ଗୁରୁବାର ରାତିରେ ତୁର୍କୀରେ ପୁଣି ଭୂମିକମ୍ପ ହୋଇଛି। କିଛିଦିନ ତଳେ ତୁର୍କୀରେ ହୋଇଥିଲା ବଡ଼ ଧରଣରେ ଭୂମିକମ୍ପ। ସେତେବେଳେ ଭାରତ, ପ୍ରଥମ ଦେଶ ଭାବେ ତୁର୍କୀକୁ ସାହାଯ୍ୟ ପଠାଇଥିଲା। କିନ୍ତୁ ନମକ ହରାମ ତୁର୍କୀ ପହଲଗାମ ମାମଲାରେ ପାକିସ୍ତାନକୁ ଖୋଲାଖୋଲି ସାହାଯ୍ୟ ଦେଇଛି। ତୁର୍କୀର ପାଗଳ ବୁଢ଼ା ପ୍ରଧାନମନ୍ତ୍ରୀ ଖଲିପା ଶାସନ ପ୍ରତିଷ୍ଠା କରିବା ଚକରରେ ପାକିସ୍ତାନକୁ ସମର୍ଥନ କରୁଛି। ପାକିସ୍ତାନ ଭଳି ତାହାର ଧରମବାପା ମଧ୍ୟ ଲୋକଙ୍କୁ ଧର୍ମ ପଚାରି ହତ୍ୟା କରେ। ଶହେ ବର୍ଷ ତଳେ ତୁର୍କୀ ତାହାର ସାମ୍ରାଜ୍ୟରେ ସାମିଲ ଥିବା ଗୋଟିଏ ଦେଶର ୧୫ ଲକ୍ଷ ନାଗରିକଙ୍କୁ କେବଳ ସେମାନଙ୍କ ଧର୍ମ ପାଇଁ ହତ୍ୟା କରିଥିଲା। ଆଉ ଆଜିଯାଏଁ ସେହି ସତକୁ ମାନିବାକୁ ପ୍ରସ୍ତୁତ ନୁହେଁ। ତେବେ କ’ଣ ଥିଲା ଶହେ ବର୍ଷ ତଳର ସେହି କାହାଣୀ?
କ‘ଣ ଥିଲା ମରୁଭୂମିରେ ଡେଥ୍ ମାର୍ଚ୍ଚ?
ଶହେ ବର୍ଷ ତଳେ ହୋଇଥିବା ନରସଂହାରକୁ ତୁର୍କୀ ସ୍ୱୀକାର କରେ ନାହିଁ, କିନ୍ତୁ ବିଶ୍ୱର ତିନି ଡଜନ ଦେଶ ଏହାକୁ ମାନ୍ୟତା ଦେଇଛନ୍ତି। ୨୦୨୧ରେ ଆମେରିକା ମଧ୍ୟ ଏହାକୁ ମାନ୍ୟତା ଦେଇଥିଲା, ଯାହାକୁ ନେଇ ତୁର୍କୀ ନାରାଜ ହୋଇଥିଲା, କିନ୍ତୁ ଜୋ ବାଇଡେନ୍ ଏହାକୁ ଗ୍ରହଣ କରିନଥିଲେ। ଏହି ଘଟଣା କୌଣସି ଛୋଟ ଘଟଣା ନ ଥିଲା, ବରଂ ଏହା ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ଼ ନରସଂହାର ଥିଲା, ଯାହାର ଚର୍ଚ୍ଚା ଆଜି ମଧ୍ୟ ବିଶ୍ୱର କୌଣସି ନା କୌଣସି ଅଞ୍ଚଳରେ ହୁଏ।
୧୫ ଲକ୍ଷ ଆର୍ମେନିଆଇ ଲୋକଙ୍କ ମୃତ୍ୟୁର କାହାଣୀ
