୨ ଶତକ, ୨୩ଛକା, ୧୪.୧୫ ହାରରେ ୨୮୩ରନ୍
ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ୧୩୫ ରନରେ ବିଜୟ ହାସଲ କରି ୩-୧ରେ ସିରିଜ କବଜା କରିଛି। ଯୁବ ଟିମ ଇଣ୍ଡିଆ ଏହି ମ୍ୟାଚରେ ଅନେକ ରେକର୍ଡ ସ୍ଥାପନ କରିଥିଲା । ଦ୍ୱିତୀୟ ସର୍ବାଧିକ ରନ୍ ଠାରୁ ଆରମ୍ଭ କରି ସର୍ବ ବୃହତ୍ ଭାଗିଦାରୀ ଭଳି ଅନେକ ରେକର୍ଡ ସ୍ଥାପନ ହୋଇଥିଲା ।
- ଭାରତ ପ୍ରଥମେ ବ୍ୟାଟିଂ କରି ୧/୨୮୩ ରନ ସଂଗ୍ରହ କରିଥିଲା। ଟି-ଟ୍ୱେଣ୍ଟି ଇତିହାସରେ ଏହା ପଞ୍ଚମ ସର୍ବ ବୃହତ୍ ଭାଗିଦାରୀ ରେକର୍ଡ ରହିଥିଲା। ଭାରତ ପକ୍ଷରୁ ରହିଥିଲା ଦ୍ୱତୀୟ ସର୍ବବୃହତ୍ ସ୍କୋର। ଗତ ବାଂଲାଦେଶ ବିପକ୍ଷ ତୃତୀୟ ମ୍ୟାଚରେ ଭାରତ ୬ୱିକେଟ୍ ବିନିମୟରେ ୨୯୭ ରନ୍ ସଂଗ୍ରହ କରିଥିଲା । ସଞ୍ଜୁ ଉକ୍ତ ମ୍ୟାଚରେ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଥିଲେ ।
- ଭାରତ ପ୍ରଥମେ ବ୍ୟାଟିଂ କରି ୧ୱିକେଟ ବିନିମୟରେ ୨୮୩ ରନ୍ ସଂଗ୍ରହ କରିଥିଲା । ସଞ୍ଜୁ ସାମସନ ଓ ତିଳକ ବର୍ମା ଶତକ ଅର୍ଜନ କରିବା ସହ ଦ୍ୱିତୀୟ ୱିକେଟରେ ୨୧୦ ରନର ବିଶାଳ ଭାଗିଦାରୀ ଗଠନ କରିଥିଲେ । ଭାରତ ପକ୍ଷରୁ ଏହା ସର୍ବ ବୃହତ୍ ଭାଗିଦରୀ ରେକର୍ଡ । ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମା ଓ ରିଙ୍କୁ ସିଂହଙ୍କ ନାମରେ ରହିଥିଲା । ଗତ ଜାନୁଆରୀ ୧୭ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଉଭୟ ପଞ୍ଚମ ୱିକେଟରେ ୧୯୦ ରନର ଭାଗିଦାରୀ ଗଠନ କରିଥିଲେ ।
- ୪ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଉଭୟ ୨ଟି ଲେଖାଏଁ ଶତକ ଅର୍ଜନ କରିବାରେ ସଫଳ ହୋଇଛନ୍ତି । ସାମସନ ଡର୍ବାନରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଶତକ ଅର୍ଜନ କରିଥିଲେ । ତିଳକ ସେଞ୍ଚୁରୀୟନରେ ଅନୁଷ୍ଠିତ ତୃତୀୟ ମୁକାବିଲାରେ ଶତକୀୟ ପାଳି ଖେଳିଥିଲେ । ସେ ମଧ୍ୟ ସାମସନଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କ୍ରମାନ୍ୱୟରେ ୨ଟି ମ୍ୟାଚରେ ୨ଟି ଶତକ ଅର୍ଜନ କରିଛନ୍ତି ।
- ଅନ୍ୟମାନଙ୍କ ମଧ୍ୟରେ ଗୁସ୍ତାଭ ମ୍ୟାକକିଅନ(୨୦୨୨), ରାଇଲ ରେସା(୨୦୨୨) ଓ ଫିଲ ସଲ୍ଟ (୨୦୨୩) କ୍ରମାନ୍ୱୟରେ ୨ଟି ଲେଖାଏଁ ଶତକୀୟ ପାଳି ଖେଳିସାରିଛନ୍ତି।
