Pomegranate: କ’ଣ ଆପଣ ଡାଳିମ୍ବର ଚୋପାର ଫାଇଦା ବିଷୟରେ ଜାଣନ୍ତି ?
ଯଦି ଜାଣିବେ , ତେବେ କେବେ ବି ତାର ଚୋପାକୁୁ ଫିଙ୍ଗିବେ ନାହିଁ । ଏବେ ଆସନ୍ତୁ ଜାଣିବା ଡାଳିମ୍ବର ଚୋପା ଆମର କି ଉପକାର କରିଥାଏ । ଡାଳିମ୍ବ ଚୋପାରେ ଫଳ ଠାରୁ ମଧ୍ୟ ଅଧିକ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟସ ରହିଛି । ଏହି ହୃଦ୍ଜନିତ ରୋଗ ଓ କର୍କଟ ରୋଗରୁ ମୁକ୍ତି ଦେଇପାରେ ବୋଲି କୁହାଯାଏ । ଡାଳିମ୍ବ ଚୋପାରେ ଯେତିକି ଭିଟାମିନ୍ ଅଛି ସମାନ ପରିମାଣରେ ଭିଟାମିନ୍ ଏହାର ଦାନାରେ ରହିଛି । ଏଣୁ ଆପଣ ଡାଳିମ୍ବ ଚୋପାକୁ ନ ଫୋପାଡ଼ି ସେଥିରେ ଚା’ ତିଆରି କରି ପିଅନ୍ତୁ । ଏଥିରୁ ଲାଭ ମିଳିବ ।
ଡାଳିମ୍ବ ଚୋପା ଆପଣଙ୍କ ଚର୍ମରେ କୋଲାଜେନ୍ ନଷ୍ଟକୁ ରୋକିଥାଏ ଏବଂ କୋଷର ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ । ଏହା ବାର୍ଦ୍ଧକ୍ୟ ଏବଂ କୁଞ୍ଚିତ ରେଖାକୁ କମାଇଥାଏ । ଦୁଇ ଚାମଚ ଡାଳିମ୍ବ ଚୋପା ପାଉଡର ନେଇ ଅଳ୍ପ କ୍ଷୀର ମିଶାନ୍ତୁ । ଯଦି ଆପଣଙ୍କର ତ୍ୱଚା ତେଲିଆ, କ୍ଷୀର ବଦଳରେ ଗୋଲାପ ଜଳକୁ ପାଉଡରରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାନ୍ତୁ ଏବଂ ଶୁଖିବା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହା ଏକ ପ୍ରାକୃତିକ ମଶ୍ଚରାଇଜର ପରି କାର୍ଯ୍ୟ କରେ ।
ନିଶ୍ୱାସ ରେ ଦୁର୍ଗନ୍ଧ ,ବା ପାଟି ଦୁର୍ଗନ୍ଧ ପାଇଁ , ଦାନ୍ତ ମାଢି ଫୁଲିବା ଜନିତ ସମସ୍ୟା ଏବଂ ପାଟି ଘା’କୁ ଦୂର କରିବା ପାଇଁ ଡାଳିମ୍ବ ଚୋପା ର ପ୍ରୟୋଗ ଏକ ପ୍ରଭାବଶାଳୀ ଉପାୟ । ଡାଳିମ୍ବ ଚୋପା ପାଉଡରକୁ ଏକ ଗ୍ଲାସ୍ ପାଣିରେ ମିଶାନ୍ତୁ ଏବଂ ଏହି ମିଶ୍ରଣ ସହିତ ଗାର୍ଗଲ୍ କରନ୍ତୁ । ଆପଣ ନିଶ୍ଚୟ ଉପକୃତ ହେବେ ।
ଡାଳିମ୍ବ ଚୋପା ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ । ଏହା ଆପଣଙ୍କୁ ହୃଦରୋଗରୁ ରକ୍ଷା କରିଥଏ । ଡାଳିମ୍ବ ଚୋପା ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଏବଂ ଚାପ କମିଯାଏ । ଏହା ଉଭୟ ଅକ୍ସିଡେଟିଭ୍ ଚାପ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଇ ତେଣୁ ଯଦି ଆପଣ ଏକ ଚାମଚ ଡାଳିମ୍ବ ଚୋପା ପାଉଡରକୁ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ପିଇଲେ ବହୁତ ଉପକାର ପାଇବେ ଇ କିନ୍ତୁ ଯଦି ଆପଣଙ୍କ ହୃଦରୋଗ ଜଣାପଡ଼ିଥାଏ ତେବେ କୌଣସି ଉପାୟ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ ।
ALSO READ: https://purvapaksa.com/ginger-benefits/