PM Modi To Visit Maha Kumbh On Wednesday:ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ପ୍ରାୟ ୧୧ଟାରେ ସଙ୍ଗମଠାରେ ପବିତ୍ର ସ୍ନାନ କରିବା ସହ ମା‘ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବେ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜରେ ମହାକୁମ୍ଭ ମେଳା ପରିଦର୍ଶନ କରିବେ। ଏହିଦିନ ୧୧ଟାରେ ସେ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।
ବିଶ୍ୱର ସର୍ବବୃହତ୍ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶଭାବେ ପରିଚୟ ହାସଲ କରିଥିବା ମହାକୁମ୍ଭ ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା ଏବଂ ଏହା ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏହି ପବିତ୍ର ଅବସରରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ସଙ୍ଗମ ସ୍ଥଳରେ ବୁଡ଼ ପକାଇ ପ୍ରାର୍ଥନା କରିଛନ୍ତି।
ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ଏବଂ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତାସ୍ୱରୂପ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ତୀର୍ଥସ୍ଥଳରେ ଭିତ୍ତିଭୂମି ତଥା ମୌଳିକ ସୁବିଧା ବିକାଶ ପାଇଁ ନିରନ୍ତର ସକ୍ରିୟ ପଦକ୍ଷେପ ନେଇଛନ୍ତି। ପୂର୍ବରୁ, ୧୩ ଡିସେମ୍ବର, ୨୦୨୪ରେ ପ୍ରୟାଗରାଜ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ୫,୫୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ୧୬୭ଟି ଉନ୍ନୟନ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ଏହି ସମସ୍ତ ପ୍ରକଳ୍ପ ସାଧାରଣ ଜନତାଙ୍କ ପାଇଁ ଯାତାୟାତ, ସେବା ଏବଂ ସୁବିଧାରେ ଉନ୍ନତି ଆଣିଛି।
ବିବୃତିରେ ଆହୁରି ବିସ୍ତୃତଭାବେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ତୀର୍ଥସ୍ଥଳଗୁଡ଼ିକରେ ଭିତ୍ତିଭୂମି ଏବଂ ସୁବିଧାରେ ସକ୍ରିୟ ଉନ୍ନତି ଆଣି ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ ଏବଂ ସୁରକ୍ଷିତ ରଖିବା ପାଇଁ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି।
ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରୟାଗରାଜ ଏବଂ ମହାକୁମ୍ଭ ମେଳା ଅଞ୍ଚଳରେ ଥିଲେ।
ଅମୃତ ସ୍ନାନ ସମୟରେ ଶୂନ୍ୟ ତ୍ରୁଟି ପାଇଁ ବରିଷ୍ଠ ଆଇଏଏସ୍ ଅଫିସର ନିଯୁକ୍ତ
ଜାନୁଆରୀ ୨୯ ତାରିଖରେ ମୌନି ଅମାବାସ୍ୟା ସମାରୋହରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୬୦ ଜଣ ଆହତ ହେବା ପରେ ୟୁପିର ଶୀର୍ଷ ଅଧିକାରୀମାନେ ରବିବାର (ଫେବ୍ରୁଆରି ୨) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଅମୃତ ସ୍ନାନ’ ସମୟରେ ଶୂନ୍ୟ ତ୍ରୁଟି କାର୍ୟ୍ୟକାରୀ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ପ୍ରାଥମିକତା ଦେଇଛନ୍ତି।
ମେଳାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୟୁପି ସରକାର ପ୍ରୟାଗରାଜରେ ପ୍ରଶାସନରେ ଅଭିଜ୍ଞତା ଥିବା ଏବଂ ୨୦୧୯ ଅର୍ଦ୍ଧକୁମ୍ଭର ସଫଳ ପରିଚାଳନା କରୁଥିବା ଟିମର ସଦସ୍ୟ ଥିବା ଦୁଇ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଆଶିଷ ଗୋୟଲ ଏବଂ ଭାନୁ ଚନ୍ଦ୍ର ଗୋସ୍ୱାମୀଙ୍କୁ ନିୟୋଜିତ କରିଥିଲେ। ପ୍ରଶାସନ, ଭିଡ଼ ନିୟନ୍ତ୍ରଣ ଏବଂ ଆନ୍ତଃ ଏଜେନ୍ସି ସମନ୍ୱୟରେ ସେମାନଙ୍କର ଦକ୍ଷତା ମେଳା ଅଧିକାରୀ ବିଜୟ କିରଣ ଆନନ୍ଦଙ୍କୁ ଏହି କାର୍ୟ୍ୟକ୍ରମର ତଦାରଖ କରିବାରେ ସହଯୋଗ କରିବ।
ମୌନି ଅମାବାସ୍ୟା (ଜାନୁଆରୀ ୨୯)ରେ ମୁଖ୍ୟମନ୍ତ୍ରୀ ଶନିବାର ଏହି ଘଟଣା ପରେ ପ୍ରଥମ ଥର ପାଇଁ ପ୍ରୟାଗରାଜ ଗସ୍ତ କରିଥିଲେ। ସେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଡାକ୍ତରଖାନା ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଆଗାମୀ ‘ସ୍ନାନ’ ପାଇଁ ଏକ ସମୀକ୍ଷା ବୈଠକରେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି କାର୍ଯ୍ୟକ୍ରମ ବିନା କୌଣସି ତ୍ରୁଟିରେ ସମ୍ପନ୍ନ ହେବ।
ଏହାବ୍ୟତୀତ ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (ୟୁପିଏସଆରଟିସି) ବସନ୍ତ ପଞ୍ଚମୀରେ ମହାକୁମ୍ଭ ପବିତ୍ର ସ୍ନାନ ପାଇଁ ପ୍ରୟାଗରାଜକୁ ଆସୁଥିବା ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ରହିବା ପାଇଁ ଏକ ସ୍ୱତନ୍ତ୍ର ଶଟଲ ଏବଂ ସଂରକ୍ଷିତ ବସ୍ ମୁତୟନ କରିଛି।
ସୁରୁଖୁରୁରେ ଫେରିବା ପାଇଁ ୟୁପିଏସଆରଟିସି ୪ଟି ଅସ୍ଥାୟୀ ବସ୍ ଟର୍ମିନାଲରେ ୨୫୦୦ ବସ୍ ମୁତୟନ କରିଛି। ଝୁନ୍ସିରେ ସର୍ବାଧିକ ୧୫୦୦ ବସ୍, ଲକ୍ଷ୍ନୌ ଯାଉଥିବା ଯାତ୍ରୀଙ୍କ ପାଇଁ ବେଲା କଚରରେ ୬୦୦, କାନପୁର ଯାଉଥିବା ଯାତ୍ରୀଙ୍କ ପାଇଁ ନେହେରୁ ପାର୍କରେ ୩୦୦ ଏବଂ ମିର୍ଜାପୁର ଓ ବାନ୍ଦା ଯାଉଥିବା ଯାତ୍ରୀଙ୍କ ପାଇଁ ୧୦୦ଟି ବସ୍ ଆବଣ୍ଟନ କରାଯାଇଛି।
ଏଥିସହ ପ୍ରତି ୨ ମିନିଟରେ ୫୫୦ଟି ଶଟଲ ବସ୍ ଚଳାଚଳ କରି ପ୍ରମୁଖ ମହାକୁମ୍ଭ ସ୍ଥାନ ଓ ଅସ୍ଥାୟୀ ବସ୍ ଷ୍ଟାଣ୍ଡ ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ପରିବହନ କରିବ।
