଼ିଶାର ନିଯୁକ୍ତି ସୃଷ୍ଟି ଓ ବିକାଶ ଦିଗରେ ତାଙ୍କ ଗ୍ରୁପ୍ କମ୍ପାନିମାନେ କାମ କରୁଛନ୍ତି ବୋଲି ଗୁରୁତ୍ୱ ାରୋପ କରି ଅଗ୍ରୱାଲ କହିଛନ୍ତି ଯେ ଆଲୁମିନିୟମ ପରିବେଶ ଅନୁକୂଳ ଏବଂ ଓଡ଼ିଶା ଆଲୁମିନିୟମ ହବ୍ ରେ ପରିଣତ ହୋଇଛି।