ନୂଆ ନୂଆ ଉଦ୍ଭାବନ ଓ ଚିନ୍ତା ସମଗ୍ର ଅର୍ଥନୈତିକ ଅଭିବୃଦ୍ଧିକୁ କିପରି ପ୍ରୋତ୍ସାହନ ଦିଏ ସେହି କୋଡ୍କୁ କ୍ରାକ୍ କରିବା ପାଇଁ ଜୋଏଲ୍ ମୋକିର୍, ଫିଲିପ୍ ଆଗିଅନ୍ ଏବଂ ପିଟର୍ ହାୱିଟ୍ଙ୍କୁ ଅର୍ଥନୀତିରେ ୨୦୨୫ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି।
ସଂକ୍ଷେପରେ, ଏହି ତିନି ଜଣ ଅର୍ଥନୀତିଜ୍ଞ ଯାହା କହୁଛନ୍ତି ତାହା ହେଲା ଯେ ଅର୍ଥନୈତିକ ଅଭିବୃଦ୍ଧି ଏକ ନିଶ୍ଚିତ କଥା ନୁହେଁ; ଏଥିପାଇଁ ନୂତନ ଉଦ୍ୟମ ଜାରି ରଖିବା ଦରକାର ଏବଂ କିଛି ବିପଦକୁ ବରି ନେବାର ଇଚ୍ଛା ବି ରହିବା ଆବଶ୍ୟକ। ସମାଜକୁ ନବସୃଜନ ଆଡ଼କୁ ନେବାକୁ ହେଲେ ନୂଆ ଆଭିମୁଖ୍ୟ ରହିବା ଆବଶ୍ୟକ, ଯଦିବି କିଛି ପୁରୁଣା କଥା ଓ ଚିନ୍ତାଧାରାକୁ ନଷ୍ଟ କରିବା ପାଇଁ ହୁଏ। ସରକାର ଏବଂ ବ୍ୟବସାୟ ସଂସ୍ଥା ଗୁଡ଼ିକ ଭିତରେ ସେହି ନବସୃଜନଶୀଳତା ପ୍ରବାହିତ କରିବା ପାଇଁ ଗବେଷଣା ଏବଂ ବିକାଶରେ ଅଧିକ ସମ୍ବଳ ବିନିଯୋଗ କରିବା ଉଚିତ।

ଏବଂ, ସରକାରୀ ନୀତିଗୁଡ଼ିକ ପ୍ରତିଯୋଗିତା, ଶିକ୍ଷା ଏବଂ ଜ୍ଞାନ ବଣ୍ଟନକୁ ସମର୍ଥନ କରିବା ଉଚିତ। ନଚେତ୍ ଅର୍ଥନୈତିକ ଅଭିବୃଦ୍ଧିର ଟ୍ରେନ୍ ବନ୍ଦ ହୋଇଯିବ ବୋଲି ଏହି ଅର୍ଥନୀତିଜ୍ଞ କହିଛନ୍ତି।
ସେମାନଙ୍କର ଗବେଷଣାର ଫଳାଫଳଗୁଡ଼ିକୁ ଆମେ ଦେଖି ଆସିଛୁ। ଶିଳ୍ପ ବିପ୍ଳବରୁ ଡିଜିଟାଲ୍ ଯୁଗ ପର୍ଯ୍ୟନ୍ତ ଯେତେ ଆର୍ଥିକ ଅଭିବୃଦ୍ଧି ହୋଇଛି ତା ପଛରେ ରହିଛି ଏହି ନୂଆ ଚିନ୍ତା ଯାହା ଚିନ୍ତା କରିବାର ଧାରାକୁ ପରିବର୍ତ୍ତନ କରିଛି ଏବଂ ବିଶ୍ୱବ୍ୟାପୀ ଜୀବନକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି।
.
also read https://purvapaksa.com/sc-orders-cbi-investigation-into-karur-stampede/

