ନିଜ ଆଣ୍ଡ୍ରୋଏଡ୍ କିମ୍ବା ଆଇଫୋନ୍ ହାତରେ ଧରିଥିବା ବେଳେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି ଯେ,ଭାରତର ପ୍ରଧାନମନ୍ତ୍ରୀ କିମ୍ବା ଆମେରିକାର ରାଷ୍ଟ୍ରପତି କେଉଁ ଫୋନ୍ ବ୍ୟବହାର କରନ୍ତି ? ଆଉ ସେ ସବୁ ଫୋନକୁ କ’ଣ ଆପଣଙ୍କ ଫୋନକୁ ସାଇବର ଫ୍ରଡ୍ ହ୍ୟାକ୍ କଲା ଭଳି କେହି ହ୍ୟାକ୍ କରିପାରିବ ? ଆସନ୍ତୁ ଆଜି ଆପଣଙ୍କ ସେହି ସନ୍ଦେହର ଅବସାନ କରାଇବା । ଜାଣିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ବନ୍ଧୁ.. ଟ୍ୟାରିଫ୍ ଟ୍ରମ୍ପ ମାନେ ଡୋନାଲ୍ଡ ଟ୍ରମ୍ପ କେଉଁ ଫୋନ୍ ବ୍ୟବହାର କରନ୍ତି ।
ମୋଦିଙ୍କ ଫୋନ୍
ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଫୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ସହିତ ଦେଶର ସୁରକ୍ଷା ଜଡ଼ିତ ଥାଏ । ତାଙ୍କୁ ସର୍ବୋଚ୍ଚ ସେନା ଅଧିକାରୀଙ୍କ ସହିତ ଗୁଇନ୍ଦ ଏଜେନସି ମୁଖ୍ୟଙ୍କ ସହିତ ମଧ୍ୟ କଥା ହେବାକୁ ପଡ଼ିଥାଏ । ଏମିତିରେ ତାଙ୍କ ଫୋନକୁ ଯଦି ଶତ୍ରୁ ଦେଶର ହ୍ୟାକର ହ୍ୟାକ କରିନିଅନ୍ତି କିମ୍ବା ଫୋନକୁ ଟ୍ରେସ କରି ମୋଦିଙ୍କ ଉପସ୍ଥିତି ଟ୍ରେସ୍ କରନ୍ତି,ତେବେ ତାହା ଦେଶ ପାଇଁ ଗୁରୁତର ସଂକଟ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକ ସ୍ୱତନ୍ତ୍ର ଫୋନ୍ ବ୍ୟବହାର କରିଥାନ୍ତି ।
ସୁରକ୍ଷିତ ଯୋଗାଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ବିଶେଷ କରି ସରକାରୀ ଅଧିକାରୀମାନଙ୍କ ପାଇଁ ଯେଉଁମାନେ କଲ ସମୟରେ ସମ୍ବେଦନଶୀଳ ସୂଚନା ପରସ୍ପର ସହ ଆଦାନପ୍ରଦାନ କରନ୍ତି। ଏୟାରଟେଲର ଆଧିକାରିକ ଓ୍ୱେବସାଇଟରେ ପ୍ରକାଶିତ ଏକ ବ୍ଲଗ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷିତ ଯୋଗାଯୋଗ ପାଇଁ RAX ଫୋନର ବ୍ୟବହାର କରନ୍ତି।
RAX ଫୋନର ବିଶେଷତା କ’ଣ?
ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ଏବଂ ଏନକ୍ରିପ୍ଟେଡ ଯୋଗାଯୋଗ ପରି ଗୁଣ ସହିତ ଆସୁଥିବା ଏହି ଫୋନଟି ସେଣ୍ଟର ଫର ଡେଭେଲପମେଣ୍ଟ ଅଫ ଟେଲିମାଟିକ୍ସ (C-DoT) ଦ୍ୱାରା ପ୍ରସ୍ତୁତ କରାଯାଇଛି। ଉନ୍ନତ ବୈଶିଷ୍ଟ୍ୟ ସହିତ ଏହି ଫୋନଗୁଡ଼ିକୁ ଏନକ୍ରିପସନ ସହିତ ସୁରକ୍ଷିତ ଯୋଗାଯୋଗ ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି।
ଏହି କାରଣରୁ ଏହି ଡିଭାଇସ ଅତ୍ୟଧିକ ସୁରକ୍ଷିତ ଏବଂ ଏହାକୁ ହ୍ୟାକ କିମ୍ବା ଟ୍ରାକ କରିବା ପ୍ରାୟତଃ ଅସମ୍ଭବ। ମିଲିଟାରୀ ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ କାମ କରୁଥିବା ଏହି ଫୋନରେ ଏନକ୍ରିପ୍ଟେଡ ସୁରକ୍ଷାର ତିନିଟି ସ୍ତର ରହିଛି, ଯାହାକୁ ଭର୍ଚୁଆଲ ଭାବେ ଭାଙ୍ଗିବା ଅସମ୍ଭବ।
* ଫିଙ୍ଗରପ୍ରିଣ୍ଟ ପରିଚୟ: ଏହି ଫୋନକୁ ଚଳାଇବା ପାଇଁ ଫିଙ୍ଗରପ୍ରିଣ୍ଟ ପରିଚୟର ଆବଶ୍ୟକତା ରହିଛି, ଯାହା ସୁନିଶ୍ଚିତ କରେ ଯେ କେବଳ ବ୍ୟବହାରକାରୀ,ଅର୍ଥାତ ଯାହାଙ୍କୁ ଫୋନ୍ ଦିଆଯାଇଥାଏ,ସେ ହିଁ ଡିଭାଇସର ବ୍ୟବହାର କରିପାରିବେ।
* ଲାଇଭ ଚିତ୍ର ଯାଞ୍ଚ: କଲ ସମୟରେ ଏହି ଫୋନ କଲ କରୁଥିବା ବ୍ୟକ୍ତିଙ୍କ ଲାଇଭ ଚିତ୍ର ଦେଖାଏ, ଯାହା ଦ୍ୱାରା ବିପଦ କମିଯାଏ।
* ହ୍ୟାଣ୍ଡସେଟ-ସ୍ତରୀୟ ଏନକ୍ରିପସନ: ଯୋଗାଯୋଗକୁ ହ୍ୟାଣ୍ଡସେଟ ସ୍ତରରେ ହିଁ ଏନକ୍ରିପ୍ଟ କରାଯାଏ, ଯାହା ଏହାକୁ ଟ୍ୟାପ କିମ୍ବା ଟ୍ରାକ କରିବା କଷ୍ଟକର କରେ।
* ସରକାରୀ ସ୍ତରର ସୁରକ୍ଷା: RAX ଫୋନର ନିରୀକ୍ଷଣ NTRO ଏବଂ DEITY ପରି ଏଜେନ୍ସିମାନଙ୍କ ଦ୍ୱାରା କରାଯାଏ।
ଭାରତରେ RAX ଫୋନର ମୂଲ୍ୟ କେତେ ? ସରକାରୀ ଅଧିକାରୀମାନଙ୍କ ପାଇଁ ଭାରତରେ RAX ଫୋନର ସଠିକ ମୂଲ୍ୟ ସାର୍ବଜନୀନ ଭାବେ ପ୍ରକାଶ କରାଯାଇ ନାହିଁ।
ଏବେ ଆସନ୍ତୁ ଜାଣିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ କେଉଁ ଫୋନ୍ ବ୍ୟବହାର କରନ୍ତି ଓ ତାହାର ବିଶେଷତା କ’ଣ ?
