ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବେ ଆଉ କାଳେ ମୁଖ୍ୟମନ୍ତ୍ରୀଙ୍କ କଣ୍ଟ୍ରୋଲରେ ନାହାନ୍ତି। ଇସ୍ତଫା ଦେବା କଥା କହିଲେ ଚିଡ଼ି ଯାଇଉଛନ୍ତି ଆଇନ ମନ୍ତ୍ରୀ। ନିଜର ଅଦୃଶ୍ୟ ଗୁରୁଙ୍କ ଆଦେଶରେ ମୋହନଙ୍କୁ ଅକଳରେ ପକାଇବାକୁ ସବୁ ପ୍ରକାର ଯୋଜନା କରିଛନ୍ତି ମନ୍ତ୍ରୀ ମହାଶୟ।
ରାଜ୍ୟରେ ଆଇନ ମନ୍ତ୍ରୀ ଆଉ ମୋହନଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ମହାପ୍ରଭୁଙ୍କ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ପାଇଁ ହରଡଘଣାରେ ଏବେ ମୋହନ ସରକାର। ସେ ପାସ୍ ବାଣ୍ଟିବା କଥା ହେଉ କି ରଥଟଣା ନ ହେଇପାରିବା ଘଟଣା ଏବଂ ଦଳାଚକଟାରେ ଭକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ହେଉ ସବୁକିଛି ପାଇଁ ଏବେ ଲୋକଙ୍କ ଆଗରେ ଦୟୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଦଳାଚକଟାରେ ଲୋକଙ୍କ ଜୀବନ ଯିବାକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରିସାରିଲେଣି। ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଅବ୍ୟବସ୍ଥା ପାଇଁ ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବଦଳି କରିବା ସହ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ନିଲମ୍ବିତ କରିଛନ୍ତି। ତତ୍ସହିତ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ୱ ଦିଆଯାଇଛି। ପୁରୀରେ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ଚଞ୍ଚଲ୍ ରାଣା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବରେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦେଇ ସାରିଲେଣି। କିନ୍ତୁ ଆଇନ ମନ୍ତ୍ରୀଙ୍କ ନିଦ ଭାଙ୍ଗୁନି।
ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ। ଚର୍ଚ୍ଚା ଅନୁସାରେ ଗତକାଲି ପୁରୀରେ ଦଳାଚକଟାରେ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଇନ ମନ୍ତ୍ରୀଙ୍କୁ କାଳେ ଇସ୍ତଫା ଦେବା ପାଇଁ କହିଲେ। ଯେଉଁଥିରେ ମନ୍ତ୍ରୀ ମହୋଦୟ ରାଗିପାଚି ପୁରା ଲାଲ ହୋଇଗଲେ। ନିଜ ଜିଦରେ ଅଟଳ ରହି ନିଜର ଅଦୃଶ୍ୟ ଗୁରୁଙ୍କୁ କଲ କରି ପଚାରିଲେ। ସେ ମହାଶୟ ତ ଏ ସବୁର ମୁଳ; ତେଣୁ ସେ ମନା କରିଦେଲେ ଇସ୍ତଫା ଦେବା ପାଇଁ। ଆଉ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା କଥା କହିବାପରେ ବି ଏ ଯାଏଁ ଇସ୍ତଫା ଦେଇ ନାହାନ୍ତି କି କ୍ଷମା ପ୍ରାର୍ଥନା କରିନାହାନ୍ତି ପୃଥ୍ୱୀରାଜ ହରିଚନ୍ଦନ। ଯାହାକୁ ନେଇ ଏବେ ଦଳୀୟ ମହଲରେ ଜୋରଦାର ଚର୍ଚ୍ଚା ହେଉଛି କି ମୋହନଙ୍କୁ ନେତା ମାନୁନାହନ୍ତି ପୃଥ୍ୱୀରାଜ। ତେବେ ଏଠି ପ୍ରଶ୍ନ ଆସୁଛି ପୃଥ୍ୱୀରାଜ ଯଦି ଇସ୍ତଫା ନ ଦେବେ ତେବେ କ’ଣ ମୋହନ ତାଙ୍କୁ ତାଙ୍କ ଦାୟିତ୍ୱରୁ ହଟାଇ ପାରିବେ କି? ତେବେ ଦେଖାଯାଉ ରଥଯାତ୍ରାରେ ଏଭଳି ଅବ୍ୟବସ୍ଥା ପାଇଁ ମନ୍ତ୍ରୀ ମହୋଦୟ ମୁଖ୍ୟମନ୍ତ୍ରୀଙ୍କ କଥା ମାନି ଇସ୍ତଫା ଦେଉଛନ୍ତି ନା ମୋହନ ତାଙ୍କୁ ମନ୍ତ୍ରୀ ପଦରୁ ହଟାଉଛନ୍ତି ତାହା ସମୟ କହିବ।
କିଏ ସତ କହୁଛି ? ସତରେ କ’ଣ ଆଦାନୀଙ୍କ ପାଇଁ ମହାପ୍ରଭୁଙ୍କ ରଥ ଅଟକି ଗଲା

STAND WITH TRUTH