ଚାରିଆଡେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ମଶାରୁ ରକ୍ଷା ପାଇବା ପାଇଁ ବଜାରରେ ମଶା ଧୂପ ବା କଏଲ ଅଧିକ ପରିମାଣରେ ବିକ୍ରି ହେଉଛି । କିନ୍ତୁ ବାସ୍ତବରେ ଏହି ଧୂଆଁ ଆମ ଶରୀର ପାଇଁ ହୋଇପାରେ କ୍ଷତିକାରକ ।
ଏହା କେବଳ ଆପଣଙ୍କ ଘରେ ଥିବା ମଶାମାନଙ୍କୁ ମାରେ ନାହିଁ ବରଂ ଏହା ଆପଣଙ୍କୁ ମଧ୍ୟ ମାରିପାରେ । ଆପଣମାନଙ୍କ ମଧ୍ୟରୁ ଅନେକ ଜଣ ପ୍ରତିଦିନ ଏହି ବିଷ ନିଶ୍ୱାସ ନେଉଛନ୍ତି । ଏହି ଅଭ୍ୟାସ ଆପଣଙ୍କ ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇପାରେ, ଯାହା ଫୁସଫୁସ କର୍କଟ ରୋଗର କାରଣ ହୋଇପାରେ ।
ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଗୋଟିଏ ମଶାଧୂପ ୧୦୦ଟି ସିଗାରେଟ୍ଠାରୁ ଅଧିକ କ୍ଷତିକାରକ ହୋଇଥାଏ । ମଶା ଧୂପରୁ ପାଖାପାଖି ୨.୫ ପିଏମ୍ ଧୂଆଁ ବାହାରିଥାଏ, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହି ଧୂଆଁ ଶ୍ୱାସରୋଗ, ଆଜମା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।

ମଶାଧୂପରୁ ବାହାରୁଥିବା କଡ଼ା ଧୂଆଁ ତ୍ୱଚା ଓ ଆଖି ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ୱାରା ଆଖିରେ ପୋଡ଼ାଜଳା ବି ହୋଇଥାଏ। ମଶାଧୂପରୁ ବାହାରୁଥିବା ଧୂଆଁରୁ କ୍ଷୁଦ୍ର କଣିକା ବାୟୁରେ ପ୍ରବେଶ କରିଥାଏ। ଏହି ଧୂଆଁରୁ ବାହାରୁଥିବା ଟକ୍ସିକ୍ କଣିକା ଆମ ଶରୀର ପାଇଁ ହାନିକାରକ ଅଟେ। ଏହି ଧୂଆଁ ଦ୍ୱାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ ।
ମଶାଧୂପରେ କର୍କିନୋଜେନ ଥାଏ, ଯାହା ଆପଣଙ୍କ ଫୁସଫୁସକୁ କ୍ଷତି ପହଞ୍ଚାଇପାରେ ଏବଂ ଶେଷରେ ଫୁସଫୁସ କର୍କଟ ହେବାର ମଧ୍ୟ ଆଶଙ୍କା ବଢ଼ାଇଥାଏ । ଏହାସହ ଆଜମା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ କାଶ ମଧ୍ୟ ହୋଇପାରେ । ମଶାଧୂପରେ ଥିବା ଧାତୁଗୁଡ଼ିକ ଆମ ଚର୍ମରେ ଲାଗି ଅନେକ ପ୍ରକାରର ଆଲର୍ଜି କରାଇଥାନ୍ତି । ଏହାକୁ ବ୍ୟବହାର କରିବା ସମୟରେ ସତର୍କ ରହିବା ଉଚିତ ।

ପିଲାମାନଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଥାଏ । ମଶାଧୂପରେ ରାସାୟନିକ ପଦାର୍ଥ ରହିଥାଏ । ଯାହା ଦ୍ୱାରା ପିଲାମାନେ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପିଲାଙ୍କ ସୁରକ୍ଷା ପାଇଁ ଘରେ ମଶାଧୂପ ଜଳାଇବା ସମୟରେ ତାଙ୍କ ଠାରୁ ଦୂରେଇ ରଖନ୍ତୁ ।
ALSO READ:https://purvapaksa.com/feel-sleepy-in-the-afternoon-after-taking-food/