ଏହି ନରସଂହାରରେ ପ୍ରାୟ ୧୫ ଲକ୍ଷ ଆର୍ମେନିୟ ଖ୍ରୀଷ୍ଟିଆନ ନାଗରିକ ମୃତ୍ୟୁବରଣ କରିଥିଲେ। ତୁର୍କୀର ମୁସଲିମ ଶାସନ କାହାକୁ ଫାଶୀ ଦେଇଥିଲା ତ, କାହାକୁ ମରୁଭୂମିରେ ଚଲାଇ ଚଲାଇ ହତ୍ୟା କରିଥିଲା। ପ୍ରାୟ ଦୁଇବର୍ଷ ଧରି ଚାଲିଥିବା ଏହି ନରସଂହାରର କଳଙ୍କ ବର୍ତ୍ତମାନର ତୁର୍କୀ ଓ ତତ୍କାଳୀନ ଅଟୋମାନ୍ ସାମ୍ରାଜ୍ୟ ଉପରେ ଲାଗିଛି। ସମଗ୍ର ବିଶ୍ୱର ନିନ୍ଦା ସତ୍ତ୍ୱେ ତୁର୍କୀ ଏହାକୁ ନରସଂହାର ଭାବେ ସ୍ୱୀକାର କରିନାହିଁ କି କେବେ ଏଥିପାଇଁ କ୍ଷମାପ୍ରାର୍ଥନା କରିନାହିଁ। ହଁ, ତୁର୍କୀ ମୃତ୍ୟୁକୁ ସ୍ୱୀକାର କରେ, କିନ୍ତୁ ସଂଖ୍ୟା ଉପରେ ଆପତ୍ତି କରେ ଓ ନରସଂହାର କୁହାଯିବା ଉପରେ ତୀବ୍ର ଆପତ୍ତି ରହିଛି।
ଇହୁଦୀଙ୍କ ପରେ ଦ୍ୱିତୀୟ ସବୁଠାରୁ ବଡ଼ ନରସଂହାର
ଏହି ନରସଂହାରର ଆରମ୍ଭ ୧୯୧୫ ମସିହା ଏପ୍ରିଲ ୨୪ରେ ହୋଇଥିଲା ବୋଲି ମନେକରାଯାଏ, ଯେତେବେଳେ ଅଟୋମାନ୍ ସାମ୍ରାଜ୍ୟର ଶାସକମାନେ ବିଂଶ ଶତାବ୍ଦୀର ଏହି ଭୟଙ୍କର ଘଟଣାକୁ ଦୀର୍ଘ ସମୟ ଧରି ଚଳାଇଥିଲେ। ଏଥିରେ ପ୍ରାୟ ୧୫ ଲକ୍ଷ ଆର୍ମେନିଆଇ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବୃଦ୍ଧ, ବୟସ୍କ, ଶିଶୁ ଓ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଲୁଟପାଟ, ବଳାତ୍କାର ମଧ୍ୟ ହୋଇଥିଲା। ଛୋଟ ଛୋଟ ଶିଶୁମାନଙ୍କୁ ମରୁଭୂମିରେ ଭୋକିଲା ଅବସ୍ଥାରେ ମରିବାକୁ ଛାଡ଼ି ଦିଆଯାଇଥିଲା।
ସେତେବେଳେ ଏହି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ସଂଖ୍ୟାଲଘୁ ଥିଲେ। ସେମାନେ ଶିକ୍ଷିତ ଓ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହି ନରସଂହାର ଏକ ଅଲଗା ସ୍ତରରେ ଚାଲିଥିଲା। ଏପର୍ଯ୍ୟନ୍ତ ବିଶ୍ୱରେ ଯେତେ ନରସଂହାର ହୋଇଛି, ତା’ ମଧ୍ୟରେ ସବୁଠାରୁ ବଡ଼ ନରସଂହାର ଥିଲା ଇହୁଦୀଙ୍କର, ହିଟଲର ଯୋଜନାବଦ୍ଧ ଭାବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରାୟ ୬୦ ଲକ୍ଷ ଇହୁଦୀଙ୍କୁ ହତ୍ୟା କରିଥିଲେ। ଦ୍ୱିତୀୟ ସବୁଠାରୁ ବଡ଼ ନରସଂହାର ଥିଲା ଆର୍ମେନିଆଇ ଲୋକଙ୍କର।
