Bamboo Household : ଆଧୁନିକତା ପ୍ରଭାବରେ ସହରାଞ୍ଚଳର ଘର ଗୁଡିକରେ କୁଲା, ଡାଲା ଆଦି ଦେଖିବାକୁ ମିଳୁନାହିଁ। ଲୋକେ ଏହି ସବୁ ସାମଗ୍ରୀକୁ ଘରେ ରଖିବାକୁ ଏତେଟା ପସନ୍ଦ କରୁନାହାନ୍ତି।
ଆଧୁନିକତାର ପ୍ରଭାବରେ ହଜିଯାଉଛି କୌଳିକ ବୃତ୍ତି। ଦିନକୁ ଦିନ ପ୍ଲାଷ୍ଟିକ ତିଆରି ଘର କରଣା ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ ପାରମ୍ପରିକ ବାଉଁଶ ତିଆରି କୁଲା, ଡାଲା, ଭୋଗେଇ ଆଦିର ଚାହିଦା ହ୍ରାସ ପାଉଛି। ଯାହାର ସିଧା ପ୍ରଭାବ ପଡ଼ୁଛି କରିଗରଙ୍କ ହାଣ୍ଡିଶାଳ ଉପରେ। ଯୁଗଯୁଗ ଯୁଗ ଧରି ନଜ କୌଳିକ ବୃଭିକୁ ବଞ୍ଚାଇବା ପାଇଁ ପ୍ରୟାସ କରୁଥିବା ଏହି ବାଉଁଶ କାରିଗରଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବାବେଳେ ଏମାନଙ୍କୁ ସରକାରୀ ପ୍ରୋସାହନ ମିଳୁନାହିଁ।
ଫଳରେ ରୋଜଗାର କମିବା ସହ ଏସବୁ ସାମଗ୍ରୀ ଗୁଡିକ ତିଆରି କରିବା ପାଇଁ ନୂତନ ପିଢ଼ି ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳର ଅନେକ ପରିବାର ଏହି ବାଉଁଶ ସାମଗ୍ରୀ ତିଆରି କରିଥାନ୍ତି। ପ୍ରତିଦିନ ଚାହିଦା ଅନୁସାରେ ସାମଗ୍ରୀ ସାମଗ୍ରୀ ତିଆରି କରି ନିକଟବର୍ତ୍ତୀ ହାଟକୁ ନେଇ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି।
ତେବେ ଆଧୁନିକତା ପ୍ରଭାବରେ ସହରାଞ୍ଚଳର ଘର ଗୁଡିକରେ କୁଲା, ଡାଲା ଆଦି ଦେଖିବାକୁ ମିଳୁନାହିଁ। ଲୋକେ ଏହି ସବୁ ସାମଗ୍ରୀକୁ ଘରେ ରଖିବାକୁ ଏତେଟା ପସନ୍ଦ କରୁନାହାନ୍ତି। ଏ ସବୁ ପାରମ୍ପରିକ ସାମଗ୍ରୀର ଆବଶ୍ୟକତା ରହୁଥିବା ସତ୍ତ୍ୱେ ଲୋକେ ସାଧାରଣତଃ ପ୍ଲାଷ୍ଟିକ କିମ୍ବା ଫାଇବର ଏବଂ ଷ୍ଟିଲ ନିର୍ମିତ ସାମଗ୍ର ବ୍ୟବହାର କରୁଛନ୍ତି।
କେବଳ ପୂଜା ପର୍ବରେ ବାଧ୍ୟତାମୂଳକ ଭାବେ ଏହି ସାମଗ୍ରୀ ବ୍ୟବହାର କରୁଛନ୍ତି। ବାଉଁଶ ତିଆରି ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରିବା ସହ ପିଲାଛୁଆଙ୍କୁ ପାଠ ପଢ଼ାଇବା ଏମାନଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ଅନ୍ୟପକ୍ଷରେ ଏହି କାମରେ ପାରଙ୍ଗମ ହୋଇଥିବା ଯୋଗୁଁ ଅନ୍ୟ କୌଣସି କାମ କରିପାରୁନାହାନ୍ତି। ବଜାରକୁ ନେଇ ମୂଲଚାଲ ଯୋଗୁଁ ନିଜ ପାରିଶ୍ରମିକ ମଧ୍ୟ ପାଇପାରୁନାହାନ୍ତି କାରିଗର।
Also readhttps://purvapaksa.com/consumers-are-spending-more-on-beer-kurkure-and-fast-food/
ବିୟର, କୁରକୁରେ ଓ ଫାଷ୍ଟ ଫୁଡ୍ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ଉପଭୋକ୍ତା
