ଇରାନ ଯୁଦ୍ଧ ଯୋଗୁଁ ଦେଖା ଦେଇଛି ବିଶ୍ୱ ଶକ୍ତି ସଙ୍କଟ । ୨୮ ଫ୍ରେବୃଆରୀ ରେ ଆରମ୍ଭ ହୋଇଥିବା ଏହି ଯୁଧ୍ୟ ପାଇଁ ବିଶ୍ୱର ବିଭିର୍ଣ୍ଣ ରାଷ୍ଟ୍ରରେ ହୁ ହୁ ହୋଇ ବଢି ଚାଲିଛି ମାହାଙ୍ଗା । ତେବେ ଏନେଇ ପାକିସ୍ତାନ ସରକାର ଗୁରୁବାର ଇନ୍ଧନ ମୂଲ୍ୟରେ ପୁଣି କରିଛନ୍ତି ବ୍ୟାପକ ବୃଦ୍ଧି । ଏନେଇ ଦେଶର ପେଟ୍ରୋଲିୟମ୍ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କହିଛନ୍ତି । ତେବେ ନୂତନ ମୂଲ୍ୟ ପେଟ୍ରୋଲ ମୂଲ୍ୟରେ ୪୨.୭ ପ୍ରତିଶତ ଏବଂ ଡିଜେଲ ମୂଲ୍ୟରେ ୫୪.୯ ପ୍ରତିଶତ ବୃଦ୍ଧି ହୋଇଛି ।
“ଆଜି ନିଆଯାଇଥିବା ନିଷ୍ପତ୍ତି ହେଉଛି ଯେ , ଅନ୍ତର୍ଜାତୀୟ ବଜାର ଅନୁଯାୟୀ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ ନୂତନ ମୂଲ୍ୟ ୪୫୮.୪୦ ଟଙ୍କା (ଲିଟର ପିଛା ୧.୬୪ ଡଲାର) ହେବ, ଯାହା ଆସନ୍ତାକାଲି (ଶୁକ୍ରବାର) ଠାରୁ କାର୍ଯ୍ୟକାରୀ ହେବ । ଆମର ଶ୍ରମିକ ଏବଂ ସାଧାରଣ ପରିବହନ ପାଇଁ ଡିଜେଲର ଗୁରୁତ୍ୱ ଅଧିକ ଥିବା ବେଳେ, ପ୍ରତି ଲିଟର ପିଛା ମୂଲ୍ୟ ୫୨୦.୩୫ ପାକିସ୍ତାନୀ ଟଙ୍କା (୧.୮୬ ଡ଼ଲାର) ସ୍ଥିର ହୋଇଛି । ସରକାର ନିଜର ବଜେଟକୁ ଦେଖି ଲୋକମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ସର୍ବୋତ୍ତମ ପ୍ରୟାସ କରିଛନ୍ତି , କିନ୍ତୁ ମୂଲ୍ୟ ବୃଦ୍ଧିକୁ ପାସ୍ କରିବାକୁ “ବାଧ୍ୟ” କରାଯାଇଛି “କାରଣ ସମ୍ବଳ ସୀମିତ ଏବଂ ଆମେ ବର୍ତ୍ତମାନ ଏହି ଯୁଦ୍ଧର ଶେଷ ହେବାର କୌଣସି ଆକଳନ କରିପାରୁନାହୁଁ “, ବୋଲି ପର୍ଭେଜ୍ କହିଛନ୍ତି।
![]()
ଫେବୃଆରୀ ୨୮ରେ ଆରମ୍ଭ ହୋଇଥିବା ଇରାନ ଉପରେ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟପ୍ରାଚ୍ୟକୁ ସଂଘର୍ଷରେ ପକାଇଛି । ଇରାନର ପ୍ରତିଶୋଧମୂଳକ ଆକ୍ରମଣ ପାଇଁ ହରମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳକୁ ପ୍ରାୟତଃ ସ୍ଥଗିତ ରହିଛି । ଏହି ପ୍ରମୁଖ ଜଳପଥ ସାଧାରଣତଃ ବିଶ୍ୱର ଶକ୍ତି ଯୋଗାଣର ଏକ ପଞ୍ଚମାଂଶ ଯାହା ଅଧିକାଂଶ ଏସିଆ ରାଷ୍ଟ୍ର ପରିବହନ ସହ ଜଡିତ । ତେବେ ପାକିସ୍ତାନ ତେଲ ଏବଂ ଗ୍ୟାସ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ଯୋଗୁଁ ଯୁଦ୍ଧର ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ ମାର୍ଚ୍ଚ ୬ରେ ୨୦ପ୍ରତିଶତ ମୂଲ୍ୟ ବୃଦ୍ଧି କରିଥିଲା। ତେବେ ଏହା ସହ ପାକିସ୍ତାନ ସରକାର ଇନ୍ଧନ ସଞ୍ଚୟ କରିବା ପାଇଁ ଏକ ପ୍ରକାର କଟକଣା ପଦକ୍ଷେପ ଜାରି କରିଛି । ଯେଉଁଥିରେ ଅନେକ ସରକାରୀ କାର୍ଯ୍ୟାଳୟକୁ ସାପ୍ତାହିକରୁ ଚାରି ଦିନିଆ କାର୍ଯ୍ୟ ଦିନକୁ ସ୍ଥାନାନ୍ତର କରିବା, ସ୍କୁଲ ଛୁଟି ବୃଦ୍ଧି କରିବା ଏବଂ କିଛି ଶ୍ରେଣୀକୁ ଅନଲାଇନ କ୍ଲାସରେ ସ୍ଥାନାନ୍ତର କରିବା ଭଳି ନିଷ୍ପତ୍ତି ନେଇଛି ।

ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ପାକିସ୍ତାନକୁ ଏକ ନିମ୍ନ-ମଧ୍ୟମ ଆୟକାରୀ ଦେଶ ଭାବରେ ବର୍ଗୀକୃତ କରାଯାଇଛି, ଏହାର ୨୪କୋଟି ଜନସଂଖ୍ୟାର ପ୍ରାୟ ୨୫ପ୍ରତିଶତ ଦାରିଦ୍ର୍ୟରେ ଜୀବନଯାପନ କରୁଛନ୍ତି । ଇରାନ ବିରୁଦ୍ଧରେ ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ସଙ୍କଟକୁ ସମାଧାନ କରିବା ପାଇଁ ଅନେକ ଏସୀୟ ଦେଶ ଇନ୍ଧନ ମୂଲ୍ୟ ବୃଦ୍ଧି କରିଛନ୍ତି କିମ୍ବା ଅନ୍ୟାନ୍ୟ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି।

ଗୁରୁବାର, ବାଂଲାଦେଶ ରୋଷେଇ ପାଇଁ ବ୍ୟବହୃତ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ ଏବଂ କିଛି କାରରେ ବ୍ୟବହୃତ ସଙ୍କୁଚିତ ପ୍ରାକୃତିକ ଗ୍ୟାସର ମୂଲ୍ୟ ୨୯ ପ୍ରତିଶତ ବୃଦ୍ଧି କରିଛି।
ଏହି ସପ୍ତାହର ଆରମ୍ଭରେ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଚେତାବନୀ ଦେଇଥିଲା ଯେ “ପାକିସ୍ତାନ ଭଳି ଦୁର୍ବଳ ଅର୍ଥନୀତି ରାଷ୍ଟ୍ର କେବଳ ଉଚ୍ଚ ଶକ୍ତି ମୂଲ୍ୟର ଚାପ ନୁହେଁ ବରଂ ଯୋଗାଣ ଶୃଙ୍ଖଳର ଚାପର ମଧ୍ୟ ସମ୍ମୁଖୀନ ହେଉଛି। ମଧ୍ୟପ୍ରାଚ୍ୟ, ଆଫ୍ରିକା, ଏସିଆ-ପ୍ରଶାନ୍ତ ମହାସାଗର ଏବଂ ଲାଟିନ୍ ଆମେରିକାର କିଛି ଅଂଶ ଖାଦ୍ୟ ଏବଂ ସାରର ଉଚ୍ଚ ମୂଲ୍ୟ ଏବଂ କଠୋର ଆର୍ଥିକ ପରିସ୍ଥିତି କୁ ନେଇ ଅତିରିକ୍ତ ଚାପର ସମ୍ମୁଖୀନ ହେଉଛି,” ବୋଲି IMF ଏହାର ୱେବସାଇଟରେ ଏକ ପୋଷ୍ଟ ମାଧ୍ୟମରେ କହିଛି ।
also read : https://purvapaksa.com/chse-plus-two-exam-accountancy-assessment-begins-across-odisha/