ଉନବିଂଶ ଶତାବ୍ଦୀରେ ଅଟୋମାନ୍ ସାମ୍ରାଜ୍ୟର ଆର୍ମେନିଆ ସାମିଲ ଥିଲା। ଆର୍ମେନିଆର ଲୋକେ ମୁଖ୍ୟତଃ ଅଳ୍ପସଂଖ୍ୟକ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଥିଲେ। ତୁର୍କୀର ମୁସଲମାନମାନେ ଖ୍ରିଷ୍ଟିଆନଙ୍କ ଉପସ୍ଥିତିକୁ ସହ୍ୟ କରୁନଥିଲେ। ଯେଉଁମାନେ ସେମାନଙ୍କ ନଜରରେ କାଫିର ଥିଲେ।
ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ମଧ୍ୟ ଏହାକୁ ଅନୁଭବ କରିଥିଲେ ଓ ସେମାନେ ବିରୋଧ କରିବା ଉଦ୍ଦେଶ୍ୟରେ ବୈଠକ କରିବାକୁ ଲାଗିଲେ। ନିଜ ସ୍ୱର ଉଠାଇବାକୁ ଆରମ୍ଭ କଲେ, ଯାହା ତୁର୍କୀରେ ଭୟ ସୃଷ୍ଟି କଲା। ଏହି ସୂଚନା ଶାସକଙ୍କ ପାଖରେ ପହଞ୍ଚିଲା, ଆଉ ୧୯୧୫ ମସିହା ଏପ୍ରିଲ ୨୪ରେ ହଠାତ୍ ଅଙ୍କାରାରେ ହଜାର ହଜାର ଆର୍ମେନିଆଇ ବୁଦ୍ଧିଜୀବୀଙ୍କୁ ଗିରଫ କରାଗଲା। ଦୁଇବର୍ଷରୁ ଅଧିକ ସମୟ ଧରି ଆର୍ମେନିଆ ଖ୍ରୀଷ୍ଟିଆନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଥିଲା।
ଦୁଇ ପର୍ଯ୍ୟାୟରେ ବିଂଶ ଶତାବ୍ଦୀର ପ୍ରଥମ ନରସଂହାର
ଅଟୋମାନ୍ ସାମ୍ରାଜ୍ୟର ମତ ଥିଲା ଯେ ଆର୍ମେନିଆଇ ଖ୍ରୀଷ୍ଟିଆନମାନେ ସୋଭିଏତ ରୁଷିଆ ସହ ମିଶି ନିଜ ଶାସକଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ଏହି ସନ୍ଦେହରେ ଗିରଫ ହୋଇଥିବା ୨୬ ହଜାର ହଜାର ଲୋକଙ୍କ ହତ୍ୟା କରାଯାଇଥିଲା। ଏହି ନରସଂହାର ୧୯୧୫ରେ ଆରମ୍ଭ ହୋଇ ୧୯୧୭ ପର୍ଯ୍ୟନ୍ତ ଚାଲିଥିଲା। ନରସଂହାରରେ ପ୍ରଥମେ ପୁରୁଷମାନଙ୍କୁ ଖୋଜି ଖୋଜି ହତ୍ୟା କରାଯାଇଥିଲା। ପରେ ମହିଳା ଓ ଛୋଟ ଶିଶୁଙ୍କ ପାଳି ଆସିଲା, ଯେଉଁମାନଙ୍କୁ ଅତ୍ୟନ୍ତ କଷ୍ଟଦାୟକ ଉପାୟରେ ହତ୍ୟା କରାଯାଇଥିଲା। ପୁରୁଷମାନେ ବଞ୍ଚି ନ ଥିଲେ, ତେଣୁ ମହିଳା ଓ ଶିଶୁମାନେ ଜୀବନ ବଞ୍ଚାଇବା ପାଇଁ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ସେତେବେଳେ ସେମାନଙ୍କ ସହ ଲୁଟପାଟ ହେଲା। ମହିଳାଙ୍କ ସହ ବଡ଼ ପରିମାଣରେ ବଳାତ୍କାର ହୋଇଥିଲା। ଗାଁ ପରେ ଗାଁ ଜାଳି ଦିଆଯାଇଥିଲା। ପରେ ସେମାନଙ୍କୁ ସିରିଆ ଓ ଆରବର ମରୁଭୂମିକୁ ବଳପୂର୍ବକ ପଠାଇ ଦିଆଯାଇଥିଲା। ଯେଉଁଠାରେ ହଜାର ହଜାର ବୃଦ୍ଧ, ମହିଳା ଓ ଶିଶୁ ଭୋକ ଓ ତୃଷ୍ଣାରେ ମୃତ୍ୟୁବରଣ କରିଥିଲେ। ଇତିହାସ ଏହାକୁ ‘ଡେଥ୍ ମାର୍ଚ’ ଭାବେ ଚିହ୍ନିତ କରେ।
କିନ୍ତୁ ତୁର୍କୀ ପ୍ରାୟ ୧୧୦ ବର୍ଷ ପରେ ମଧ୍ୟ ଏହାକୁ ନରସଂହାର ମାନେ ନାହିଁ। ତୁର୍କୀର ଯୁକ୍ତି ହେଉଛି ଯେ ଆର୍ମେନିଆଇ ଲୋକେ ଅଟୋମାନ୍ ସାମ୍ରାଜ୍ୟ ବିରୁଦ୍ଧରେ ରୁଷିଆ ସହ ମିଶି ଷଡ଼ଯନ୍ତ୍ର କରୁଥିଲେ। ଏହା ସହିତ ୧୫ ଲକ୍ଷ ସଂଖ୍ୟାକୁ ମଧ୍ୟ ତୁର୍କୀ ଅସ୍ୱୀକାର କରେ।
ଏବେ ଆର୍ମେନିଆ ଏକ ସ୍ୱାଧୀନ ଦେଶ
ସମଗ୍ର ବିଶ୍ୱରେ ଥିବା ଆର୍ମେନିଆଇ ପ୍ରବାସୀମାନେ ୨୪ ଏପ୍ରିଲକୁ ଏହି ନରସଂହାର ଭାବେ ସ୍ମରଣ କରନ୍ତି। ଆର୍ମେନିଆ ଏବେ ଏକ ସ୍ୱାଧୀନ ଦେଶ, ଯାହା କେବେ ସୋଭିଏତ ସଂଘର ଏକ ରାଜ୍ୟ ଥିଲା। ସୋଭିଏତ ସଂଘର ବିଘଟନ ସମୟରେ ୧୯୯୦ ମସିହା ଅଗଷ୍ଟ ୨୩ରେ ଏହାକୁ ସ୍ୱାଧୀନତା ମିଳିଥିଲା, କିନ୍ତୁ ଏହାର ସ୍ଥାପନା ଘୋଷଣା ୧୯୯୧ ମସିହା ସେପ୍ଟେମ୍ବର ୨୧ରେ ହୋଇଥିଲା। ସେହି ବର୍ଷ ଡିସେମ୍ବର ୨୫ରେ ଏହାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଥିଲା। ଏହାର ରାଜଧାନୀ ହେଉଛି ଏରେଭାନ। ଆର୍ମେନିଆ ବିରୋଧରେ ଏବେ ଆଜରବୈଜାନକୁ ତୁର୍କୀ ଛିଡା କରିଛି। ଆଉ ଆର୍ମେନିଆ ସହିତ ରହିଛି ଭାରତ। ଭାରତଠାରୁ ଅସ୍ତ୍ର ନେଇ ଆର୍ମେନିଆ,ଆଜରବୈଜାନକୁ ଯୁଦ୍ଧରେ ଏକରକମ ପାରାସ୍ତ କରିଛି। ତେଣୁ ତୁର୍କୀ ସହିତ ଆଜାରବୈଜାନ ମଧ୍ୟ ଏବେ ପାକିସ୍ତାନକୁ ସମର୍ଥନ କରୁଛନ୍ତି। ଏଥିରୁ ଆପଣ କଣ ବୁଝିଲେ…, ଏହା ହେଉଛି ଇସଲାମିକ୍ ବ୍ରଦରହୁଡ୍…।
Also readhttps://purvapaksa.com/pakistan-took-refuge-like-a-dog/