ଆମେରିକାର ରାଷ୍ଟ୍ରପତି ସୁରକ୍ଷିତ ଯୋଗାଯୋଗ ପାଇଁ ସାଧାରଣତଃ ବିଶେଷ ଭାବେ ସଂଶୋଧିତ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି, ଯାହାକୁ “ହାର୍ଡେଣ୍ଡ” କିମ୍ବା “ସୁରକ୍ଷିତ” ଫୋନ୍ କୁହାଯାଏ। ଏହାର ନିର୍ଦ୍ଦିଷ୍ଟ ନାମ ସାର୍ବଜନିକ ଭାବେ ପ୍ରକାଶ କରାଯାଏ ନାହିଁ, କାରଣ ଏହା ରାଷ୍ଟ୍ରୀୟ ସୁରକ୍ଷାର ସହ ଜଡ଼ିତ । ତଥାପି, ପୂର୍ବବର୍ତ୍ତୀ ରାଷ୍ଟ୍ରପତିମାନଙ୍କ ଉଦାହରଣରୁ ଜଣାପଡ଼େ ଯେ ବାରାକ୍ ଅବାମା ଏକ ସଂଶୋଧିତ ବ୍ଲ୍ୟାକବେରୀ କର୍ଭ ୮୯୦୦ ବ୍ୟବହାର କରୁଥିଲେ, ଯାହା ଏନ୍ଏସ୍ଏ (NSA) ଦ୍ୱାରା ଡିଜାଇନ୍ କରାଯାଇଥିଲା। ଡୋନାଲ୍ଡ୍ ଟ୍ରମ୍ପଙ୍କ ସମୟରେ ଏକ ବୋଇଂ ବ୍ଲ୍ୟାକ୍ (Boeing Black) ନାମକ ଆଣ୍ଡ୍ରୟଡ-ଆଧାରିତ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା, ଯାହା ଡିଫେନ୍ସ୍ ଇନ୍ଫର୍ମେସନ୍ ସିଷ୍ଟମ୍ ଏଜେନ୍ସି (DISA) ଦ୍ୱାରା ବିକଶିତ। ଜୋ ବାଇଡେନ୍ ଏବଂ ବର୍ତ୍ତମାନର ରାଷ୍ଟ୍ରପତି (୨୦୨୫ ସେପ୍ଟେମ୍ବରରେ ଡୋନାଲ୍ଡ୍ ଟ୍ରମ୍ପ) ମଧ୍ୟ ଏନ୍ଏସ୍ଏ-ଅନୁମୋଦିତ “ହାର୍ଡେଣ୍ଡ୍” ଆଇଫୋନ୍ କିମ୍ବା ସମାନ ସୁରକ୍ଷିତ ଡିଭାଇସ୍ ବ୍ୟବହାର କରନ୍ତି ।
ଆମେରିକା ରାଷ୍ଟ୍ରପତିଙ୍କ ଫୋନର କ୍ୟାମେରା, ମାଇକ୍ରୋଫୋନ୍ କିମ୍ବା ଲୋକେସନ୍ ଟ୍ରାକର୍ ଭଳି ଡିଭାଇସ ଗୁଡ଼ିକ ଅକ୍ଷମ କରାଯାଏ କିମ୍ବା ହଟାଇ ଦିଆଯାଏ, ଯାହା ଦ୍ୱାରା କେହି ତାଙ୍କ ଉପରେ ନଜର ରଖିପାରେ ନାହିଁ । କିନ୍ତୁ ଅବାମାଙ୍କ ଫୋନରେ ଏହି ସୁବିଧା ନଥିଲା। ଯଦି କେହି ବିନା ଅନୁମତିରେ ରାଷ୍ଟ୍ରପତିଙ୍କ ଫୋନକୁ ଅନଲକ୍ କରିବାକୁ ଚେଷ୍ଟା କରେ ତେବେ ଏହା ଆପେ ଆପେ ଡାଟା ଡିଲିଟ୍ କରିଦିଏ ।
ଏହି ଫୋନରୁ କେବଳ କେବଳ ଅନୁମୋଦିତ ନମ୍ବରକୁ କଲ୍ କରାଯାଇପାରେ । ଏଥିରୁ ଇମେଲ ଫରୱାର୍ଡ୍ କରାଯାଇ ପାରେନାହିଁ । ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ଫୋନ୍ ନିରୀକ୍ଷଣ ଓ ଅପ୍ଡେଟ୍ କରାଯାଏ।
ALSO READ https://purvapaksa.com/how-realistic-is-the-target-of-electric-vehicle-adoption-in-the-state/
