ନୈତିକ ମାନଦଣ୍ଡ ଓ ଗୁଣବତ୍ତା ସ୍ଥିର କରିବ
ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (OUHS)ରେ ରିସର୍ଚ୍ଚ ଇଥିକ୍ସ କମିଟି (REC) ର ସ୍ଥାପନା କରାଯାଇଛି । ଏହା ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ନୈତିକ ମାନଦଣ୍ଡ ଏବଂ ଉଚ୍ଚ ଗୁଣବତ୍ତା ସ୍ଥିର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡିଶା ସରକାର ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ । ସେହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ୱାସ୍ଥ୍ୟସେବାରେ ନୈତିକ ମାନଦଣ୍ଡ ଏବଂ ନବସୃଜନର ବ୍ୟାପକ ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି ।
ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ରିସର୍ଚ୍ଚ ଇଥିକ୍ସ କମିଟିର ଅଧ୍ୟକ୍ଷ ନ୍ୟାୟାଧୀଶ ଡା. ଡି. ପି. ଚୌଧୁରୀ ଚିକିତ୍ସା ଗବେଷଣାରେ ନୈତିକ ଅନୁପାଳନ ଏବଂ ଗବେଷକମାନଙ୍କ ଦାୟିତ୍ୱ ବିଷୟରେ ଚର୍ଚ୍ଚା କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡା.) ମାନସ ରଞ୍ଜନ ସାହୁ ବିଶ୍ୱବିଦ୍ୟାଳୟର ଉନ୍ନତିକରଣ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସୋଲାର ପ୍ୟାନେଲ ଏବଂ ନୂତନ ୱେବସାଇଟ ଉଦ୍ଘାଟିତ ହୋଇଥିଲା, ଯେଉଁଥିରେ ସଂସ୍ଥାନର ଡିଜିଟାଲ ପ୍ରଗତି ପ୍ରତିଫଳିତ । ପ୍ରଫେସର ଡା ରୋଜା ରମଣୀ କମିଟିର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ । ସେ କମିଟିର ସମସ୍ତ ସଦସ୍ୟଙ୍କ ପରିଚୟ କରାଇ ସେମାନଙ୍କର ମୌଳିକ ଚିକିତ୍ସା ବିଜ୍ଞାନ, କ୍ଲିନିକାଲ ଗବେଷଣା, ଆଇନ ଏବଂ ସାମାଜିକ ବିଜ୍ଞାନ କ୍ଷେତ୍ରର ଅଭିଜ୍ଞତା ବିଷୟରେ ଉଲ୍ଲେଖ କରିଥିଲେ ।ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସନ୍ତୋଷୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
previous article:https://purvapaksa.com/modi-is-working-at-three-times-the-speed-3-0-govt/
