ଗଲା ୧୭ ଦିନ ହେଲା ପୁଲିସ ଏସ୍ଆଇ ନିଯୁକ୍ତି ମାମଲାର ତଦନ୍ତ ଚାଲିଛି। ହେଲେ ମୁଖ୍ୟ ଅଭିଯୁକ୍ତକୁ ଏଯାଏ ଧରିବାରେ ସକ୍ଷମ ହୋଇପାରି ନାହିଁ କ୍ରାଇମ ବ୍ରାଞ୍ଚ। ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିବାରେ ସକ୍ଷମ ହେଉଛି ପଞ୍ଚ ସଫ୍ଟ କମ୍ପାନୀର ମାଲିକ ଶଙ୍କର ପୃଷ୍ଟି ଏବଂ ତାଙ୍କ ପତ୍ନୀ ଓ ଅନ୍ୟ ସହଯୋଗୀ। କ୍ରାଇମ ବ୍ରାଞ୍ଚ ଏହାକୁ ଏକ ସଂଗଠିତ ଅପରାଧ ବୋଲି ଗ୍ରହଣ କରିଛି। ପୁଲି ଏହି ସଂଗଠିତ ଗ୍ୟାଙ୍ଗ ରାଜ୍ୟରେ କେବଳ ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ କେଳେଙ୍କାରୀରେ ଜଡ଼ିତ ତା ନୁହେଁ, ଗଲା ୮ରୁ ୧୦ ବର୍ଷ ହେଲା ବିଭିନ୍ନ ସରକାରୀ ଚାକିରିରେ ଏପରି ଫିକ୍ସ କରୁଥିଲ।
ଆଜି ସାମ୍ବାଦିକଙ୍କୁ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ଏ ମାମଲାରେ ଆଜି ୪ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ସେମାନେ ବ୍ୟବହାର କରୁଥିବା ଗାଡ଼ିକୁ ଜବତ କରାଯାଇଛି। ଗିରଫ ହୋଇଥିବା ଏହି ବ୍ୟକ୍ତିମାନେ ହେଲେ, ମୁନା ମହାନ୍ତି, ସୁକାନ୍ତ ମହାରଣା (ରିଙ୍କୁ), ସୌମ୍ୟା ପ୍ରିୟଦର୍ଶିନୀ ସାମଲ ଏବଂ ଅଭିମନ୍ୟୁ ଦୋରା। ଏମାନେ ସମସ୍ତେ ବିଜୟନଗରମ୍ ମଡ୍ୟୁଲର ଆରୋପୀ ରହିଛନ୍ତି। ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ଏବଂ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି।
କିନ୍ତୁ ଏଯାଏ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇପାରି ନାହିଁ। କ୍ରାଇମ ବ୍ରାଞ୍ଚ ତାଲିକାରେ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି ଶଙ୍କର ପୃଷ୍ଟି। ପଞ୍ଚସଫ୍ଟ କମ୍ପାନୀର ଇଏ ହେଉଛନ୍ତି ମୂଳ ବିନ୍ଦୁ। ଏହି ବିନ୍ଦୁକୁ ଖୋଜିବା ଲାଗି କ୍ରାଇମ ବ୍ରାଞ୍ଚ ବିଭିନ୍ନ ସ୍ଥାନରେ ନିଜର ଟିମ୍ ମୁତ୍ତୟନ କରିଛି। କିନ୍ତୁ ଏ ଟିମ୍ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଶଙ୍କର ଦିଲ୍ଲୀ ଛାଡ଼ିଥିବା ସୂଚନା ମିଳିଛି। କିନ୍ତୁ ସେ ବହୁତ ଦିନ ସୁରକ୍ଷିତ ରହିପାରିବ ନାହିଁ ବୋଲି କହିଛନ୍ତି ଶୀ ମିଶ୍ର।
