Oscars 2025: ଆମୀର ଖାନ ବଲିଉଡ଼ର ମିଷ୍ଟର ପରଫେକ୍ସନିଷ୍ଟ ହୋଇଥିବାବେଳେ ଅନ୍ୟ ପଟେ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ତାଙ୍କ ୟୁନିକ କଣ୍ଟେନ୍ଟ ପାଇଁ ପ୍ରସିଦ୍ଧ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲାପତା ଲେଡ଼ିଜ୍’ ଦର୍ଶକ ତଥା ସମାଲୋଚକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସା କରାଯାଇଥିଲା। ଏହି ଚଳଚ୍ଚିତ୍ରଟି ଦୀର୍ଘ ସମୟ ଧରି ବକ୍ସ ଅଫିସରେ ମଧ୍ୟ ରହିଥିଲା।
ଟ୍ରେନରେ ଦୁଇ ମହିଳାଙ୍କ ବଦଳିଯିବାର ଏହି ସରଳ କାହାଣୀ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁବାରେ ସଫଳ ହୋଇଥିଲା । ଏହି ଚଳଚ୍ଚିତ୍ରକୁ ବିଶ୍ୱର ସମ୍ମାନଜନକ ପୁରସ୍କାର ଓସ୍କାର ୨୦୨୫ ପାଇଁ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ଫିଲ୍ମ ଫେଡ଼େରେସନ୍ ଅଫ୍ ଇଣ୍ଡିଆ ପଠାଇଥିଲା । ହେଲେ ଏହି ଚଳଚ୍ଚିତ୍ରଟି ଓସ୍କାର ୨୦୨୫ରେ ପହଞ୍ଚିବାରେ ବିଫଳ ହୋଇଥିଲା ।
ଏହି ଖବରରେ କେବଳ ଆମୀର ଖାନ ଏବଂ କିରଣ ରାଓ ନିରାଶ ନୁହଁନ୍ତି, ଓସ୍କାରରେ ‘ଲାପତା ଲେଡ଼ିଜ୍’ ଦେଖିବାକୁ ଚାହୁଁଥିବା ପ୍ରଶଂସକଙ୍କ ହୃଦୟ ମଧ୍ୟ ଭାଙ୍ଗିଯାଇଛି ।
ଓସ୍କାର ୨୦୨୫ରୁ କଟିଲା ନାମ
ଡିସେମ୍ବର ୧୭ରେ, ଓସ୍କାର ୨୦୨୫ପାଇଁ ଆନ୍ତର୍ଜାତୀୟ ଫିଚର୍ ଫିଲ୍ମ ବର୍ଗରେ ସର୍ଟଲିଷ୍ଟ ହୋଇଥିବା ୧୫ଟି ଚଳଚ୍ଚିତ୍ରର ଏକ ତାଲିକା ଭେରିଟି ଦ୍ୱାରା ଏହାର ଅଫିସିଆଲ୍ X ଆକାଉଣ୍ଟରେ ସେୟାର କରାଯାଇଥିଲା । ଓସ୍କାର ୨୦୨୫ର ଏହି ତାଲିକାରେ କିରଣ ରାଓଙ୍କ ଫିଲ୍ମ ‘ଲାପତା ଲେଡ଼ିଜ୍’ ର ନାମ ଆସିନାହିଁ ।
ମାର୍ଚ୍ଚ ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲାପତା ଲେଡ଼ିଜ୍’ ଘରୋଇ ବକ୍ସ ଅଫିସରେ ମୋଟ ୨୦.୨୪ କୋଟି ଟଙ୍କା ଆୟ କରିଥିଲା। ଏହି ଚଳଚ୍ଚିତ୍ରଟି ୭୫ ଲକ୍ଷ ଟଙ୍କା ସହିତ ଖୋଲିଥିଲା, କିନ୍ତୁ ଧୀରେ ଧୀରେ ଫିଲ୍ମର ଆୟ ବୃଦ୍ଧି ପାଇଲା। ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ରୋଜଗାର ୨୫.୨୬ କୋଟିରେ ପହଞ୍ଚିଥିଲା ।
‘ଲାପତା ଲେଡ଼ିଜ୍’ ହେଉଛି ଆମୀର ଖାନଙ୍କ ଦ୍ୱାରା ନିର୍ମିତ ଏକ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ରବି କିଶନ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ। ନିତାନଶି ଗୋୟଲ ଏବଂ ପ୍ରତୀଭା ରାଣା ହଜିଯାଇଥିବା ମହିଳା ଥିଲେ। ଦୀପକ ଭୂମିକାରେ ଅଭିନୟ କରିଥିଲେ ସ୍ପର୍ଶ ଶ୍ରୀବାସ୍ତବ, ତାଙ୍କ କାର୍ଯ୍ୟକୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା । ଏହି ଫିଲ୍ମରେ ସମସ୍ତଙ୍କ ଅଭିନୟ ବେଶ ପ୍ରସଂଶନୀୟ ଥିଲା । ବହୁତ ହିଁ କମ ବଜେଟରେ ତିଆରି ଏହି ଫିଲ୍ମଟି ସମସ୍ତଙ୍କ ମନକୁ ଜିତି ପାରିଥିଲା ।
ALSO READ: https://purvapaksa.com/indian-wedding-in-winter/