Mini Cooper S: ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ –ମୂଲ୍ୟ ୫୫,୯୦,୦୦୦
ମିନି ଇଣ୍ଡିଆ ପକ୍ଷରୁ ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ର ଲଂଚ୍ ଘୋଷଣା କରାଯାଇଛି । ଏହି କାର୍ ଏକ କମ୍ପ୍ଲିଟ୍ଲି ବିଲ୍ଟ-ଅପ୍ ୟୁନିଟ (ସିବିୟୁ) ଭାବେ ଉପଲବ୍ଧ ହେବ ଏବଂ ଏହାକୁ ଦେଶବ୍ୟାପୀ ଅଥୋରାଇଜ୍ଡ ମିନି ଡିଲରଗୁଡିକ ସମେତ ସପ.ମିନି.ଇନରେ ବୁକ୍ କରାଯାଇପାରିବ । ଏହାର ଡେଲିଭରି ଏପ୍ରିଲ୍ ୨୦୨୫ ରୁ ଆରମ୍ଭ ହେବ ।
ମିନି କୁପର୍ ଏସର ୫ମ ପିଢି ମିନିର ଶାରୀରିକ ଗଠନ ଓ ମୂଳତ୍ୱ ସହିତ ଜନ୍ କୁପର ୱର୍କସ୍ ପ୍ୟାକ୍ର ସ୍ପୋର୍ଟିନେସ୍ ସହିତ ପ୍ରଗତିଶୀଳ ଟେକ୍ନୋଲୋଜିକୁ ଏକତ୍ରିତ କରିଛି । ମିଳିତ ଭାବେ କମ୍ପାନୀ ଏହି ପ୍ୟାକ୍ରେ ଏକ ନୂଆ ବ୍ୟକ୍ତିତ୍ୱ ଓ ହଲ୍ମାର୍କ ଡ୍ରାଇଭିଂ ଡାଇନାମିକ୍ସ ସହ ଅଭିନବ ଫିଚରଗୁଡିକୁ ଅନ୍ତର୍ଭୁକ୍ତ କରିଛି ।
ବିକ୍ରମପାୱାହ, ସଭାପତି ଏବଂ ସିଇଓ ,ବିଏମଡବ୍ଲ୍ୟୁ ଗୋଷ୍ଠୀ କହିଛିନ୍ତି,“ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ କାଳଜୟୀ ଡିଜାଇନକୁ ଆଧୁନିକ ଉଦ୍ଭାବନ ସହ ମିଶ୍ରଣ କରିବାର ମିନିର ବିରାସତକୁ ସୂଚିତ କରୁଛି । ଏହାର ଡାଇନାମିକ, ସ୍ପୋର୍ଟି ଏକ୍ସଟେରିୟର ଓ ଏକ୍ସକ୍ଲୁସିଭ ଜନ୍ କୁପର ୱାର୍କସ ଟ୍ରିମ ସହିତ ଏହି ସ୍ପେଶିଆଲ ଏଡିସନ ଚାଳନା ଆନନ୍ଦ ସହିତ ବ୍ୟକ୍ତିଗତକରଣର ଉଦାହରଣ ଭାବେ ଉଭା ହୋଇଛି । ଇଂଟେରିୟରର ସ୍ପୋର୍ଟି ବିବରଣୀଗୁଡିକ ମୋଟର ସ୍ପୋର୍ଟ ଆଗ୍ରହର ଅଭିବ୍ୟକ୍ତି ଅଟେ ଏବଂ ଡିଜିଟାଲ ଇଂଟରାକ୍ଟିଭ ଇଂଟରଫେସ୍ଗୁଡିକ ଏକ ହାଇ-ଟେକ ଅନୁଭୂତି ସୃଷ୍ଟି କରୁଛନ୍ତି । ଏହି ସ୍ୱତନ୍ତ୍ର ଜନ୍ କୁପର ୱାର୍କସ ପ୍ୟାକ୍ ଗଓଘଓର କିମ୍ବନ୍ଦନ୍ତୀ ରେସିଂ ପିଢି ପ୍ରତି ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅଟେ ।”
ଏହାର ଏକ୍ସ-ଶୋରୁମ ମୂଲ୍ୟ ରହିଛି: ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ –ମୂଲ୍ୟMini ୫୫,୯୦,୦୦୦ ଇନ୍ଭଏସିଂ ସମୟରେ ପ୍ରଜୁଯ୍ୟ ମୂଲ୍ୟ ଲାଗୁ ହେବ । ଏକ୍ସଶୋ’ରୁମ ମୂଲ୍ୟଗୁଡିକ (କମ୍ପେନସେଶନ ସେସ୍ ସମେତ) ଲାଗୁ ହେବ କିନ୍ତୁ ସେଥିରେ ରୋଡ୍ ଟ୍ୟାକ୍ସ, ଟ୍ୟାକ୍ସ କଲେକ୍ଟେଡ ଆଟ ସୋର୍ସ (ଟିସିଏସ), ଆରଟିଓ ଷ୍ଟାଟ୍ୟୁଟୋରୀ ଟ୍ୟାକ୍ସ/ଫି’, ଅନ୍ୟାନ୍ୟ ଲୋକାଲ ଟ୍ୟାକ୍ସ, ସେସ୍, ଲେଭି ଓ ଇନ୍ସୁରାନ୍ସ ସାମିଲ ରହିବ ନାହିଁ । ମୂଲ୍ୟ ଓ ବିକଳ୍ପଗୁଡିକ ବିନା କୌଣସି ପୂର୍ବ ନୋଟିସ୍ରେ ପରିବର୍ତ୍ତନ ହେବ । ଅଧିକ ସୂଚନା ପାଇଁ ସ୍ଥାନୀୟ ଅଥୋରାଇଜ୍ଡ ଡିଲର ସହ ଯୋଗାଯୋଗ କରନ୍ତୁ ।
