Prtadeep Panigrahi: ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଗିରଫ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ହୋଇଛନ୍ତି। ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ।
ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ବ୍ରହ୍ମପୁର ଗ୍ରାମାଞ୍ଚଳ ଜେଏମଏଫ୍ସି କୋର୍ଟ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ଦୋଷମୁକ୍ତ କରିଛନ୍ତି।
ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ୪ଟି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଏକୁଟିଆ ମୁଦାଲା ଥିବାବେଳେ ଅନ୍ୟମାମଲାରେ ଆକାଶ ପାଠକ ଓ ଅଭୟ ପାଠକ ବି ମୁଦାଲା ଥିଲେ। ଏନେଇ ଗୋଳନ୍ଥରା ଥାନାରେ ୪ଟି ଓ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରୁଜ୍ଜୁ ହୋଇଥିଲା।
ମାତ୍ର ଗତ ୧୦ ତାରିଖରେ ୨ ଜଣ ଓ ପରେ ୧୮ ତାରିଖରେ ଆଉ ୩ ଜଣ ଏତଲକାରୀ ମାମଲାରୁ ଓହରିଥିଲେ। ବିଜେଡି ଓ ପ୍ରଶାସନର ଚାପ ଯୋଗୁଁ ଏଭଳି ଏତଲା ଦେଇଥିଲେ ବୋଲି ସେମାନେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରିଛଥିଲେ।
ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ ଜେଲ ଯାଇଥିଲେ। ମାତ୍ର ଏବେ ସେ ସବୁ ମାମଲାରୁ ଦୋଷମୁକ୍ତ ହୋଇଥିବାରୁ ବ୍ରହ୍ମପୁର କୋର୍ଟ ବାହାରେ ତାଙ୍କ ସମର୍ଥକ ବାଣ ବଜାଇ, ମିଠା ଖୁଆଇ ସେଲିବ୍ରିଶନ କରିଥିଲେ।
ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ସମସ୍ତ ଅଭିଯୋଗକାରୀ କୋର୍ଟକୁ ଆସି ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଚାହୁଁ ନ ଥିଲୁ ବୋଲି କହିଛନ୍ତି। ଏଥିସହ ଆକାଶ ପାଠକ ଓ ଅଭୟ ପାଠକଙ୍କୁ ଚିହ୍ନି ନ ଥିବା କହିଥିଲେ। ବରଂ ଜଣେ ଆଇଜି ସ୍ତରର ବରିଷ୍ଠ ପୁଲିସ୍ ଅଧିକାରୀ ବହୁ ପୁଲିସ୍ ଧରି ଆସିଥିଲେ। ସେମାନେ ଭୟଭୀତ କରି ନିଜ କାଗଜରେ ଦସ୍ତଖତ କରାଇଥିଲେ। ପ୍ରମାଣ ଅଭାବରୁ ସମସ୍ତ କେସ୍ରେ କୋର୍ଟ ପ୍ରଦୀପ ପାଣିଗ୍ରାହୀ, ଆକାଶ ପାଠକ ଓ ଅଭୟ ପାଠକଙ୍କୁ ଦୋଷମୁକ୍ତ କରିଛନ୍ତି।
Also readhttps://purvapaksa.com/trade-unions-demand-formation-of-new-pay-commission/
ନୂଆ ବେତନ କମିଶନ ଗଠନ ହେଉ: ନିର୍ମଳାଙ୍କ ପାଖରେ ଦାବି ରଖିଲେ ଶ୍ରମିକ ସଂଗଠନ
