ପାଣିପାଗ ବିଭାଗ ୨୪ ଘଣ୍ଟା ପରେ ଖସିବ ପାରଦ। ଅର୍ଥାତ ଖୁବ ଶୀଘ୍ର ପଡ଼ିବ ଥଣ୍ଡା। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ପାଇଁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ନାହିଁ। ତା ପରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି।
ରାଜ୍ୟ ଉପରେ ବର୍ତ୍ତମାନ କୌଣସି ସିଷ୍ଟମ୍ ନାହିଁ ତେଣୁ ବର୍ଷାର ପ୍ରଭାବ ମଧ୍ୟ ନାହିଁ। ଅନ୍ୟପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ତାମିଲନାଡୁ ଉପକୂଳରେ ଏକ ଲଘୁଚାପ ସକ୍ରିୟ ରହିଥିବା ବେଳେ ଏହାର ଓଡ଼ିଶା ଉପରେ କିଛି ପ୍ରଭାବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।
ରାଜ୍ୟର ତିନି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ରାଉରକେଲାରେ ପାରଦ ୧୩.୯ ଡିଗ୍ରୀକୁ ଖସିଥିଲା । ଅନୁଗୁଳ ଓ ଝାରସୁଗୁଡ଼ାରେ ୧୪.୬ ଡିଗ୍ରୀ ରେକର୍ଡ ହୋଇଥିଲା । ରାଜଧାନୀ ଭୁବନେଶ୍ୱରରେ ପାରଦ ୨୦ ଡିଗ୍ରୀ ଥିଲା । ରାତି ତାପମାତ୍ରା ଖସିବା ଯୋଗୁ ଅନେକ ସ୍ଥାନରେ ଶୀତ ଅନୁଭୂତ ହୋଇଛି । ଆସନ୍ତା ୪ରୁ ୫ ଦିନ ଭିତରେ ରାତି ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ।
ସୂଚନାଅନୁସାରେ ରାଜ୍ୟରେ ଶୀତ ବଢିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାବ । ଏହାସହ ରାତିରେ ତାପମାତ୍ରା କମିବ ବୋଲି ବି ସୂଚନା ଦିଆଯାଇଥିଲା । ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ରହିବ । ମାତ୍ର ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱାଭାବିକଠୁ ବି କମ୍ ରହିବ । ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିବ ସର୍ବନିମ୍ନ ତାପମାତ୍ରା ।
ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ବେଳେ ସର୍ବନିମ୍ନ ତାପମାତ୍ରା ୧୮ରୁ ୨୦ ଡିଗ୍ରୀ ସେଲସିୟସକୁ ଖସିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳକୁ ଲାଗିଥିବା ଜିଲ୍ଲାଗୁଡ଼ିକର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୬ ଡିଗ୍ରୀ ସେଲସିୟସ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ରାତିବେଳକୁ ତାପମାତ୍ରା ପାଖାପାଖି ୧ ଡିଗ୍ରୀ ସେଲସିୟସ କମିବ । ରାଜ୍ୟରେ ଶୀତ ସାମାନ୍ୟ ବଢ଼ିବ ।
Also read:https://purvapaksa.com/30000-phone/