“ନୂଆ ମିନି କୁପର୍ ଏସ ଜେଏସ୍ଡବ୍ଲ୍ୟୁ ପ୍ୟାକ୍ ଦୁଇଟି ଆକର୍ଷଣୀୟ ରଙ୍ଗ- ଲିଜେଣ୍ଡ ଗ୍ରେ ଓ ମିଡ୍ନାଇଟ ବ୍ଲାକ୍ରେ ଏବଂ ଜେଟ୍ ବ୍ଲାକ୍ ରଙ୍ଗରେ ରୁଫ୍ ଓ ମିରର୍ ସହ ଉପଲବ୍ଧ ହେବ । ୧୭-ଇଂଚ୍ ହ୍ୱିଲ୍ସ ସ୍ପ୍ରିଂଟ-ସ୍ପୋକ ବ୍ଲାକ୍ ଷ୍ଟାଣ୍ଡାର୍ଡ ଭାବେ ଉପଲବ୍ଧ ହେଉଛି । ଅପ୍ହୋଲ୍ଷ୍ଟେରୀ ବିକଳ୍ପଗୁଡିକରେ ଭେସିନ / କର୍ଡ କମ୍ବିନେଶନ । ଜେସିଡବ୍ଲ୍ୟୁ ବ୍ଲାକ୍ ସହ ଜେସିଡବ୍ଲୁ ସ୍ପୋର୍ଟସ୍ ସିଟ୍ଗୁଡିକ ସାମିଲ ରହିଛି ।
ଏହି କାର୍ ଅସୀମିତ କିଲୋମିଟର ପାଇଁ ଏକ ଷ୍ଟାଣ୍ଡାର୍ଡ ଦୁଇ ବର୍ଷର ୱାରେଂଟି ସହ ଆସୁଛି । “ନୂଆ ମିନ କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ ରେ ୨ ବର୍ଷର ୨୪ ଘଣ୍ଟା ରୋଡ୍-ସାଇଡ ଆସିଷ୍ଟାନ୍ସ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରୁଛି । କାର୍ର ମାଲିକାନା ସହ ଏହି ଲାଭଗୁଡିକୁ ସ୍ଥାନାନ୍ତର କରାଯାଇପାରିବ । କୁପର୍ ପାଇଁ ସର୍ଭିସ୍ ଇନ୍କ୍ଲୁସିଭ ପ୍ଲାନ ୩ ବର୍ଷ /୪୦,୦୦୦ କିମିରୁ ଆରମ୍ଭ ହେଉଛି ଏବଂ ପ୍ୟାକେଜ ଏକ୍ସଟେନ୍ଶନ ୧୦ ବର୍ଷ ପର୍ଯ୍ୟନ୍ତ / ୨,୦୦,୦୦୦ କିମି ଯାଏଁ ଉପଲବ୍ଧ ହେଉଛି । ମାଲିକାନାର ୩ୟ ବର୍ଷରୁ ୱାରେଂଟି ଲାଭଗୁଡିକୁ ବୃଦ୍ଧି କରିବା ଏବଂ ସର୍ବାଧିକ ୧୦ ବର୍ଷ ବୃଦ୍ଧି କରାଯିବାର ଏକ ବିକଳ୍ପ ମଧ୍ୟ ଉପଲବ୍ଧ ରହିଛି ।
ଆଧୁନିକ, ଡିଜିଟାଲ ଓ ତ୍ରୁଟିହୀନ ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ ଚାଳନା ଆନନ୍ଦ ଓ ଉପଭୋକ୍ତା ଅନୁଭୂତିକୁ ଏକ ନୂତନ ଯୁଗକୁ ନେଇଛି । ନୂଆ ଡିଜାଇନ ଲାଙ୍ଗୁଏଜ ‘କରିସ୍ମାଟିକ ସିମ୍ପ୍ଲିସିଟି’ରେ ଏକ ବିସ୍ତୃତ ପରିବର୍ତ୍ତନ ପ୍ରତିଫଳିତ ହେଉଛି । ଏହା ଏକ ରୂପେ ବାସ୍ତବ ମାଧ୍ୟମରେ ପାରମ୍ପରିକ ମୂଲ୍ୟବୋଧଗୁଡିକୁ ପ୍ରଗତିଶୀଳ ଉଦ୍ଭାବନଗୁଡିକରେ ଏକତ୍ରିତ କରୁଛି, ଗାଡିର ଡିଜାଇନକୁ ଆବଶ୍ୟକତା ମୁତାବକ ହ୍ରାସ କରାଯାଇଛି । “ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ ଏକ ଶୁଦ୍ଧ ଡିଜାଇନକୁ ସେୟାର କରୁଛି ଯାହା ସମାନ ପରିମାଣର ମିନି କମ୍ୟୁନିଟିର ଅଭିନବ ଉତ୍ସାହ ଓ ସହରୀ ଚରିତ୍ରକୁ ଗ୍ରହଣ କରିଛି ।
previous article:https://purvapaksa.com/honda-elevated-car-sales-cross-1-lakh-mark/