ଅକ୍ଟୋବର ପହିଲା ଦିନ ଏହି ଗ୍ୟାଙ୍ଗର ସୁରାକ ମିଳିଥିଲା। ବ୍ରହ୍ମପୁର ପୁଲିସ ତିନୋଟି ବସରେ ଯାଉଥିବା ୧୧୪ ପ୍ରାର୍ଥୀ ଏବଂ ୩ ଜଣ ଏଜେଣ୍ଟଙ୍କୁ ଗିରଫ କରିଥିଲା। ଏହି ୧୧୪ ପ୍ରାର୍ଥୀଙ୍କୁ ମୁନା ମହାନ୍ତି ବିଭିନ୍ନ ବ୍ୟକ୍ତିଙ୍କ ସହାୟତାରେ ନିଜ ସ୍ର୍ପିଓ ଗାଡ଼ି ଯୋଗେ ବରମୁଣ୍ଡାରେ ପହଞ୍ଚାଇଥିଲା। ପରେ ଏମାନଙ୍କୁ ନେଇ ବସ୍ ବିଜୟ ନଗରମ୍ ଅଭିମୁଖେ ଯାଉଥିଲା। ଏହି ସମୟରେ ବ୍ରହ୍ମପୁର ପୁଲିସ ଏମାନଙ୍କୁ ଗିରଫ କରିବା ପରେ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶାଳ ନେଟଓ୍ୱର୍କର ସୁରାକ ପାଇଥିଲା।
ଏହି ନେଟଓ୍ୱର୍କର ମୁଳରେ ରହିଥିଲେ, ପରୀକ୍ଷା ପରିଚାଳନା ପାଇଁ ଠିକା ପାଇଥିବା ଏଜେନ୍ସୀ ପଞ୍ଚସଫ୍ଟ। ସିଧାସଳଖ ଏ କମ୍ପାନୀ କାର୍ଯ୍ୟାଦେଶ ପାଇ ନଥିଲେ ମଧ୍ୟ ପରୋକ୍ଷରେ ସବ୍ ଏଜେନ୍ସୀ ଭାବେ କାର୍ଯ୍ୟାଦେଶ ଲାଭ କରିଥିଲା। ଆଉ ପ୍ରାର୍ଥୀଙ୍କୁ ଖୋଜି ନିଶ୍ଚିତ ଚାକିରି ଲାଭର ସୁଯୋଗ ଦେଉଥିଲା। ସେଥିରେ ଚୁକ୍ତି ଥିଲା ୨୫ ଲକ୍ଷ ଟଙ୍କାର କାରବାର। ୧୧୪ ପ୍ରାର୍ଥୀଙ୍କ ପାଇଁ ଏ ଡିଲ ହୋଇଥିଲା। ଯେଉଁଥିରେ ଅଗ୍ରୀମ ୧୦ ଲକ୍ଷ ଟଙ୍କା ସହ ଏକ ବ୍ଲାଙ୍କ ଚେକ ଦେଇଥିଲେ ପ୍ରାର୍ଥୀ। ଏହାସହ ବନ୍ଧକ ରହିଥିଲା ସାର୍ଟିଫିକେଟ। ଫାଇନା୍ ପରୀକ୍ଷା ପରେ ସାର୍ଟିଫିକେଟ ଯାଞ୍ଚ ସମୟରେ ଅନ୍ୟ ୧୫ ଲକ୍ଷ ଦେଲେ ସାର୍ଟିଫିକେଟ ଦିଆଯିବ ବୋଲି ଚୁକ୍ତି ହୋଇଥିଲା। ଆଉ ଏହାକୁ ସଂଯୋଜନା କରିଥିଲେ ସୌମ୍ୟା ପ୍ରିୟଦର୍ଶିନୀ ସାମଲ। ଗିରଫ ପରେ ଯେତେବେଳେ ଅଭିଭାବକମାନେ ସାର୍ଟିଫିକେଟ ଓ ଟଙ୍କା ଦାବି କରିଲେ ସେତେବେଳେ ଶଙ୍କର ପୃଷ୍ଟିର ମୂଳ ବିନ୍ଦୁ କୁହାଯାଉଥିବା ମୁନା ବାହିନୀପତି। ମୁନା ଏହି ଫେରସୌ୍ତ ସୌମ୍ୟାଙ୍କ ମାଧ୍ୟମରେ କରିବାକୁ ଚାହିଁଥିଲା। ଆଉ ଏହି କାରବାରରୁ ସୁରାକ ପାଇଁ ପୁଲିସ ସୌମ୍ୟାଙ୍କୁ ବାନ୍ଧି ଥିଲା।
