ହିନ୍ଦୁ ଧର୍ମରେ ପୂଜା ଅର୍ଚ୍ଚନାକୁ ପ୍ରାଧାନ୍ୟ ଦିଆ ଯାଇଥାଏ । ଅନେକ ଗୁଡିଏ ମନ୍ଦିରରେ ପାରୁପୂର୍ଣ୍ଣ ଆମ ଦେଶ । ସମସ୍ତଙ୍କର ପୂଜା ପ୍ରଣାଳୀ ଅଲଗା ପ୍ରକାରର ରହିଥାଏ । ଏ ସବୁ ମଧ୍ୟରେ ରହିଛି ବହୁ ପୁରାତନ କାଳରୁ ଚାଲି ଆସୁଥିବା ବଳି ପ୍ରଥା । ନିଜ ଆରାଧ୍ୟ ଦେବା ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ବଳି ଦେଇଥାନ୍ତି । ହିନ୍ଦୁ ଧର୍ମର ଅନେକ ବେଦ , ଗ୍ରନ୍ଥ ଓ ପୁରାଣ ଗୁଡିକରେ ବଳି ପ୍ରଥା ବିଷୟରେ ଉଲ୍ଲେଖ ରହିଛି । ନର ବଳି ଓ ପଶୁ ବଳି ଦେବାର ନିୟମ ଅନେକ ସଂପ୍ରଦାୟରେ ରହିଛି । ସମୟ ହିସାବରେ ନିୟମ ବଦଳିଲା ଓ ବଳି ପ୍ରଥା ଉପରେ କଟକଣା ଲାଗିଲା ।
୨୦୦୪ ରେ ସମ୍ପୂର୍ଣ ଭାବରେ ଜୀବନ୍ତ ପ୍ରାଣୀ ଓ ପଶୁ ବଳିକୁ ବନ୍ଦ କରି ଦିଆ ଯାଇଛି । ତଥାପି ଭାରତରେ ଏମିତି କିଛି ଲୁକାୟିତ ସ୍ଥାନ ରହିଛି ଯେଉଁଠାରେ ଏବେ ବି ମଧ୍ୟ ଲୁଚା ଛପାରେ ନର ବଳି ଦିଆ ଯାଉଛି । ଯାହା ନଜରକୁ ଆସିଲେ ବଳି ଦେଉଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆ ଯାଉଛି । କିନ୍ତୁ ଅଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ଓ ମନ୍ଦିର ବିଷୟରେ କହିବୁ ଯେଉଁଠାରେ ଦିଆଯାଏ ଅହିଂସା ବଳି । ଏଭଳି ଭାବରେ ବଳିର ପ୍ରଥା ରହିଛି ଯେଉଁଠାରେ ରକ୍ତର ଛିଟା ପଡି ନଥାଏ, କି କାହାର ଜୀବନ ହାନି ମଧ୍ୟ ହୋଇ ନଥାଏ । ହଁ ଆଜ୍ଞା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସମ୍ପୂର୍ଣ ସତ ।
ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଏମିତି ଏକ ମନ୍ଦିର ରହିଛି ଯେଉଁମ ଠାରେ ଦିଆଯାଏ ଅହିଂସା ବଳି । ଏହି ମନ୍ଦିରର ନାମ ହେଉଛି ମା ମୁଣ୍ଡେଶ୍ଵରୀ ମନ୍ଦିର ଏହି ଠାରେ ଦେବୀ ମୁଣ୍ଡେଶ୍ଵରୀ ପୂଜା ପାଇଥାନ୍ତି । ଛେଳି , ମଇଁଷିଙ୍କର ଅହିଂସା ବଳି ଦିଆଯାଏ ମାଙ୍କ ପାଖରେ
