IMD: ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସର୍ବୋଚ୍ଚ କିମ୍ବା ଦିନର ତାପମାତ୍ରା ଧୀରେ ଧୀରେ ୩ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି) ରବିବାର ସମସ୍ତ ଜିଲ୍ଲାପାଳଙ୍କୁ ଆଡଭାଇଜରି ଜାରି କରିଛନ୍ତି।
ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସର୍ବୋଚ୍ଚ କିମ୍ବା ଦିନର ତାପମାତ୍ରା ଧୀରେ ଧୀରେ ୩ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ଆଶଙ୍କା ରହିଛି।
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଓ ତା’ଠାରୁ ଅଧିକ ରେକର୍ଡ କରାଯାଇଥିବାବେଳେ ଆସନ୍ତା ୫ ଦିନ ମଧ୍ୟରେ କେତେକ ସ୍ଥାନରେ ତାପମାତ୍ରା ଆହୁରି ୪୦ ଡିଗ୍ରି ଓ ତା’ଠାରୁ ଅଧିକ ବଢ଼ିବାର ସମ୍ଭାବନା ରହିଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏସଆରସିଙ୍କ ପରାମର୍ଶ ଅନୁଯାୟୀ, ସାଧାରଣ ଲୋକଙ୍କ ପାଇଁ ଗରମ ଅସହ୍ୟ କିନ୍ତୁ ଏହା ଶିଶୁ, ବୟସ୍କ ଏବଂ ଅସୁସ୍ଥଙ୍କ ଭଳି ଅସୁରକ୍ଷିତ ଲୋକଙ୍କ ପାଇଁ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।
ତାପମାତ୍ରା ବୃଦ୍ଧି ନେଇ ଆଇଏମଡିର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ମଧ୍ୟରେ ବାହାରକୁ ବାହାରିବା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଜୟନାରାୟଣଙ୍କ କୋଶଳ ମିଶ୍ରଣ ମନ୍ତବ୍ୟକୁ ନେଇ ବିଜେପିକୁ ବିଜେଡି-କଂଗ୍ରେସର ଟାର୍ଗେଟ୍
