Oscar 2025: ମାସକ ମଧ୍ୟରେ ଫିଲ୍ମ ‘କଙ୍ଗୁୱା’ ପ୍ରେକ୍ଷାଳୟରୁ ଓଟିଟି ପ୍ଲାଟଫର୍ମକୁ ଚାଲିଯାଇଥିଲା।
ଯେଉଁଠାରେ ଫିଲ୍ମକୁ ଭଲ ରେସପନ୍ସ ମିଳିଥିଲା । ୩୦୦-୩୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ସବୁଠାରୁ ଦାମୀ ଭାରତୀୟ ଫିଲ୍ମ ମଧ୍ୟରୁ ଅନ୍ୟତମ ଥିଲା, କିନ୍ତୁ ଟିକେଟ ୱିଣ୍ଡୋରେ ଏହା ମାତ୍ର ୧୦୬ କୋଟି ଟଙ୍କା ରୋଜଗାର କରିଥିଲା, ଯାହା କି ଫିଲ୍ମର ବଜେଟର ଏକ ତୃତୀୟାଂଶ ଥିଲା ।
୨୦୨୪ମସିହାରେ ପ୍ରଶଂସକମାନେ ଫିଲ୍ମ ‘କଙ୍ଗୁୱା‘କୁ ଯେତିକି ଉତ୍ସାହର ସହ ଅପେକ୍ଷା କରିଥିଲେ, ସେତିକି ଦ୍ରୁତ ଗତିରେ ପ୍ରେକ୍ଷାଳୟରୁ ଓହ୍ଲାଇଥିଲେ। ଆନିମଲ ଫିଲ୍ମରେ ମୁକ ଖଳନାୟକ ପାଲଟିଥିବା ବବି ଦେଓଲଙ୍କ ଠାରୁ କଙ୍ଗୁୱାରେ ବହୁତ ଆଶା ଥିଲା, କିନ୍ତୁ ସବୁ କିଛି ଧୂଳିସାତ ହୋଇଯାଇଥିଲା । ଫିଲ୍ମଟି ବକ୍ସ ଅଫିସରେ ବହୁତ ହିଁ ଖରାପ ଭାବରେ ଫେଲ ମାରିଥିଲା।
କିନ୍ତୁ ଏବେ ଫିଲ୍ମକୁ ନେଇ ଏକ ଖୁସି ଖବର ଆସିଛି । ଏତେ ସମାଲୋଚନା ସତ୍ତ୍ୱେ କାଙ୍ଗୁଆ ଓସ୍କାର ୨୦୨୫ ନୋମିନେସନ ଦୌଡ଼ରେ ସାମିଲ ହୋଇଛନ୍ତି। ଏହା ଆଶ୍ଚର୍ଯ୍ୟଜନକ, କିନ୍ତୁ ଏହା ହେଉଛି ସତ । ଓସ୍କାର ଦୌଡ଼ରେ ଶୀର୍ଷ ପ୍ରତିଦ୍ୱନ୍ଦ୍ୱୀଙ୍କ ତାଲିକାରେ ଫିଲ୍ମର ନାମ ଗଣାଯାଉଛି।
ତେବେ ଏହାର କାରଣ ମଧ୍ୟ ଡିଜିଟାଲ ବୋଲି ବିଚାର କରାଯାଉଛି । ମାସକ ମଧ୍ୟରେ କଙ୍ଗୁୱା ଫିଲ୍ମ ପ୍ରେକ୍ଷାଳୟରୁ ଓଟିଟି ପ୍ଲାଟଫର୍ମକୁ ଚାଲିଯାଇଥିଲା, ଯେଉଁଠାରେ ଫିଲ୍ମକୁ ଭଲ ରେସପନ୍ସ ମିଳିଥିଲା । ୩୦୦-୩୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ସବୁଠାରୁ ଦାମୀ ଭାରତୀୟ ଫିଲ୍ମ ମଧ୍ୟରୁ ଅନ୍ୟତମ ଥିଲା, କିନ୍ତୁ ଟିକେଟ ୱିଣ୍ଡୋରେ ଏହା ମାତ୍ର ୧୦୬ କୋଟି ଟଙ୍କା ରୋଜଗାର କରିଥିଲା, ଯାହା କି ଫିଲ୍ମର ବଜେଟର ଏକ ତୃତୀୟାଂଶ ଥିଲା । ଶେଷରେ ଫିଲ୍ମ ଟି ଫ୍ଲପ୍ ହୋଇଯାଇଥିଲା ।
ଜାନୁଆରୀ ୧୭ତାରିଖରେ ରାୟ ପ୍ରକାଶ ପାଇବ
ପ୍ରତ୍ୟେକ ଦେଶ ନିଜ ତରଫରୁ ଓସ୍କାର ପାଇଁ ଏକ ଫିଲ୍ମ ପଠାନ୍ତି, ଯେଉଁଥିରେ ଭାରତରୁ ‘ଲାପତା ଲେଡିଜ୍’ ଫିଲ୍ମ କୁ ପଠାଯାଇଥିଲା। କିନ୍ତୁ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ତେବେ ନିର୍ମାତା ମାନେ ସ୍ୱାଧୀନ ଢଙ୍ଗରେ ଫିଲ୍ମକୁ ଅସ୍କାର ପାଇଁ ନାମାଙ୍କନ ପାଇଁ ମଧ୍ୟ ପଠାଇପାରିବେ ।
ଭାରତର ଏହି ଭଳି ଚଳଚ୍ଚିତ୍ର ତାଲିକାରେ ଏହି ସବୁ ନାମ ରହିଛି- କାଙ୍ଗୁଭା (ତାମିଲ), ଅଦୁଜିଭିଥାମ୍ (ଦି ଗୋଟ୍ ଲାଇଫ୍) (ହିନ୍ଦୀ), ସନ୍ତୋଷ (ହିନ୍ଦୀ), ସ୍ୱାଧୀନବୀର ସାବରକର (ହିନ୍ଦୀ), ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍ (ମାଲାୟାଲମ୍-ହିନ୍ଦୀ) ଏବଂ ଗର୍ଲସ ୱିଲ ବି ଗାର୍ଲ୍ସ (ହିନ୍ଦୀ-ଇଂରାଜୀ)। ଆସନ୍ତାକାଲି ଜାନୁଆରୀ ୮, ୨୦୨୫ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ଜାନୁଆରୀ ୧୨, ୨୦୨୫ ରେ ଶେଷ ହେବ । ୨୦୨୫ ଜାନୁଆରି ୧୭ତାରିଖରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। ମାର୍ଚ୍ଚ ୨, ୨୦୨୫ରେ ଓଲିଉଡର ଡଲ୍ବି ଥିଏଟରରେ ଓସ୍କାର ୨୦୨୫ ସମାରୋହ ଅନୁଷ୍ଠିତ ହେବ।
ALSO READ: https://purvapaksa.com/toxic-teaser-out/