କିନ୍ତୁ ଆଶ୍ଚର୍ଯ୍ୟର କଥା …. ଏହି ବଳିରେ ପଶୁଙ୍କ ଶରୀରରୁ କୌଣସି ପ୍ରକାରର ରକ୍ତ ଶ୍ରାବ ହୋଇ ନଥାଏ…. କି ଜୀବନ ମଧ୍ୟ୍ୟ ଯାଇ ନଥାଏ…. ଏହା ଏକ ନିଆରା ଦୃଶ୍ୟ…. ଯେଉଁ ଥିରେ ପୂଜା ସମୟରେ ବଳି ପାଇଁ ଆସିଥିବା ଜୀବ ଟି କିଛି ସମୟ ପାଇଁ ଅଚେତ ହୋଇଯାଏ କିନ୍ତୁ ପୂଜା ସରିବା ମାତ୍ରେ ପୁଣି ସୁସ୍ଥ ହୋଇ ଯାଏ…. ଶୁଣିଲେ ଆଶ୍ଚର୍ଯ୍ୟ ତ ନିହାତି ଲାଗୁଥିବ ହେଲେ ଏହା ସତ…..ମୁଣ୍ଡେଶ୍ଵରୀ ମନ୍ଦିରର ଏହି ନିୟାରା ନିୟମ ପାଇଁ ଅନେକ କାହାଣୀ ଓ ଲୋକ କଥା ରହିଛି ।
୧୯ ସହ ବର୍ଷ ପୂର୍ବରୁ ଏହି ମନ୍ଦିରରେ ନିୟମିତ ଭାବରେ ପୂଜା ପାଠ ହୋଇଆସୁଛି ।ମୁଣ୍ଡେଶ୍ଵରୀ ମନ୍ଦିରର ସ୍ଥାପନ ବିଷୟରେ ସଠିକ କୌଣସି ତଥ୍ୟ ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ । କିନ୍ତୁ ଏହି ମନ୍ଦିରର ଅଭିମନ୍ତ୍ରିତ ଫୁଲ ଚାଉଳ ଦ୍ୱାରା ଦିଆ ଯାଉଥିବା ଅହିଂସା ବଳି ର ରହସ୍ୟ ଏହି ମନ୍ଦିରକୁ ଆହୁରି ପ୍ରସିଦ୍ଧ କରିଛି… ଏହି ମନ୍ଦିରକୁ ଉଦୟ ସେନ ରାଜା ସ୍ଥାପନ କରିଥିଲେ । ଏକଦା ମୁଣ୍ଡେଶ୍ଵରୀ ମା ରାଜାଙ୍କର ଏକ ପରୀକ୍ଷା ନେଇଥିଲେ । ଯେଉଁଥିରେ ରାଜା ତାଙ୍କ ପୁଅର ବଳି ମାଙ୍କ ପାଖରେ ଦେବା କୁ ପଛାଇ ନଥିଲେ । ରାଜାଙ୍କର ଏଭଳି ସମର୍ପଣ ଭାବରେ ପ୍ରସନ୍ନ ହୋଇ ମା ମୁଣ୍ଡେଶ୍ଵରୀ ଅହିଂସା ବଳି ର ପ୍ରଥାକୁ ଆରମ୍ଭ କରିବାକୁ ରାଜାଙ୍କୁ ନିର୍ଦେଶ ଦେଇଥିଲେ ।ସେବେଠାରୁ ମୁଁଣ୍ଡେଶ୍ୱରୀ ମନ୍ଦିରରେ ଅହିଂସା ବଳିର ପ୍ରଥା ଚାଲି ଆସୁଛି । ଯାହାକିଓ ଏହି ମନ୍ଦିରରକୁ ଅନ୍ୟ ମନ୍ଦିର ଠାରୁ ଭିନ୍ନ ଓ ରହସ୍ୟମୟ କରୁଛି ।
Also read https://purvapaksa.com/vacancies-impact-governance-law-enforcement-in-umerkote/
ଓଡ଼ିଶାର ଉମରକୋଟରେ ପ୍ରଶାସନିକ ବ୍ୟାପାରର ଶୋଚନୀୟ ସ୍ଥିତି ସେବା ଯୋଗାଣକୁ ପ୍ରଭାବିତ କରିଛି!