- ଟି-ଟ୍ୱେଣ୍ଟିରେ ସଞ୍ଜୁଙ୍କ ଶତକ ସଂଖ୍ୟା ୩ ଓ ତିଳକଙ୍କର ୨ରେ ପହଞ୍ଚି ଯାଇଛି। ଟି-ଟ୍ୱେଣ୍ଟି ଇତିହାସରେ ଭାରତ ପକ୍ଷରୁ ସର୍ବାଧିକ ୨୩ଟି ଶତକ ଅର୍ଜନ ହୋଇସାରିଛି । ୧୨ ଶତକ ସହ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଓ ୧୧ ଶତକ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି ।
- ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟରେ ରୋହିତ ଶର୍ମା ସର୍ବାଧିକ ୫ଟି ଶତକ ଅର୍ଜନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ୪ଟି ଶତକ ରହିଛି । ୩ଟି ଶତକ ସହ ସଞ୍ଜୁ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି ।
- ଏହି ମ୍ୟାଚରେ ଭାରତର ୩ ବ୍ୟାଟର ମୋଟ୍ ୨୩ଟି ଛକା ମାରିଥିଲେ । ତିଳକ ୧୦ଟି, ସମାସନ ୯ଟି ଓ ଅଭିଷେକ ଶର୍ମା ୪ଟି ଛକା ମାରିଥିଲେ । ତିଳକଙ୍କ ଷ୍ଟ୍ରାଇକ ରେଟ୍ ୨୫୫.୩୧, ସାମସନଙ୍କ ଷ୍ଟ୍ରାଇକ ରେଟ୍ ୧୯୯.୬୪ ଓ ଅଭିଷେକଙ୍କ ଷ୍ଟ୍ରାଇକ ରେଟ୍ ୨୦୦ ରହିଥିଲା ।
- ଟି-ଟ୍ୱେଣ୍ଟି ଇତିହାସରେ ତୃତୀୟ ସର୍ବାଧିକ ଛକା ମାରିଥିଲା ଭାରତୀୟ ଦଳ। ଗତ ମାସରେ ଜିମ୍ବାୱେ ଦଳ ଗାମ୍ବିଆ ବିପକ୍ଷରେ ୨୭ଟି ଛକା ମାରିଥିଲା। ଗତ ବର୍ଷ ଏସୀୟ କ୍ରୀଡ଼ାରେ ମଙ୍ଗୋଲିଆ ବିପକ୍ଷରେ ନେପାଳ ୨୬ଟି ଛକା ମାରିଥିଲା।
- ସାମସନ ବିଶ୍ୱର ପ୍ରଥମ ଖେଳାଳି ଭାବେ ଗୋଟିଏ ବର୍ଷରେ ୩ଟି ଟି-ଟ୍ୱେଣ୍ଟି ଶତକ ଅର୍ଜନ କରିବାରେ ସଫଳ ହୋଇଛନ୍ତି । ସେ ଗତ ଅକ୍ଟୋବର ୧୨ ତାରିଖରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ଶତକୀୟ ପାଳି ଖେଳିଥିଲେ ।
- ଆଇସିସିର ସ୍ଥାୟୀ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପ୍ରଥମ ଦଳ ଭାବେ ଭାରତର ୨ଜଣ ବ୍ୟାଟର ଏକ ସଙ୍ଗେ ଶତକ ଅର୍ଜନ କରିଥିଲେ । କେବଳ ସେତିକି ନୁହେଁ, ଭାରତ ପ୍ରଥମ ଦଳ ଭାବେ ଗୋଟିଏ ସିରିଜରେ ୪ଟି ଶତକ ଅର୍ଜନ କରିଛି ।
- ଟି-ଟ୍ୱେଣ୍ଟି ଇତିହାସରେ ତୃତୀୟ ଥର ପାଇଁ କୌଣସି ମ୍ୟାଚ୍ର ଇନିଂସରେ ୨ଜଣ ବ୍ୟାଟର ଶତକ ଅର୍ଜନ କରିଛନ୍ତି। ସଞ୍ଜୁ ଓ ତିଳକଙ୍କ ପୂର୍ବରୁ ୨୦୨୨ରେ ଚେକ ଗଣରାଜ୍ୟର ସାବାଉନ ଡାଭିଜି ଓ ଡାୟଲାନ ଷ୍ଟେନ ଯୋଡ଼ି ବୁଲଗାରିଆ ବିପକ୍ଷରେ ଶତକ ଅର୍ଜନ କରିଥିଲେ। ଚଳିତ ବର୍ଷ ଜାପାନର କେଣ୍ଡେଲ କାଡୋଓ୍ୱାକି-ଫ୍ଲେମିଂ ଓ ଲଚଲନ ୟାମାମୋତୋ-ଲାକେ ଯୋଡ଼ି ଚୀନ ବିପକ୍ଷରେ ଶତକୀୟ ପାଳି ଖେଳିଥିଲେ।
- previous article:https://purvapaksa.com/india-south-africa-t-20-match/