ଏ ଭିତରେ କ୍ରାଇମ ବ୍ରାଞ୍ଚ ଏ ସଂକ୍ରାନ୍ତରେ ୧୨୩ ଜଣଙ୍କୁ ଗିରଫ କରିଛି। ସେଥିରେ ୧୧୪ ଜଣ ପ୍ରାର୍ଥୀ ହୋଇଥିବା ବେଳେ ଆଉ ୯ ଜଣ ହେଉଛନ୍ତି ଦଲାଲ। ସେମାନେ ହେଲେ ମୁନା ମହାନ୍ତି, ସୁକାନ୍ତ ମହାରଣା (ରିଙ୍କୁ), ସୌମ୍ୟା ପ୍ରିୟଦର୍ଶିନୀ ସାମଲ, ଅଭିମନ୍ୟୁ ଦୋରା, ଅରବିନ୍ଦ ଦାସ,ଚନ୍ଦନ ମଲ୍ଲିକ, ବିଶ୍ୱରଞ୍ଜନ ସାହୁ। ଏହି ବିଶ୍ୱରଞ୍ଜନ ବି ବିଭିନ୍ନ ଏଜେଣ୍ଟକୁ ରଖି ପିଲାଙ୍କଠାରୁ ସାର୍ଟିଫିକେଟ ସଂଗ୍ରହ କରୁଥିବା ପୁଲିସ ଜାଣିବାକୁ ପାଇଛି।
କ୍ରାଇମବ୍ରାଞ୍ଚ ଡିଆଜି ବାତୁଲ ଗଙ୍ଗାଧର କହିଛନ୍ତି ଶଙ୍କର ପୃଷ୍ଟିର ଗତିବିଧିକୁ ଆମେ ନିରୀକ୍ଷଣ କରୁଛୁ। ବିଭିନ୍ନ ସ୍ଥାନରେ ଟିମ୍ ମୁତ୍ତୟନ ରହିଛି। ତାଙ୍କ ଧରିବାକୁ ଚେଷ୍ଟା କରାଯାଇଛି।
ସେ କହିଛନ୍ତି ଏ ଘଟଣାରେ ମୁଖ୍ୟ ଥିଲେ ଶଙ୍କର ପୃଷ୍ଟି, ଅରବିନ୍ଦ ଦାସ ଏବଂ ମୁନା ମହାନ୍ତି। ଏହାଙ୍କ ସହ ଅନେକ ଏଜେଣ୍ଟ ରହିଛନ୍ତି ଯେଉଁମାନେ ପ୍ରାର୍ଥୀ ଆଣୁଥିଲେ। ସୌମ୍ୟା ପ୍ରିୟଦର୍ଶିନୀ ସାମଲ- ସେମିତି ଜଣେ ଏଜେଣ୍ଟ। ସେ ଆମରମ୍ଭରୁ ମୁନାର ସହଯୋଗୀ। ସେ ପ୍ରାର୍ଥୀଙ୍କ ପରାଖରୁ ଟଙ୍କା ଆଣିବା, ସାର୍ଟିଫିକେଟ ଆଣିବା ଓ ତାଙ୍କୁ ଗାଡ଼ି ମୋଟର ଯୋଗାଇବା କାର୍ଯ୍ୟ କରନ୍ତି ବୋଲି ବି ଗଙ୍ଗାଧର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଲେଶ୍ୱର ଓ ଦୀଘାକୁ ଏକ ସ୍ୱତନ୍ତ୍ର ଟିମ୍ ଯାଇଛନ୍ତି। ଯାହାକୁ ଆମେ ଅରବିନ୍ଦ ଦାସ ମୋବାଇଲରୁ ପାଇଛୁ ତାକୁ ଆମେ ଦେଖୁଛୁ। ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଧରିବୁ। ୧୫ରୁ ୨୦ ଆକାଉଣ୍ଟ ଫ୍ରିଜ୍ ହୋଇଛି। ଏଥିରୁ ୧୨ ଲକ୍ଷ ରଦ୍ଧ ହୋଇ ପଡ଼ିଛି ବୋଲି ସେ ସୂଚନା ଦେଇଥିଲା।
also read https://purvapaksa.com/tejas-mk1-a-will-go-directly-to-the-pakistan-border/
Tejas MK1-A will go directly to the Pakistan border ।। ତେଜସ୍ MK1-A ସିଧାସଳଖ ପାକିସ୍ତାନ ସୀମାକୁ ଯିବ…
