ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ( ଓୟୁଏଟି) କୁ ବୋଝ ପାଲଟିଛି କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟ । ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା ଅବସ୍ଥା! ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯେତିକି ଭଡ଼ା ମିଳୁଛି, ତାହା ବିଦ୍ୟୁତ୍ ବିଲ୍ ଭରିବାକୁ ମଧ୍ୟ ଅଣ୍ଡୁ ନାହିଁ । ପ୍ରେକ୍ଷାଳୟର ରକ୍ଷଣାବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଖର୍ଚ୍ଚ ଅଲଗା। ମାତ୍ର ୧୧ଟି କାର୍ଯ୍ୟକ୍ରମରୁ ଭଡ଼ା ମିଳିଛି ପାଖାପାଖି ୨୫ ଲକ୍ଷ ବିଦ୍ୟୁତ୍ ବିଲ୍ ଓ ସୁରକ୍ଷା ପାଇଁ ବହୁ ସରକାରୀ କାର୍ଯ୍ୟକ୍ରମ ହେଉଛି। ରାଜ୍ୟସ୍ତରୀୟ ଗଣିଲେଣି ୩୧ଲକ୍ଷରୁ ଅଧିକ ବର୍ଷକ ମଧ୍ୟରେ ରାଜଧାନୀର ସର୍ବବୃହତ ପ୍ରେକ୍ଷାଳୟର ପରିଚାଳନା ବିଶ୍ଵବିଦ୍ୟାଳୟ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ପ୍ରେକ୍ଷାଳୟରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ବ୍ୟତୀତ କାର୍ଯ୍ୟକ୍ରମ ପାଇଁ ସରକାର ମଧ୍ୟ ଆଗ୍ରାଧିକାର ଭିଭିରେ ଏହାକୁ ପସନ୍ଦ କରୁଛନ୍ତି। ଏଥିପାଇଁ ନିର୍ଦ୍ଧାରିତ ଭଡ଼ା ମଧ୍ୟ ସରକାର ପୈଠ କରୁଛନ୍ତି । ସେହିପରି ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଏହାକୁ ଭଡ଼ା ସୂତ୍ରରେ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଭଡ଼ା ଦେଇ କିଛି ରାଜସ୍ୱ ଆୟ କରିବାକୁ ଥିବା ଲକ୍ଷ୍ୟ ବାଟବଣା ହୋଇଛି।
ଗତବର୍ଷ ଅଗଷ୍ଟ ୨୪ ତାରିଖରେ ଏହାକୁ ବିଧବଦ୍ଧ ଭାବେ ଉଦଘାଟନ କରାଯାଇଥିଲା। ଏହାପରେ ଏଠାରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ବ୍ୟତୀତ ୧୧ଟି କାର୍ଯ୍ୟକ୍ରମ ହୋଇଛି। ୯ଟି ସରକାରୀ କାର୍ଯ୍ୟକ୍ରମ ସହିତ ଗୋଟିଏ ସାମାଜିକ ସଂଗଠନ ଓ ଆଉ ଗୋଟିଏ ଘରୋଇ ସଂସ୍ଥା କାର୍ଯ୍ୟକ୍ରମ କରିଛନ୍ତି। ଏଥିପାଇଁ ମୋଟ୍ ୨୪ଲକ୍ଷ ୮୦ହଜାର ୧୩୯ଟଙ୍କା ଭଡ଼ା ମିଳିଛି। ଏହି ସମୟ ମଧ୍ୟରେ କେବଳ ବିଦ୍ୟୁତ୍ ବିଲ୍ ବାବଦକୁ ୨୭ ଲକ୍ଷ ୭୨ ହଜାର ୮୨୬ଟଙ୍କା ଦିଆଯାଇଛି ଏହାସହ ସୁରକ୍ଷା ବାବଦକୁ ୩ଲକ୍ଷ ୫୪ହଜାର ୯୨ଟଙ୍କା ଖର୍ଚ୍ଚ ହୋଇଛି । କେବଳ ବିଦ୍ୟୁତ୍ ବିଲ୍ ଓ ସୁରକ୍ଷା ବାବଦକୁ ମୋଟ୍ ୩୧ଲକ୍ଷ ୨୬ହଜାର ୯୧୮ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ୍ ପ୍ରାୟ ସାଢ଼େ ୬ଲକ୍ଷ ଟଙ୍କା ବିଶ୍ୱବିଦ୍ୟାଳୟ ଆର୍ଥିକ ବୋଝ ବୋହିଛି।
ରକ୍ଷଣାବେକ୍ଷଣ ସମେତ ପରିମଳ ଓ ଆନୁସଙ୍ଗିକ କାର୍ଯ୍ୟ ପାଇଁ ଅଲଗା ଖର୍ଚ୍ଚ ଥିବାରୁ ବୋଝ ଆହୁରି ବଢ଼ିବ । ଯଦି ଆୟ ହେଉନାହିଁ, ତାହେଲେ କାହିଁକି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାକୁ ଭଡ଼ାରେ ଲଗାଉଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶ୍ୱବିଦ୍ୟାଳୟ କ୍ଷତି ସହୁଥିଲେ କାହିଁକି ଭଡ଼ାରେ ଦିଆଯାଉଛି? ନହେଲେ ଭଡ଼ା ବୃଦ୍ଧି କାହିଁକି କରୁନାହାନ୍ତି ବୋଲି ଶିକ୍ଷାବିତ୍ରୀମାନେ ପ୍ରଶ୍ନ କରିଛନ୍ତି। ଆଗକୁ ପ୍ରେକ୍ଷାଳୟ ବୋଝ ହୋଇ ରହିଲେ ବିଶ୍ଵବିଦ୍ୟାଳୟର ଶୈକ୍ଷିକ ବାତବରଣ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । କାରଣ ଶୈକ୍ଷିକ ବିକାଶ ଏବଂ ବିଶ୍ଵବିଦ୍ୟାଳୟ ଭିତ୍ତିଭୂମି ରକ୍ଷଣାବେକ୍ଷଣ ସୁଦୃଢ଼ କରିବାକୁ ମିଳୁଥିବା ଅନୁଦାନ ପ୍ରେକ୍ଷାଳୟ ପିଛା ଖର୍ଚ୍ଚ ହେବ। ଏପରି କ୍ଷେତ୍ରରେ ଭଡ଼ା ବୃଦ୍ଧି କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଅପରପକ୍ଷରେ କୁଳପତିଙ୍କ ପ୍ରତିକ୍ରିୟା ମିଳିପାରିନି।
ALSO READ https://purvapaksa.com/seven-by-elections-have-been-held-in-the-state-in-five-years/
Seven by-elections have been held in the state in five years।। ୫ ବର୍ଷରେ ରାଜ୍ୟରେ ହୋଇଛି ୭ ଉପନିର୍ବାଚନ
