Bangladesh: ଖାଲି ଓଡ଼ିଶା ନୁହେଁ, ଗ୍ରେଟର ବାଂଲାଦେଶରେ ପଶ୍ଚିମବଙ୍ଗ,ବିହାର,ଉତ୍ତରପୂର୍ବ ବି ସାମିଲ ହେବ। ମୋଦୀଙ୍କ ଲୋକସଭା କ୍ଷେତ୍ର ବାରଣାସୀ ହେବ ନୂଆ ବାଂଲାଦେଶର ସୀମା !
ଏହା ଶୁଣି ଚକିତ ହେଲେ କି? ହେବା ବି ସ୍ୱkଭାବିକ। କାରଣ କୌଣସି ସୁସ୍ଥ ମାନସିକତା ବିଶିଷ୍ଟ ବ୍ୟକ୍ତି କିମ୍ବା ଦେଶ ଏମିତି ଚିନ୍ତା କରିପାରିବ ନାହିଁ। କିନ୍ତୁ ବାଂଲାଦେଶର ମୁର୍ଖ ମୁଲ୍ଲା ଏମିତି ଚିନ୍ତା କରିପାରିବେ। ଏମିତି ମ୍ୟାପ୍ ବି ବନାଇ ପାରିବେ। ପାକିସ୍ତାନ ଖାଇଥିବା ନଗଦ ମାଡ଼ର ଉଦାହରଣ ସେମାନଙ୍କ ଆଗରେ ଥିଲେ ମଧ୍ୟ ସେମାନେ ଏମିତି ଚିନ୍ତା କରୁଛନ୍ତି। କାରଣ ଜିହାଦୀ ସଂଗଠନ ୭୨ ହୁର୍ଙ୍କ ପାଇଁ ଏମିତିଆ ଅସମ୍ଭବ ସ୍ୱପ୍ନ ବି ଦେଖିପାରେ।
ଢାକାରେ ‘ସଲ୍ତନତ-ଏ-ବାଂଲା’ ନାମକ ଏକ ଇସଲାମିକ ଗୋଷ୍ଠୀ ସକ୍ରିୟ ହୋଇଛି, ଯିଏକି ତଥାକଥିତ ‘ଗ୍ରେଟର ବାଂଲାଦେଶ’ର ଏକ ମାନଚିତ୍ର ଜାରି କରିଛି। ଏହି ମାନଚିତ୍ରରେ ମିଆଁମାରର ଆରାକାନ ରାଜ୍ୟ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଭାରତର ସମ୍ପୂର୍ଣ୍ଣ ପୂର୍ବୋତ୍ତର ଅଞ୍ଚଳ ଅନ୍ତର୍ଭୁକ୍ତ ହୋଇଛି। ଉଚ୍ଚ ପଦସ୍ଥ ସୂତ୍ର ଅନୁଯାୟୀ, ତୁର୍କୀର ଏକ ଏନଜିଓ ଏହି ଗୋଷ୍ଠୀକୁ ସମର୍ଥନ କରୁଛି।
ବିଶ୍ୱବିଦ୍ୟାଳୟ ହଲରେ ଲାଗିଛି ମାନଚିତ୍ର
ଏହି ମାନଚିତ୍ର ଢାକାର ବିଶ୍ୱବିଦ୍ୟାଳୟ ହଲଗୁଡ଼ିକରେ ଲଗାଯାଇଥିବା କୁହାଯାଉଛି, ଯେଉଁଠାରେ ଯୁବକ ଓ ଛାତ୍ରମାନେ ନିୟମିତ ଆସନ୍ତି। ଉଲ୍ଲେଖଯୋଗ୍ୟ ଯେ, ୟୁନୁସ ଶାସନକୁ ସମର୍ଥନ କରୁଥିବା ଅନେକ ବାଂଲାଦେଶୀ ପୂର୍ବରୁ ଭାରତର ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ବାଂଲାଦେଶରେ ଅନ୍ତର୍ଭୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଚୀନ ଗସ୍ତରେ ମହମ୍ମଦ ୟୁନୁସ ଭାରତର ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ‘ଲ୍ୟାଣ୍ଡଲକ୍ଡ’ ବୋଲି ବର୍ଣ୍ଣନା କରି ବାଂଲାଦେଶକୁ ଏହି ଅଞ୍ଚଳ ପାଇଁ ସମୁଦ୍ରର ଏକମାତ୍ର ସଂରକ୍ଷକ ବୋଲି କହିଥିଲେ।
ବାଂଲାଦେଶରେ ସକ୍ରିୟ ହେଲା ତୁର୍କୀ
ଗତ ବର୍ଷ ଅଗଷ୍ଟରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର କ୍ଷମତାକୁ ଆସିବା ପରେ ତୁର୍କୀ ବାଂଲାଦେଶରେ ନିଜର ସକ୍ରିୟତା ବୃଦ୍ଧି କରିଛି। ତୁର୍କୀରେ ଏର୍ଦୋଗାନଙ୍କ ନେତୃତ୍ୱାଧୀନ ସତ୍ତାଧାରୀ ଏକେପି ଦଳ ସହ ଜଡ଼ିତ ଅଣ-ସରକାରୀ ସଂଗଠନଗୁଡ଼ିକ (ଏନଜିଓ) ମଧ୍ୟ ବାଂଲାଦେଶରେ ଦ୍ରୁତ ଗତିରେ ସକ୍ରିୟ ହୋଇଛନ୍ତି। ଅଙ୍କାରା ଓ ଢାକା ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇଛି, ଯେଉଁଥିରେ ବାଂଲାଦେଶ ସଶସ୍ତ୍ର ବାହିନୀ ପାଇଁ ପ୍ରସ୍ତାବିତ ସୈନ୍ୟ ଯୋଗାଣ ମଧ୍ୟ ଅନ୍ତର୍ଭୁକ୍ତ।
ଗତ ବର୍ଷ ଅଗଷ୍ଟ ମାସରୁ ପାକିସ୍ତାନ ତୁର୍କୀକୁ ବାଂଲାଦେଶର ନିକଟତର କରିବାରେ ଭୂମିକା ନିର୍ବାହ କରୁଛି। ତୁର୍କୀ ବିଷୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ବାଂଲାଦେଶର ଇସଲାମିକ ଗୋଷ୍ଠୀଗୁଡ଼ିକ ଉପରେ ମୁସଲିମ ବ୍ରଦରହୁଡର ପ୍ରଭାବ ଏବଂ ତୁର୍କୀର ଅଣ-ସରକାରୀ ସଂଗଠନଗୁଡ଼ିକର ଭୂମିକା ଉପରେ ନିବିଡ଼ ନଜର ରଖାଯିବା ଆବଶ୍ୟକ।
ବାଂଲାଦେଶ ଯେଉଁ ରାସ୍ତାରେ ଯାଉଛି ଦିନେ ନା ଦିନେ ତାକୁ ପରିଣାମ ଭୋଗ କରିବାକୁ ପଡ଼ିବ। ଲାଗୁଛି ବୃଦ୍ଧ ୟୁନୁସଙ୍କ ମାନସିକ ସ୍ଥିତିଠାରୁ ଆହୁରି ଖରାପ ହୋଇଯାଇଛି ବାଂଲାଦେଶୀ ଯୁବବର୍ଗର ମାନସିକ ସ୍ଥିତ। ନ ହେଲେ ସେମାନେ ଏମିତି ସ୍ୱପ୍ନ ଦେଖନ୍ତେ ନାହିଁ।
Also readhttps://purvapaksa.com/traveling-the-world-with-a-pakistani-handler/