- ରାସ୍ତା ପାର୍ଶ୍ୱରେ ଝଲସିବ ପାରମ୍ପାରିକ ଚିତ୍ର
- ତଦାରଖ କଲେ ନଗରଉନ୍ନୟନ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆସନ୍ତା ୮ ତାରିଖରୁ ଭୁବନେଶ୍ୱରରେ ଏକାଠି ହେବେ ପ୍ରବାସୀ ଭାରତୀୟ । ହଜାର ହଜାର ଅତିଥି ସାମିଲ ହେବାକୁ ଥିବା ଏହି ସମ୍ମିଳନୀକୁ ସଫଳତାର ସହ ଆୟୋଜନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତିରେ ଚାଲିଛି । ସଜେଇ ହେଲାଣି ରାଜଧାନୀ ଭୁବନେଶ୍ୱର । ସରକାର ମଧ୍ୟ ଆତିଥେୟତାରେ ଯେପରି କୌଣସି ହେଳା ନହୁଏ ସେ ନେଇ ଯତ୍ନବାନ ଅଛନ୍ତି । ରାସ୍ତାକଡର ସୌନ୍ଦର୍ଯ୍ୟ , କାନ୍ଥବାଡରେ ଓଡିଶାର ପାରମ୍ପାରିକ ଚିତ୍ରର ଗାଥା ଦେଖିବାକୁ ମିଳିଲାଣି ।
ତେବେ ରାଜଧାନୀର ପରିମଳ ବ୍ୟବସ୍ଥା , ଆନୁସଙ୍ଗିକ ପ୍ରସ୍ତୁତି ଆଦି ସଂପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଏୟାରପୋର୍ଟ ଛକରୁ ଆରମ୍ଭ କରି ନନ୍ଦନକାନ ପର୍ଯ୍ୟନ୍ତ ପ୍ରମୁଖ ରାସ୍ତା ଓ ସଂଲଗ୍ନ ଅଂଚଳର ପରିମଳ ବ୍ୟବସ୍ଥା , ରାସ୍ତାକଡର ସୌନ୍ଦର୍ଯ୍ୟ , କାନ୍ଥବାଡରେ ଓଡିଶାର ପାରମ୍ପାରିକ ଚିତ୍ରର ଗାଥା ଆଦି ପରଦର୍ଶନ କରି ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅବସରରେ ତୁରନ୍ତ ହମ୍ପସ, ଖାଲ ସ୍ଥାନ, ଅସଜଡା ଜାଗାକୁ ସଜାଡ଼ିବା ଉପରେ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ସହରକୁ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି । ଏୟାରପୋର୍ଟରୁ ପ୍ରଦର୍ଶନୀ ପଡିଆ ସମେତ ନନ୍ଦନକାନନ ଏବଂ ରାଜଧାନୀର କିଛି ଅଞ୍ଚଳ ବୁଲିବା ସହିତ ପ୍ରବାସୀ ଖାଇବେ ପାରମ୍ପାରିକ ଓଡ଼ିଆ ଖାଦ୍ୟ, ଦେଶୀ ଖାଦ୍ୟର ମଜା ନେବେ ପ୍ରବାସୀ ବୋଲି ମନ୍ତ୍ରୀ ଡାଃ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ସହ ହେବ ଫୁଡ୍ ଫେଷ୍ଟ ଭଳି ସିଟି ଆକ୍ଟିଭେଶନ କାର୍ଯ୍ୟକ୍ରମ । ନିଜର ପାରିପାର୍ଶ୍ଵକୁ ସଫା କରିବା ଲାଗି ରାଜଧାନୀରେ ଥିବା କର୍ପୋରେଟ ସମେତ ବିଭିନ୍ନ ଅଫିସ ଓ ବ୍ୟବସାୟୀଙ୍କ ଅନୁରୋଧ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ୫ ଟି ଡବଲ ଡେକର ବସ ଆସି ପହଁଚିବା ପରେ ୬ ରୁ ବସ ଚଳାଇବାର ବ୍ୟବସ୍ଥା କରାଯାଉଥିବା ଏବଂ ପ୍ରବାସୀ ଭାରତୀୟ ଙ୍କୁ ନୂଆ ବସରେ ପୁରୀ ବୁଲେଇବା ସହ ଜଗନ୍ନାଥ ଦର୍ଶନ ସହ ଅଭଡ଼ା ଖୁଆଇବା ପାଇଁ ମନ୍ତ୍ରୀ କହିଛନ୍ତି । ଦୋକାନ ଓ ଘର ଉଚ୍ଛେଦ ନେଇ ମନ୍ତ୍ରୀ କହିଛନ୍ତି ଯେଉଁମାନେ ଅବରୋଧ କରିଛନ୍ତି ସେହି ଗୁଡ଼ିକ ଉଚ୍ଛେଦ କରାଯାଉଛି। ମନ୍ତ୍ରୀଙ୍କ ଏହି ପରିଦର୍ଶନ କାଳରେ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ , ବିଡିଏ ଭିସି ତିରିମାଳା ନୟକଙ୍କ ସହିତ ଟିମ୍ ବିଏମ୍ସି ଓ ବିଡିଏ , ପୁର୍ତବିଭାଗର ଯନ୍ତ୍ରୀ ପ୍ରମୁଖ ସାମିଲ ହୋଇଥିଲେ ।
previous article:https://purvapaksa.com/terrorist-pannu-again-threatened/
